ୟୁରୋ ୨୦୨୦ ଫାଇନାଲ୍: କିଓ୍ଵି ଖେଳାଳି ଇଂଲଣ୍ଡ ଫୁଟବଲ୍‌ ଦଳର କଲେ ପରିହାସ, ୨୦୧୯ ବିଶ୍ଵ କପ୍‌ ମନେ ପକାଇଲେ

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨।୦୭:  ଚାରି ଥରର ବିଶ୍ଵ ଚାମ୍ପିଅନ ଇଟାଲୀ ୟୁରୋ ୨୦୨୦ ଟ୍ରଫି  ହାତେଇଛି। ଫାଇନାଲ୍‌ ମୁକାବିଲାରେ ଇଂଲଣ୍ଡକୁ ପେନାଲ୍‌ଟି ସୁଟ୍‌ ଆଉଟ୍‌ରେ ୩-୨ରେ ହରାଇ ଦ୍ଵିତୀୟ ଥର ୟୁରୋ ଚାମ୍ପିଅନ  ହୋଇଛି। ଏହା ପୂର୍ବରୁ ଇଟାଲୀ ୧୯୬୮ରେ ପ୍ରଥମ ଥର ୟବରୋ ଟ୍ରଫି  ଜିତିଥିଲା। ଅନ୍ୟପଟେ ଏହି ପରାଜୟ ସହିତ ଆୟୋଜକ ଇଂଲଣ୍ଡର ୫୫ ବର୍ଷର ସ୍ଵପ୍ନ ଭାଙ୍ଗି ଯାଇଛି। ଇଂଲଣ୍ଡ ଏହା ପୂର୍ବରୁ ୧୯୬୬ରେ ଏକ ମାତ୍ର ବିଶ୍ଵ କପ୍ ଫୁଟବଲ୍ ଟାଇଟଲ୍ ଜିତିବାରେ ସଫଳ ହୋଇଥିଲା। ଇଂଲଣ୍ଡର ପରାଜୟ ପରେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ଖେଳାଳି ପରିହାସ କରିଛନ୍ତି।

ନ୍ୟୁଜିଲାଣ୍ଡର ତାରକା ଅଲରାଉଣ୍ଡର ଜେମ୍ସ ନିଶାନ ଓ ପୂର୍ବତନ ଅଲରାଉଣ୍ଡର ସ୍କଟ୍ ଷ୍ଟାଇରିସ୍‌ ୨୦୧୯ ବିଶ୍ଵ କପ୍‌ ଫାଇନାଲ୍‌ ମନେ  ପକାଇ ଦେଇଛନ୍ତି। ଏଥିସହ ମଜାଳିଆ ଟ୍ଵିଟ୍ ମଧ୍ୟ କରିଥିଲେ। ଜେମ୍ସ ନିଶାନ ଲେଖିଛନ୍ତି, ଫାଇନାଲ୍ ମୁକାବିଲାରେ ପେନାଲ୍‌ଟି ସୁଟ୍ ଆଉଟ୍ କଣ ପାଇଁ , ଯେଉଁ ଦଳ ଅଧିକ ପାସ୍ କରିଛି ତାକୁ ବିଜୟୀ ଘୋଷିତ କରିବାର ଥିଲା। ଷ୍ଟାଇରିସ୍ ଲେଖିଛନ୍ତି, ଇଂଲଣ୍ଡ ପାଖରେ ଅଧିକ କର୍ଣ୍ଣର୍ସ, ତେଣୁ ସେ ଚାମ୍ପିଅନ ହେବା ଉଚିତ୍।

wp:html /wp:html wp:html /wp:html

ସୂଚନାଯୋଗ୍ୟ, ୨୦୧୯ ବିଶ୍ଵ କପ୍‌ର ଫାଇନାଲ୍‌ରେ ଇଂଲଣ୍ଡ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ ହୋଇଥିଲା। ବାସ୍ତବରେ ଉକ୍ତ ମ୍ୟାଚ୍ ଟାଇ ଥିଲା। ଏହା ପରେ ସୁପର ଓଭର ହୋଇଥିଲା। ସୁପର ଓଭର ମଧ୍ୟ ଟାଇ ରହିଥିଲା। ଏହା ପରେ ଅଧିକ ବାଉଣ୍ଡରୀ ଲଗାଇଥିବା ଇଂଲଣ୍ଡ ଦଳକୁ ବିଜୟୀ ଘୋଷିତ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.