ଭୂତାଣୁ ଆୟତ୍ତ ହୋଇଥିବା ଦାବି କରୁଥିଲା ୟୁରୋପ, ପୁଣି ଭୟାନକ ହେଲାଣି Covid

Published By : Prameya-News7 Bureau | October 15, 2020 IST

ଲଣ୍ଡନ: ଫ୍ରାନ୍ସରୁ ଋଷିଆ, ବ୍ରିଟେନରୁ ଚେକ୍‌ ଗଣରାଜ୍ୟ ପର୍ଯ୍ୟନ୍ତ କରୋନା ଭାଇରସ୍ ମହାମାରୀ ପୁଣି ଥରେ ୟୁରୋପୀୟ ନେତାଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।  ହସ୍ପିଟାଲ  ସଂକ୍ରମିତଙ୍କ ଦ୍ୱାରା ଭରିବାରେ ଲାଗିଥିବା ବେଳେ ମୃତ୍ୟୁ ମଧ୍ୟ ହେଲାଣି। ଏଣୁ ପ୍ରଥମରୁ ମହାମାରୀରେ ଗୁରୁତର ପ୍ରଭାବିତ ଦେଶମାନଙ୍କରେ  କରୋନା ଦ୍ୱିତୀୟ ଲହର ପୁଣି ଥରେ ଲକଡାଉନ ଆଶଙ୍କା ବଢାଇଛି। 

{"id":345110,"sizeSlug":"large"}

ମହାମାରୀ ନିୟନ୍ତ୍ରଣରେ ଏକଦା ଆମେରିକା ସହ ନିଜକୁ ତୁଳନା କରୁଥିବା ମହାଦେଶ ଏବେ କରୋନା ଦ୍ୱିତୀୟ ଲହରିର ସମ୍ମୁଖୀନ ହୋଇଛି। କେବଳ ଗତ ସପ୍ତାହରେ ୟୁରୋପୀୟ ଦେଶମାନଙ୍କରେ ଅନୁନ୍ୟ ୧ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ  ବିଶ୍ୱର ଏକ ତୃତୀୟାଂଶ ସଂକ୍ରମିତଙ୍କ  ମହାଦେଶରେ ପରିଣତ ହୋଇଛି। ଉପୁଜିଥିବା ପରିସ୍ଥିତିରେ ଫ୍ରାନସ ରାଷ୍ଟ୍ରପତି ଇମାନୁଏଲ ମେକ୍ରନ୍ ବୁଧବାର ସକାଳ ୯ଟାରେ ଅଚାନକ ଦେଶରେ କର୍ଫ୍ୟୁ ଜାରି କରିବା କରୋନାର ବିକରାଳ ରୂପକୁ ସ୍ପଷ୍ଟ କରିଛି।  ରାଷ୍ଟ୍ରପତି ଦେଶର ସବୁସ୍ଥାନରେ ଭୂତାଣୁ ଥିବା କହିଛନ୍ତି । ଏଣୁ ଆସନ୍ତା ଶନିବାରଠାରୁ ପ୍ୟାରିସ୍ ସମେତ ଦେଶର ୮ଟି ମହାନଗରରେ ସକଳ୯ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କର୍ଫ୍ୟୁ କଡାକଡି ହେବ ବୋଲି କହିଛନ୍ତି।  

{"id":345111,"width":578,"height":324,"sizeSlug":"large"}

ଭୂତାଣୁର ଏପରି ପ୍ରକୋପକୁ ଦେଖି ପ୍ରାଗ ଓ ଲିଭରପୁଲରେ ବାର ଏବଂ କ୍ଲବ ବନ୍ଦ କରାଯାଇଥିବା ବେଳେ ଆମଷ୍ଟରଡମରେ ସର୍ବସାଧାରଣ ଇଣ୍ଡୋର ସ୍ପେସ୍‌ରେ ଜନସଧାରଣଙ୍କୁ ଫେସ୍ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ସେପଟେ ଋଷିଆରେ ବୁଧବାର ଦୈନିକ ସଂକ୍ରମଣ ସଂଖ୍ୟା ରେକର୍ଡ ଭାଙ୍ଗିଛି। ରାଷ୍ଟ୍ରପତି ଭ୍ଲାଦିମୀର ପୁତିନ ପରିସ୍ଥିତିକୁ ଆୟତ୍ତ କରିବା ଲାଗି ତାଙ୍କ ସରକାର ଦ୍ୱିତୀୟ ଟିକା ମଞ୍ଜୁର କରିଥିବା ମିଥ୍ୟା ଘୋଷଣା କରିଛନ୍ତି।

