ୟୁରୋପୀୟ ସଂଘ ପ୍ରତିନିଧି ଦଳଙ୍କ ୨ ଦିବସୀୟ ଜମ୍ମୁ-କାଶ୍ମୀର ଗସ୍ତ ଶେଷ, ଜାଣନ୍ତୁ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କ'ଣ

Published By : Prameya-News7 Bureau | October 30, 2019 IST

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଯେଉଁଭଳି ଭାବେ ବିଳିବିଳେଇଥିଲା ଏବଂ ଅନ୍ତର୍ଜାତୀୟ ସ୍ତରେରେ ଏହାକୁ ନେଇ ମୁଦ୍ଦା କରିଥିଲା । ତାହାର କଡା ଯବାବ ଭାରତ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଦେଇଥିଲା । ଏହାରି ଭିତରେ ଭାରତରେ ମଧ୍ୟ ଦେଖାଦେଇଥିଲା ଜାମ୍ମୁ କାଶ୍ମୀର ବିରୋଧୀ ମନ୍ତବ୍ୟ । କିଛି ରାଜନୈତିକ ନେତା ମାନେ ଏହାକୁ ନେଇ ଅନେକ ପ୍ରଶ୍ନ ଛିଡା କରିଥିଲେ । କିନ୍ତୁ ଏହାରି ଭିତରେ ଘାଟିରେ ପରିସ୍ଥିତି ଠିକ୍ ଅଛି ବୋଲି ପ୍ରମାଣ ଦେବା ପାଇଁ ସରକାର ନୂଆ ଯୋଜନା ଆପଣାଇଥିଲେ । ଯେଉଁଥିରେ  ୟୁରୋପରୁ ଆସିଥିବା ୨୩ ଜଣିଆ ପ୍ରତିନିଧି ଦଳ ଜାମ୍ମୁ କାଶ୍ମୀର ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି । କାଶ୍ମୀରରୁ ଧାରା ୩୭୦ ଉଠିବା ପରେ ଏହା ହେଉଛି କୌଣସି ବିଦେଶୀ ପ୍ରତିନିଧିମଣ୍ଡଳର ପ୍ରଥମ କାଶ୍ମୀର ଗସ୍ତ ।

{"id":177109,"width":579,"height":333}

ଏହି ପ୍ରତିନିଧିମଣ୍ଡଳରେ ଫ୍ରାନ୍ସ ନ୍ୟାସନାଲ ଫ୍ରଣ୍ଟର ୬ ଜଣ ସାଂସଦ ଥିବା ବେଳେ ପୋଲାଣ୍ଡର ଦକ୍ଷିଣପନ୍ଥୀ ଦଳର ୫ ଜଣ ଓ ବ୍ରିଟେନର ୪ ଜଣ ସାଂସଦ ଅଛନ୍ତି ।  ପ୍ରଥମେ ସ୍ଥାନୀୟ ପୋଲିସ ପ୍ରଶାନ ପକ୍ଷରୁ ପରିସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିଲା । ପରେ ସେମାନେ ଶ୍ରୀନଗର ବୁଲିବାକୁ ଯାଇଥିଲେ । କିନ୍ତୁ ସେମାନଙ୍କୁ କୁପୱାଡା, ଅନନ୍ତନାଗ ପରି ଅଶାନ୍ତ ଅଞ୍ଚଳକୁ ଯିବାକୁ ଅନୁମତି ଦିଆଯାଇନଥିଲା । ଏପଟେ କିନ୍ତୁ ୟୁରୋପୀୟ ସଂଘ ସାଂସଦଙ୍କ ଏହି ଗସ୍ତକୁ ବିରୋଧୀ ମାନେ କଡା ସମାଲୋଚନା କରିଛନ୍ତି । ଭାରତ ସରକାର କଶ୍ମୀରରେ ତୃତୀୟ ପକ୍ଷକୁ ପ୍ରବେଶ କରାଇବା ଏକ ଅପରାଧୀକ ମାମଲା ବୋଲି କଂଗ୍ରେସ ଅଭିଯୋଗ କରିଛି ।

{"id":177110}

କାଶ୍ମୀର ଗସ୍ତରେ ଥିବା ୟୁରୋପିୟନ ୟୁନିୟନର ସାଂସଦମାନେ ସାମ୍ବାଦିକ ସମ୍ମିଳନୀ କରି ପାକିସ୍ତାନର ଅପପ୍ରଚାର ଉପରୁ ପରଦା ଉଠାଇଛନ୍ତି । ଏହାସହ ମିଡିଆ ଦ୍ବାରା ସେମାନଙ୍କ ଗସ୍ତକୁ ନେଇ କରାଯାଇଥିବା ଭୁଲ ରିପୋଟିଂକୁ ମଧ୍ୟ ସମାଲୋଚନା କରିଛନ୍ତି । ସାଂସଦମାନେ କହିଛନ୍ତି ଯେ, ସେମାନଙ୍କ ଗସ୍ତକୁ ଭୁଲ ଭାବେ ପ୍ରସାରିତ କରାଯାଇଛି ।  ସେନାକୁ ଆତଙ୍କବାଦୀଙ୍କ ସହ ମୁକାବିଲା  ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଥିଲେ । ଏଣୁ ସେମାନଙ୍କ ଗସ୍ତ ଉପରେ ବିବାଦ ସୃଷ୍ଟି ହେବା ଭୁଲ ଅଟେ ।

{"id":177113}

ପ୍ରତିନିଧି ଦଳ ୪୦ ବର୍ଷରେ ୨୦ରୁ ଅଧିକ ଥର ଭାରତ ଆସିଛନ୍ତି । ପାକିସ୍ତାନ ଗସ୍ତରେ ମଧ୍ୟ ଯାଇଛନ୍ତି।  କାଶ୍ମୀର ଲୋକମାନେ ଶାନ୍ତି ଏବଂ ବିକାଶ ଚାହାଁନ୍ତି । ଆତଙ୍କବାଦ ଏକ ଅନ୍ତରାଷ୍ଟ୍ରୀୟ ସମସ୍ୟା । ଆତଙ୍କବାଦ  ଯେକୌଣସି ଦେଶକୁ ଧ୍ବଂସ କରିପାରେ । ଏହା ଉପରେ ପ୍ରତିବନ୍ଧକ ଲାଗୁ ହେବା ଦରକାର । ଆମେ ଦ୍ବିତୀୟ ଆଫଗାନୀସ୍ତାନ ଦେଖିବାକୁ ଚାହୁଁନୁ । ଏହା ସହ ମଙ୍ଗଳବାର କୁଲଗାମରେ ହୋଇଥିବା ପାଞ୍ଚ ଜଣ ଶ୍ରମିକଙ୍କ ହତ୍ୟା ନେଇ ଦୁଃଖ ପ୍ରକଟ କରିଛନ୍ତି  ୟୁରୋପୀୟ ପ୍ରତିନିଧି ଦଳ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.