ଏହି ଦେଶରେ ଚାଲିଛି ଏବେ ବର୍ଷ ୨୦୧୩, ଦୁନିଆ ଠାରୁ ୭ ବର୍ଷ ପଛରେ ଅଛନ୍ତି ଲୋକ

Published By : Prameya-News7 Bureau | September 11, 2020 IST

ଇଥିଓପିଆ ୧୧/୦୯: ପୂରା ଦୁନିଆରେ ଚାଲିଛି ୨୦୨୦ ବର୍ଷ। ମାତ୍ର ଏମିତି ବି ଗୋଟିଏ ଦେଶ ଅଛି ଯାହା ବାକି ଦେଶଠାରୁ ୭ ବର୍ଷ ପଛରେ ରହିଛି। ଏବେ ବି ସେଠାକାର ଲୋକମାନେ ୨୦୧୩ ବର୍ଷରେ ହିଁ ରହିଛନ୍ତି। କେବଳ ଏତିକି ନୁହେଁ ଏ ଦେଶ ଅନ୍ୟ ମାମଲାରେ ବି ଏକମଦ୍ ଅଲଗା। ଅର୍ଥାତ୍ ଏଠାରେ ୧୨ ମାସ ବଦଳରେ ୧୩ ମାସ ପ୍ରଚଳିତ। ଏମିତି ଏକ ଭିନ୍ନ ଦେଶ ହେଉଛି ଇଥୋପିଆ।

ଇଥୋପିଆର ଜନସଂଖ୍ୟା ପାଖାପାଖି ୧୦ କୋଟି। ତମାମ ଦେଶ ଜାନୁଆରୀ ୧ରେ ନୂଆବର୍ଷ ପାଳନ କରୁଥିବା ​ବେଳେ ଇଥୋପିଆ ନିବାସୀ ସେପ୍ଟେମ୍ବର ୧୧ରେ ନୂଆବର୍ଷ ପାଳନ କରନ୍ତି। ତେବେ ମୁଖ୍ୟ କଥା ହେଉଛି ଇଥୋପିଆବାସୀଙ୍କର ରହିଛି ନିଜସ୍ବ କ୍ୟାପଟିକ୍ କ୍ୟାଲେଣ୍ଡର। ସେମାନେ ସେହି କ୍ୟାଲେଣ୍ଡର ହିସାବରେ ହିଁ ଚାଲନ୍ତି। କ୍ୟାଲେଣ୍ଡର ଅନୁସାରେ ଏବେ ଚାଲିଛି ୨୦୧୩ ବର୍ଷ। ୨୦୨୦ ବର୍ଷରେ ଲୋକ ପଦାର୍ପଣ କରିଥିବା ବେଳେ ସେମାନେ ସେମିତି ପଛୁଆ ଅଛନ୍ତି। କିନ୍ତୁ ଦୁନିଆର ତମାମ ଦେଶ ଗ୍ରିଗୋରିଆନ କ୍ୟାଣ୍ଡେର ହିସାବରେ ଚାଲନ୍ତି। ଏହି କ୍ୟାଲେଣ୍ଡର ଅନୁଯାୟୀ ପର୍ବପର୍ବାଣୀ ପାଳନ କରାଯାଏ। ଇଥୋପିଆ ନିବାସୀ ଭାବନ୍ତି ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ୭୫ ବିସିରେ ହୋଇଥିଲା ଓ ସେମାନେ ସେହି ଅନୁସାରେ ଦିନ ଗଣନା କରନ୍ତି। ଏଣୁ ଇଥୋପିଆରେ ସେହି ଦିନ କିଛି ବି ପର୍ବ ପାଳନ ହୁଏ ନାହିଁ। ମାତ୍ର ଅନ୍ୟ ସମସ୍ତେ ଏହି ଦିନ ଉତ୍ସବ ପାଳନ କରନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.