Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ୟୁରୋପରେ କୋଭିଡ ପରିସ୍ଥିତି ଗୁରୁତର, ମୃତ୍ୟୁ ସଂଖ୍ୟା ଟପିଲାଣି ୧୦ଲକ୍ଷ : WHO

15/04/2021 at 6:40 PM

ଗ୍ରୀସ୍‌ ୧୫।୪:  କରୋନା ଭାଇରସ ମହାମାରୀରେ ୟୁରୋପ ଗୁରୁତର ପ୍ରଭାବିତ ହୋଇଛି।  ମହାଦେଶର ୫୩ଟି ଦେଶରେ କରୋନା  ବ୍ୟାପୁଥିବା ବେଳେ ଏପର୍ଯ୍ୟନ୍ତ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି। ଏବେ ପରିସ୍ଥିତି ଏତେ ଗୁରୁତର ହୋଇପଡିଛି ଯେ ପ୍ରତି ସପ୍ତାହରେ ଅନୁନ୍ୟ ୧୬ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ଙ୍କ ଜନୈକ ଶୀର୍ଷ ଅଧିକାରୀ ହାଂସ କ୍ଲୁଗେ କହିଛନ୍ତି।

ଏଥିରେ ଟିକାକୁ ନେଇ ଅଧିକାରୀ କହିଛନ୍ତି ଯେ ଯେଉଁମାନେ  ଆଷ୍ଟ୍ରାଜେନେକା ଟିକା ନେଇଛନ୍ତି ସେମାନଙ୍କ ଅପେକ୍ଷା ଟିକା ନେଇ ନଥିବା ଆକ୍ରାନ୍ତଙ୍କଠାରେ ରକ୍ତ ଜମାଟ ବାନ୍ଧିବାର ବିପଦ ଅଧିକ ରହୁଛି। ଏଣୁ ଏପରି ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଏବେ ଚିନ୍ତାଜନକ ରହିଛି ବୋଲି କ୍ଲୁଗେ‌ କହିଛନ୍ତି। ଗ୍ରୀସ୍‌ ଗସ୍ତକାଳରେ ସାମ୍ବାଦିକଙ୍କ ସହ ଆଲୋଚନାରେ  କ୍ଲୁଗେ କହିଛନ୍ତି ଯେ କେତେକ ଦେଶରେ ସଂକ୍ରମଣ ହ୍ରାସ ହେଉଥିବା ଏବେ ଦେଖାଗଲାଣି। ସେହିପରି ବୟସ୍କ ଲୋକଙ୍କ ଠାରେ ସଂକ୍ରମଣର ହାର ମଧ୍ୟ କମୁଛି।

କେତେକ ଦେଶରେ ୮୦ ବର୍ଷରୁ ଅଧିକ ବୟସ୍କ ସଂକ୍ରମିତଙ୍କ ମୃତ୍ୟୁ ହାରରେ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇଛି। ମହାମାରୀ କାଳର ମୃତ୍ୟୁ ହାର ତୁଳନାରେ ଏହା ସର୍ବନିମ୍ନ ସ୍ତର ବୋଲି ସେ କହିଛନ୍ତି। ବୟସ୍କ ଲୋକଙ୍କ ଟିକାକରଣରେ ପ୍ରାଥମିକତା ଦିଆଯାଇଥିଲା। ଏଣୁ ବୟସ୍କଙ୍କ ମୃତ୍ୟୁ ହାରରେ ହ୍ରାସ ଦେଖା ଦେଇଛି ବୋଲି ସେ କହିଛନ୍ତି। ଆଷ୍ଟ୍ରାଜେନେକା ଲୋକଙ୍କ ହସ୍ପିଟାଲରେ ଭର୍ତ୍ତି ହାର ହ୍ରାସ ସହ ମୃତ୍ୟୁ ହ୍ରାସ କରିଛି।  ଏଣୁ ଉପୁଜିଥିବା ପରିସ୍ଥିତିରେ ପ୍ରତ୍ୟେକ ବୟସ୍କ ଆଷ୍ଟ୍ରାଜେନେକା ନେବା ଜରୁରି ବୋଲି କ୍ଲୁଗେ‌ କହିଛନ୍ତି ।

   Related Posts