ଗଲଓ୍ୱାନ୍‌ ଉପତ୍ୟକା ଦଖଲ ଉଦ୍ୟମରେ ଚୀନ୍‌ ଏକ ବିଧିବଦ୍ଧ ଷଡ଼ଯନ୍ତ୍ର, ଉଦ୍ଦେଶ୍ୟ ରଖି ଏପରି କରିଛି : ୟୁରୋପୀୟ ଥିଙ୍କ-ଟ୍ୟାଙ୍କ

Published By : Prameya-News7 Bureau | June 21, 2020 IST

ନୂଆଦିଲ୍ଲୀ ୨୧।୦୬: ସୋମବାର ଦିନ ବିଳମ୍ୱିତ ଲଦାଖର ଗଲଓ୍ୱାନ ଘାଟିରେ ଭାରତ-ଚୀନ୍‌ ସେନା ହାତାହାତି ହୋଇଥିଲେ । ଏହି ଘଟଣାରେ ଭାରତର ୨୦ଜଣ ବୀର ଜବାନ ଶହିଦ ହୋଇଥିବା ବେଳେ ଚୀନ୍‌ର ୪୦ରୁ ଅଧିକ ଚୀନ୍‌ ସୈନିକ ମୃତାମହତ ହୋଇଥିବା ଖବର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । କିନ୍ତୁ ଏକଥାକୁ ଚୀନ୍‌ ମାନୁନାନିଁ କି ସ୍ପଷ୍ଟ କରୁନାହିଁ ତାର କେତେଜଣ ସୈନିକ ମୃତାହତ ହୋଇଛନ୍ତି । ବରଂ ବିଦେଶୀ ଗଣମାଧ୍ୟମରେ ଏହା କୁହାଯାଉଛି ଯେ, ଭାରତର ୧୦ଜଣ ଯବାନଙ୍କୁ ଚୀନ୍‌ ନିଜ କବ୍‌ଜାରେ ରଖିଥିଲା । ସେମାବାର ଘଟଣା ପରଠାରୁ ଚୀନ୍‌ କବ୍‌ଜାରେ ଭାରତୀୟ  ସୈନ୍ୟ ଥିଲେ , ଏବଂ ଭାରତ ସହିତ ଆଲୋଚନା ପରେ ସମସ୍ତ ଯବାନଙ୍କୁ ଛାଡିଦେଇଛି ଚୀନ୍‌ । କିନ୍ତୁ ବିଦେଶୀ ଗଣମାଧ୍ୟମରେ ଏଭଳି କଥାକୁ ଭାରତୀୟ ସେନା ପକ୍ଷରୁ ଖାରଜ କରାଯାଇଛି । ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ସେନାର କୌଣସି ଯବାନ ଚୀନ୍‌ କବ୍‌ଜାରେ ନଥିଲେ , ଯେଉଁମାନେ ଘଟଣାରେ ସହିଦ ହୋଇଥିଲେ ସେମାନଙ୍କର ନାମ ପ୍ରକାଶ କରାଯାଇଛି । ଘଟଣାରେ ଆହତ ଥିବା ସୈନ୍ୟମାନଙ୍କୁ ଚିକିତ୍ସା କରାଯାଉଛି । କିନ୍ତୁ ଗଲଓ୍ୱାନ ଘାଟିରେ ସୋମବାର ଦିନ ଯାହାବି ଘଟିଛି . ତାହା ଚୀନ୍‌ ଯୋଗୁଁ ହି ଘଟିଛି । ଏବଂ ଏହା ଏକ ସୁଚିନ୍ତିତ ଯୋଜନା , ଜାଣିଶୁଣି ଚୀନ୍‌ ଏପରି କରିଛି ବୋଲି ୟୁରୋପର ଥିଙ୍କ-ଟ୍ୟାଙ୍କ ପକ୍ଷରୁ ଦାବି କରାଯାଇଛି । ୟୁରୋପର ଥିଙ୍କ-ଟ୍ୟାଙ୍କ୍‌ ଏହା ମଧ୍ୟ ଦାବି କରିଛି ଯେ, ଭାରତୀୟ ସେନାଙ୍କ ଉପରେ ପ୍ରଥମେ ଚୀନ୍ ଆକ୍ରମଣ କରିଥିଲା । ଏହି ଆକ୍ରମଣ କରି ଚୀନ୍‌ ଦଶକ ତଳେ ହୋଇଥିବା ୨ଦେଶ ମଧ୍ୟରେ ଚୁକ୍ତି ଉଲ୍ଲଂଘନ କରିଛି। ଏହା ଅଜାଣତରେ ହୋଇନାହିଁ , ଜାଣିଶୁଣି ବେଜିଂ ଏପରି କରିଛି ।

