ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମଦ ଅଲ୍ଲୀ ପାଇବେ ୨୦୧୯ ନୋବେଲ ଶାନ୍ତି ପୁରସ୍କାର

Published By : Prameya-News7 Bureau | October 11, 2019 IST

ଷ୍ଟକହୋମ : ଚଳିତ ବର୍ଷ ଲାଗି ନୋବେଲ ଶାନ୍ତି ପୁରସ୍କାର ଘୋଷିତ ହୋଇଛି। ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମଦ ଅଲ୍ଲୀଙ୍କୁ  ଶାନ୍ତି ନିମନ୍ତେ ଏହି ପ୍ରତିଷ୍ଠିତ ପୁରସ୍କାର ପ୍ରଦାନ କରାଯିବ। ସ୍ଥାୟୀ ଶାନ୍ତି ଲାଗି ତାଙ୍କର ଉଦ୍ୟମ ବିଶେଷ କରି ପଡୋଶୀ ଦେଶ ଇରିଟ୍ରିୟା ସହ ଦୀର୍ଘ ବର୍ଷରୁ ଲାଗି ରହିଥିବା ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ତାଙ୍କର ନିର୍ଣ୍ଣାୟକ ଭୂମିକା ନିମନ୍ତେ ସମ୍ମାନଜନକ ନୋବେଲ ପୁରସ୍କାରରେ ତାଙ୍କୁ ସମ୍ବର୍ଦ୍ଧିତ କରାଯିବ।  

{"id":168795}

ଇଥିଓପିଆର ନେଲସନ ମାଣ୍ଡେଲାଭାବେ ପରିଚିତ ୪୩ ବର୍ଷ ବୟସ୍କ ଅବି ଅହମଦ ଗତ ଅପ୍ରେଲ ୨୦୧୮ ସାଧାରଣ ନିର୍ବାଚନରେ ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଥିଲେ। ଦେଶର ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବା ପରେ ଅବି ଅହମଦ ଇରିଟ୍ରିଆ ସହ ପୁଣି ଶାନ୍ତିବାର୍ତ୍ତା ଆରମ୍ଭ କରିବେ ବୋଲି କହିଥିଲେ। ସେହି ଅନୁସାରେ ଇରିଟ୍ରିଆ ରାଷ୍ଟ୍ରପତି ଇସୈୟସ ଅଫବର୍କିଙ୍କ ସହ ମିସି ଏହି ଦିଗରେ କାର୍ଯ୍ୟ ଆରମ୍ଭ କରିବା ସହ ସମାଧାନର ବାଟ ବାହାର କରିଥିଲେ।

{"id":168796,"width":580,"height":235}

ଗତବର୍ଷ ଇରିଟ୍ରିଆ ଓ ଇଥିଓପିଆ ମଧ୍ୟରେ ଶାନ୍ତି ବୁଝାମଣା ହୋଇଛି। ଫଳରେ ଗତ ୨୦ ବର୍ଷ ହେଲା  ଇଥିଓପିଆ ଓ ଇରିଟ୍ରିଆ ମଧ୍ୟରେ ଲାଗି ରହିଥିବା ଦୀର୍ଘ ସାମରିକ ଉତ୍ତେଜନା ପ୍ରସମିତ ହୋଇଛି। ୧୯୯୮ ମସିହାରୁ ଇଥିଓପିଆ ଏବଂ ଇରିଟ୍ରିଆ ମଧ୍ୟରେ ପରସ୍ପର ସୀମାକୁ ନେଇ ସଂଘର୍ଷ ଆରମ୍ଭ ହୋଇଥିବା ବେଳେ ୨୦୦୦ ମସିହା ପର୍ଯ୍ୟନ୍ତ ଜାରି ଥିଲା। ତେବେ ସ୍ଥାୟୀ ଶାନ୍ତି ସ୍ଥାପନା ଦିଗରେ ଅବି ଅହମଦଙ୍କ ପ୍ରୟାଶଲାଗି ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ ଲାଗି ନୋବେଲ ଫାଉଣ୍ଡେସନ ଶୁକ୍ରବାର ଷ୍ଟକହୋମରେ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.