Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ୟୁରୋପରେ ହାହାକାର: ଗତ ୨୪ ଘଣ୍ଟାରେ ଇଟାଲୀରେ ୭୪୩ ଓ ସ୍ପେନରେ ୬୮୦ ଜଣଙ୍କ ମୁଣ୍ଡ ନେଲା କରୋନା

25/03/2020 at 5:49 PM

ନୂଆଦିଲ୍ଲୀ ୨୫।୦୩: କରୋନା ଭାଇରସରେ ୟୁରୋପ ମହାଦେଶର ସ୍ଥିତି ବେହାଲ ହୋଇ ପଡିଛି। ଚାରିଆଡେ ହାହାକାର ପରିସ୍ଥିତି ସୃଷ୍ଟି  ହୋଇଛି। ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢିବା ସହ ସ୍ଥିତି ଦୟନୀୟ ହେବାରେ ଲାଗିଛି। ୟୁରୋପ ଦେଶ ମଧ୍ୟରେ ସ୍ପେନ ଓ ଇଟାଲୀ ସହିତ ଫ୍ରାନ୍ସରେ ମଧ୍ୟ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା କାରଣରୁ କରୋନାରେ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟିବାର ଲାଗିଛି। ପରିଣାମସ୍ଵରୂପ ଗତ ୨୪ ଘଣ୍ଟାରେ ଇଟାଲୀରେ ୭୪୩ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ପେନରେ ପ୍ରଥମ ଥର ବଡ ସଂଖ୍ୟାରେ ୬୮୦ ଜଣଙ୍କ ମୃତ୍ୟୁ ଘଟିଛି । ସେହି ପରି ସମଗ୍ର ବିଶ୍ୱରେ ଗତ ୨୪ ଘଣ୍ଟାରେ କରୋନା ମହାମାରୀରେ ୨୨୯୬ ଜଣଙ୍କ ପ୍ରାଣହାନୀ ଘଟିଛି ।

ଇଂଲଣ୍ଡରେ ଲକଡାଉନ ପରେ ମଧ୍ୟ ୧୪୨୭ ନୂତନ ମାମଲା ସାମ୍ନାକୁ ଆସିଛି ଯାହା ପ୍ରଶାସନର ନିଦ ହଜାଇ ଦେଇଛି। ଏହି ଦେଶରେ ଗତ ୨୪ ଘଣ୍ଟାରେ ୮୭ ଜଣଙ୍କ ମୃତ୍ୟୁ ଘଟିଛି। ସେହି ପରି ୟୁରୋପରେ ଥିବା ଛୋଟ ଛୋଟ ଦେଶ ନେଦରଲାଣ୍ଡରେ ୬୩, ସ୍ୱିଜରଲାଣ୍ଡରେ ୨, ବେଲଜିୟମରେ ୩୪, ସ୍ୱିଡେନରେ ୧୩, ପର୍ତୁଗାଲରେ ୧୦ ଓ ଡେନମାର୍କରେ ୮ ଜଣଙ୍କ ମୃତ୍ୟୁ ଘଟିଛି ।

ୟୁରୋପ ଦେଶଗୁଡିକରେ ସ୍ଥିତି ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି। କରୋନା ଥମିବାର ନାଁ ନେଉନାହିଁ। ରୁଷରେ ଏ ପର୍ଯ୍ୟନ୍ତ କରୋନାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୪୯୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫୭ଟି ନୂତନ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ସମଗ୍ର ବିଶ୍ୱରେ ଗତ ୨୪ ଘଣ୍ଟାରେ କରୋନା ମହାମାରୀରେ ୨୨୯୬ ଜଣଙ୍କ ପ୍ରାଣହାନୀ ଘଟିଛି । ଅନ୍ୟ ପଟେ ଚୀନ ଓ ହଂକ କଂଗରେ କେବଳ ୨୯ଟି କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ କୌଣସି ମୃତ୍ୟୁର ଖବର ହସ୍ତଗତ ହୋଇ ନାହିଁ ।

ଏହି ପରି ଫ୍ରାନ୍ସରେ ୨୪୦, ଆମେରିକାରେ ୧୪୫ ଓ ଇରାନରେ ୧୨୨ ଜଣଙ୍କ ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟାରେ ଏହି ସବୁ ଦେଶଗୁଡିକରେ ହଜାର ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଇଟାଲୀରେ କରୋନା ସଂକ୍ରମଣରେ ୫୨୪୯, ସ୍ପେନରେ ୬୯୨୨, ଆମେରିକାରେ ୯୮୭୫ ଓ ଫ୍ରାନ୍ସରେ ୨୪୪୮ ତଥା ଜର୍ମାନୀରେ ୩୯୩୫ ରୋଗୀଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଏତେ ସଂଖ୍ୟକ ରୋଗୀ କାରଣରୁ ହସ୍ପିଟାଲରେ ଶଯ୍ୟାର ଘୋର ଅଭାବ ଦେଖିବାକୁ ମିଳିଛି । ନ୍ୟୁୟର୍କରେ କରେନାର ଚରମ ସୀମା ଆସିବାକୁ ଦୁଇରୁ ତିନି ସପ୍ତାହ ସମୟ ଲାଗିପାରେ ।

ସମଗ୍ର ବିଶ୍ୱରେ କରୋନା ଭାଇରସରେ ୧୮୮୧୦ ଜଣଙ୍କ ମୃତ୍ୟୁ ଘଟି ସାରିଥିବା ବେଳେ ସଂକ୍ରାମକଙ୍କ ସଂଖ୍ୟା ୨, ୯୪, ୧୧୯ରେ ପହଂଚିଛି । କରୋନା ଭାଇରସ ୧୯୭ ଦେଶକୁ ନିଜ କବଳକୁ ନେଇ ସାରିଛି। ଅଦ୍ୟାବଧି କରୋନା ଭାଇରସରେ ୧୩,୨୬୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅନ୍ୟପଟେ ୧ ଲକ୍ଷ ୮ ହଜାର ୩୮୮ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା ବ୍ୟତୀତ ୨ ଲକ୍ଷ ୮୦ ହଜାର ୮୫୦ ଜଣ ଏହି ଘାତକ ରୋଗରେ ସଂକ୍ରମିତ ହୋଇଛନ୍ତି ।

   Related Posts