{"id":345112,"sizeSlug":"large"}

ଜର୍ମାନ ଚାନ୍ସେଲର ଏଞ୍ଜେଲା ମାର୍କେଲ ମଙ୍ଗଳବାର ସଂକ୍ରମଣ ବୃଦ୍ଧିକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ। ସେ କହିଥିଲେ ଯେ ୟୁରୋପର ପ୍ରାୟ ଅଞ୍ଚଳରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଦେଖୁଛି।  ତେବେ ଗତ ଦିନରେ ଆମେ ବିଭିନ୍ନ କଟକଣା ଜାରି କରି ଯେଉଁ ଫଳାଫଳ ହାସଲ କରିଥିଲେ ତାକୁ ବ୍ୟର୍ଥହେବାକୁ ଦେବାନି ବୋଲି କହିଛନ୍ତି। ୟୁରୋପ ଲାଗି ବାସ୍ତବିକ୍ ଏହା ଆଶ୍ଚର୍ଯ୍ୟଜନକ । ତେବେ ଏପରି ପରିସ୍ଥିତି ଉପୁଜିବାର ଦୀର୍ଘ ସମୟ ପୂର୍ବରୁ ସାର୍ବଜନିକ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଶୀତ ଋତୁକୁ ନେଇ ସତର୍କ କରାଇଥିଲେ। ଥଣ୍ଡା ବଢିଲେ ଲୋକେ ଘରେ ରହିବେ, ଯେଉଁଠାରେ ସଂକ୍ରମଣର ଆଶଙ୍କା ଅଧିକ ବୋଲି କହିଥିଲେ। ଏବେ ସେଇଆ ହିଁ ପ୍ରମାଣିତ ହେଉଛି।

{"id":345113,"sizeSlug":"large"}

ପ୍ରଥମ ଥର କରୋନା ସଂକ୍ରମଣ ବେଳେ ୟୁରୋପୀୟ ଦେଶମାନେ ଲଗାଇଥିବା କଟକଣା ହଠାତ ହଟାଇ ଦେଇଥିଲେ। ଆଶା କରାଯାଉଥିଲା ପୁଣି ଲୋକଙ୍କ ଜୀବନଯାତ୍ରା ସ୍ୱଭାବିକ ହେବ ସାଙ୍ଗକୁ ଅର୍ଥନୀତି ଲାଗି ଉପୁଜିଥିବା ସଂକଟ ମଧ୍ୟ ଦୂର ହୋଇପାରିବ। ତେବେ ଲକଡାଉନ ପ୍ରତ୍ୟାହାର ଲୋକଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଥିଲା। ହେଲେ ତୀବ୍ର ରାଜନୈତିକ ଚାପର ସମ୍ମୁଖୀନ ହୋଇଥିବା ୟୁରୋପୀୟ ନେତାମାନେ ଅର୍ଥନୀତି ଲାଗି କ୍ଷତିକାରକ ଲକଡାଉନ ନୀତିକୁ ଏବେ ପୁଣି ଥରେ ଲାଗୁ କରିବାକୁ ଚାହୁଁ ନାହାନ୍ତି । କିନ୍ତୁ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଯଥା ସମ୍ଭବ ହାଲୁକା ସାମ୍ଭବ୍ୟ ପଦକ୍ଷେପ ଗ୍ରହଣ କରୁଛନ୍ତି।

{"id":345115,"sizeSlug":"large"}

ଜର୍ମାନ ଓ ପଡୋଶୀ ଦେଶଙ୍କୁ କରୋନା ଦ୍ୱିତୀୟ ଲହର ହତୋତ୍ସାହିତ କରିଛି। କାରଣ ପ୍ରଥମଥର ସଂକ୍ରମଣକୁ ଲୋକେ ବେଶ ସତର୍କତାର ସହ ପରିଚାଳନା କରିଥିଲେ। ଜୁନ ଶେଷ ସପ୍ତାହରେ ପ୍ରାଗର ରିଭେଲର୍ସ ଚାର୍ଲସ ସେତୁ ଉପରେ ଏକ ରାତ୍ର ଭୋଜ ସହ ଦେଶରେ କରୋନା ବିସ୍ଫୋରଣକୁ ବିଦାୟ ଦିଆଯାଇଥିଲା।  ମାର୍ଚ୍ଚ ଓ ଏପ୍ରିଲରେ ସ୍ପେନ୍‌, ଜୁଲାଇ ଓ ଅଗଷ୍ଟରେ ଇଟାଲୀ ଛୁଟିଦିନ ଲାଗି ଦେଶକୁ  ଉନ୍ମୁକ୍ତ କରିଦେଇଥିଲେ। ହେଲେ ଏବେ ଏହି ଦେଶମାନେ ଭୀଷଣ ଭୂତାଣୁ ସଂକ୍ରମଣର ଶିକାର ହୋଇଥିବା ବେଳେ ଗ୍ରୀଷ୍ମଋତୁରେ କଟକଣା ମାନି ନଥିବା ଲୋକେ ପଶ୍ଚାତାପ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.