Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ୟୁରୋପରେ ଭୟଙ୍କର ବନ୍ୟା : ମୃତ୍ୟୁ ସଂଖ୍ୟା ୧୨୦କୁ ବୃଦ୍ଧି, ରେସ୍କ୍ୟୁ ଅପରେସନ ଜାରି

17/07/2021 at 2:18 PM

ବର୍ଲିନ ୧୭।୦୭: ପଶ୍ଚିମ ଜର୍ମାନୀ ଓ ବେଲଜିୟମର ଅନେକ ସ୍ଥାନରେ ବନ୍ୟାର ବିଭୀଷିକା । ପ୍ରବଳ ବର୍ଷା ହେତୁ ତଳିଆ ଅଂଚଳ ଜଳାର୍ଣ୍ଣବ । ବନ୍ୟାରେ ୧୨୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ଶତାଧିକ ନିଖୋଜ ଅଛନ୍ତି । ଜଣେ ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ତେବେ ନିଖୋଜ ଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜାରି ରହିଛି ଉଦ୍ୟମ ।

ଜର୍ମାନୀର ରେଇନଲ୍ୟାଣ୍ଡ-ପାଲାଟିନେଟ୍ ରାଜ୍ୟରେ ୬୦ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ୧୨ ଜଣ ସିଞ୍ଜିଗରେ ଏକ ଭିନ୍ନକ୍ଷମ ଆଶ୍ରୟସ୍ଥଳରେ ରହୁଛନ୍ତି । ମୃତ୍ୟୁସଂଖ୍ୟା ଆଗକୁ ବଢିପାରେ ବୋଲି କୁହାଯାଇଛି । ସେପଟେ ଜର୍ମାନୀ ରାଷ୍ଟ୍ରପତି ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି । ଜର୍ମାନୀର ରାଷ୍ଟ୍ରପତି ଫ୍ରାଙ୍କ ୱଲଟର ଷ୍ଟ୍ରନମେୟର କହିଛନ୍ତି, ବନ୍ୟା ଯୋଗୁଁ ଉପୁଜିଥିବା ବିନାଶ ସ୍ଥିତି ନେଇ ସ୍ତବ୍ଧ ହୋଇଯାଇଛନ୍ତି ।

ଷ୍ଟୀନମେୟର କହିଛନ୍ତି ଯେ, ବିପଦ ପରିସ୍ଥିତିରେ ଆମର ଦେଶ ଏକାଠି ଛିଡ଼ା ହୋଇଛି । ସୂଚନା ଅନୁୟାୟୀ, ଜର୍ମାନୀରେ ପାଖାପାଖି ୧୩୦୦ ଲୋକ ନିଖୋଜ ଥିବାର ଆଶଙ୍କା କରାଯାଉଛି । ବନ୍ୟାଯୋଗୁଁ ରାସ୍ତା ଧୋଇନେବା ଏବଂ ମୋବାଇଲ ନେଟୱାର୍କ କାମ କରୁ ନଥିବାରୁ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରୁ ନାହିଁ । ଜର୍ମାନୀ ଭଳି ବେଲଜିୟମରେ ମଧ୍ୟ ବହୁ ଲୋକଙ୍କର ପ୍ରାଣହାନୀ ଘଟିଛି ।

   Related Posts