କରୋନା ବିରୁଦ୍ଧ ଲଢେଇରେ ଓହ୍ଲାଇବେ ସେନାର ଅବସରପ୍ରାପ୍ତ ଡାକ୍ତର, ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସିଡିଏସ ବିପିନ ରାଓ୍ଵତ

Published By : Prameya-News7 Bureau | April 26, 2021 IST

ନୂଆଦିଲ୍ଲୀ ୨୬।୦୪: କରୋନା ଭାଇରସ୍‌ ମହାମାରୀର ମୁକାବିଲା ପାଇଁ ଅବସରପ୍ରାପ୍ତ ଡାକ୍ତରଙ୍କୁ ଡକାଇଲା ସେନା। ୨ ବର୍ଷ ମଧ୍ୟରେ ଅବସର ନେଇଥିବା ଡାକ୍ତରଙ୍କୁ ଡକାଇଲା ସେନା। ଘର ନିକଟବର୍ତ୍ତୀ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟ କରିବାକୁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସିଡିଏସ ବିପିନ ରାଓ୍ଵତ ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ଅବସର ନେଇଥିବା ସେନା ଡାକ୍ତରଙ୍କୁ ପରାମର୍ଶଦାତା ଭାବେ କାର୍ଯ୍ୟ କରିବାକୁ ଅନୁରୋଧ କରାଯାଇଛି।

ବିପିନ ରାଓ୍ଵତ କହିଛନ୍ତି ଯେ, କମାଣ୍ଡ, କୋର, ଡିଭିଜନ ଓ ନୌସେନା ତଥା ବାୟୁସେନାର ମୁଖ୍ୟାଳୟରେ ମୁତୟନ ସେନା ଡାକ୍ତରଙ୍କୁ ହସ୍ପିଟାଲରେ ନିୟୋଜିତ କରାଯିବ। ହସ୍ପିଟାଲଗୁଡିକରେ ଡାକ୍ତରଙ୍କ ସାହାଯ୍ୟ ପାଇଁ ବଡ ସଂଖ୍ୟାରେ ନର୍ସଙ୍କୁ ନିଯୁକ୍ତ ଦିଆଯିବ। ସଶସ୍ତ୍ରବଳର ବିଭିନ୍ନ ପ୍ରତିଷ୍ଠାନରେ ଥିବା ଅକ୍ସିଜେନ୍‌ ସିଲିଣ୍ଡରକୁ ହସ୍ପିଟାଲକୁ ଯୋଗାଇ ଦିଆଯିବ ବୋଲି ରାଓ୍ଵତ କହିଛନ୍ତି।

ଏହା ବ୍ୟତୀତ ସଶସ୍ତ୍ରବଳ ବଡ ସଂଖ୍ୟାରେ କୋଭିଡ୍ ହସ୍ପିଟାଲ୍ ପ୍ରସ୍ତୁତ କରୁଛି। ଯେଉଁଠି ବି ସମ୍ଭବ ହେବ ସେନାର ମେଡିକାଲ ସୁବିଧା ସାଧାରଣ ଜନତାଙ୍କୁ ଉପଲବ୍ଧ କରାଯିବ। ରାଓ୍ଵତଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବାୟୁସେନା ଦ୍ଵାର ଦେଶ-ବିଦେଶରୁ ଅକ୍ସିଜେନ୍ ଓ ଅନ୍ୟ ଜରୁରୀ ସାମଗ୍ରୀର ପରିବହନ ନେଇ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.