ୟୁରୋପିୟନ ଫାଉଣ୍ଡେସନ ଫର ସାଉଥ ଏସିଆନ୍‌ ଷ୍ଟଡିଜ୍‌ (AFSAS) କହିଛି ଯେ, ଗଲଓ୍ୱାନ ଘାଟିରେ ଗତ ୧୫ଜୁନ୍‌ରେ LACର ନିୟନ୍ତ୍ରଣ ରେଖାରେ ଚୀନ୍‌ ସୈନିକମାନେ ଜାଣିଶୁଣି ଓ ଯୋଜନା ବଦ୍ଧ ଭାବେ ଆକ୍ରମଣ କରିଥିଲେ । ନିକଟ କିଛି ଦନ ମଧ୍ୟରେ ଚୀନ୍‌ ତାର ପଡୋଶୀ ରାଷ୍ଟ୍ରମାନଙ୍କ ସହିତ ଆକ୍ରାତ୍ମକ ମନୋଭାବ ପରିପୋଷଣ କରୁଛି ।

ୟୁରୋପର ଥିଙ୍କ-ଟ୍ୟାଙ୍କ  (AFSAS) କହିଛି ଯେ,  ଅତିକମ୍‌ରେ ୪୫ବର୍ଷ ପରେ LACରେ ଏପରି ଘଟଣା ଘଟିଛି । ଚୀନ୍‌ର ଏପରି ଭାବେ ନିୟମକୁ ଉଲ୍ଲଂଘନ କରିବା କେବଳ ଭାରତ ନୁହେଁ ବରଂ ପଡୋଶୀର ସମସ୍ତ ରାଷ୍ଟ୍ରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଚୀନ୍‌ର ଏପରି ମନୋଭାବ ଆଗକୁ  ଭୟାନକ ପରିସ୍ଥିତି ସୃଷ୍ଟି କରିବାର ସଙ୍କେତ ମଧ୍ୟ ଦେଉଛି । ଚୀନ୍‌ର ବିସ୍ତାରବାଦୀ ନୀତିକୁ ଏହି ଆକ୍ରମଣର ପ୍ରମୁଖ କାରଣ ବୋଲି ଜଣାପଡିଛି ।

ସେପଟେ ବିଶେଷଜ୍ଞମାନଙ୍କ ଅନୁଯାୟୀ, ସୀମାରେ ଏପରି ଘଟଣା ଆଜିକା ଦିନରେ ଅନେକ ପରିବର୍ତ୍ତନର ଆଭାସ ନେଇକି ଆସିଥାଏ । ଏହାଲାଗି ଦୁଇଦେଶ ମଧ୍ୟରେ ବିବାଦ ବଢିବ, ଯୁଦ୍ଧର ପରିସ୍ଥିତି ଦେଖାଦେବ , ସୀମାରେ ଉତ୍ତେଜନା ପରିସ୍ଥିତି ଦେଖାଦେବ । ନିକଟରେ ଗଲଓ୍ୱାନ୍‌ ଘାଟିରେ ଚୀନ୍‌ ଏପରି ଘଟଣା କରିଛି ତାହା ନୁହେଁ, ପୂର୍ବରୁ ମଧ୍ୟ ବେଜିଂ ଏପରି ଅନେକ ଘଟଣା କରିସାରିଛି । ଯେପରି ଦକ୍ଷିଣ ଚୀନ୍‌ ସାଗରରେ ଦ୍ୱୀପ ନିର୍ମାଣ କରିବା, ତାଇଓ୍ୱାନ ଓ ହଂକଂ ସହିତ ବିବାଦ ସୃଷ୍ଟି କରିବା। ଆମେରିକା ସହିତ ଦକ୍ଷିଣ ଚୀନ୍‌ସାଗରରେ ବିବାଦ ଲାଗିରହିବା, ଦକ୍ଷିଣ ଚୀନ୍‌ ସାଗରେ ମାଲେସିଆ ଓ ଭିଏତନାମର ଜାହାଜକୁ ଅଟକାଇବା, ହଂକଂରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ଦମନ କରିବା ।

ସାରାବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ହିଁ ଚୀନ୍‌ରୁ ସୃଷ୍ଟି ବୋଲି ଅନେକ ଦାବି କରୁଛନ୍ତି । ସାରାଦୁନିଆରେ କରୋନା ନେଇ ଚୀନ୍‌କୁ ଘେରିଛନ୍ତି ଓ ଆଲୋଚନା ମଧ୍ୟ କରୁଛନ୍ତି । ଗୋଟିଏ ପଟେ କରୋନା ନେଇ ସାରାବିଶ୍ୱ ଘେରିରହିଥିବା ବେଳେ ଅନ୍ୟପଟେ ନିଜର ବିସ୍ତାରବାଦୀ ନୀତି ଆପଣାଉଛି ।

ଆହୁରି ପଢନ୍ତୁ-

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.