ଇଥିଓପିଆନ ଏୟାରଲାଇନ୍ସ ଦୁର୍ଘଟଣାଗ୍ରସ୍ତ : ୧୪୯ ଯାତ୍ରୀଙ୍କ ସମେତ ୮ଜଣ କ୍ରୁ ମେମ୍ବରଙ୍କ ମୃତ୍ୟୁ

Published By : Prameya-News7 Bureau | March 10, 2019 IST

ଇଥିଓପିଆ ୧୦/୩ : ଇଥିଓପିଆନ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି | ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଏନେଇ ସୂଚନା ଦିଆଯାଇଛି | ବିମାନରେ ୧୪୯ ଯାତ୍ରୀ ଏବଂ ୮ଜଣ କ୍ରୁ ମେମ୍ବର ଥିଲେ | ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ଇଥିଓପିଆନ ଏୟାରଲାଇନ୍ସର ବୋଇଙ୍ଗ ୭୩୭ ବିମାନ ସବୁଦିନ ଭଳି ଅଦିମ ଅବାବା ଠାରୁ କେନ୍ୟାର ରାଜଧାନୀ ନୈରବୀ ଯାଉଥିଲା | ବିମାନ ଆଜି ସକାଳ ୮.୩୮ରେ ଯାତ୍ରା ଆରମ୍ଭ କରିଥିଲା | କିଛି ସମୟ ପରେ ଅର୍ଥାତ ୮.୪୪ ସମୟରେ ବିମାନ ସହ ଯୋଗାଯୋଗ ବିଛିନ୍ନ ହୋଇଥିଲା | ବିମାନ ଅଦିମ ଅବାବା ଠାରୁ ମାତ୍ର ୫୦ କି:ମି: ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା |

{"id":92310,"width":574,"height":311}


ଇଥିଓପିଆ ପ୍ରଧାନମନ୍ତ୍ରୀ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସମବେଦନା ଦେଇଛନ୍ତି | ଅପରପକ୍ଷରେ ଇଥିଓପିଆନ ଏୟାରଲାଇନ୍ସ କହିଛି ଯେ, ଦୁର୍ଘଟଣାରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି |

{"id":92311,"width":581,"height":358}


ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ମାସରେ ଏୟାରଲାଇନ୍ସ ଏହି ବିମାନକୁ କିଣିଥିଲେ | ଇଥିଓପିଆନ ଏୟାରଲାଇନ୍ସକୁ ଆଫ୍ରିକାର ସବୁଠାରୁ ବଡ ଏୟାରଲାଇନ ବୋଲି କୁହାଯାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.