Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

କରୋନା ସଂକ୍ରମିତ ହୋଇ ଜୀବନ ହାରିଲେ ଏସଓ୍ୱାଟିନି ପ୍ରଧାନମନ୍ତ୍ରୀ

14/12/2020 at 11:19 AM

ଜୋହାନ୍ସବର୍ଗ,୧୪।୧୨: ମାରାତ୍ମକ କରୋନା ଭାଇରସ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେଲାଣି । ପ୍ରଥମ ଥର ପାଇଁ ଏହି ଭାଇରସ କୌଣସି ଦେଶର ରାଷ୍ଟ୍ରମୁଖ୍ୟଙ୍କ ଜୀବନ ନେଇଛି । କରୋନା ସଂକ୍ରମିତ ହୋଇ ଦକ୍ଷିଣ ଆଫ୍ରିକୀୟ ଦେଶ ଏସଓ୍ୱାଟିନି (eswatini)ର ପ୍ରଧାନମନ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ଏସଓ୍ୱାଟିନିର ପ୍ରଧାନମନ୍ତ୍ରୀ ଏମ୍ବରୋସେ ଡଲାମିନି ଗତ ୧ ମାସ ହେବ କରୋନାରେ ସଂକ୍ରମିତ ହେବା ପରେ ଚିକିତ୍ସିତ ହୋଇଥିଲେ।

 ୫୨ ବର୍ଷୀୟ ଏସଓ୍ୱାଟିନି ପ୍ରଧାନମନ୍ତ୍ରୀ  ଡଲାମିନିର ଦକ୍ଷିଣ ଆଫ୍ରିକାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହି ଦେଶରେ ରାଜତନ୍ତ୍ର ପଦ୍ଧତିରେ ଶାସନ ହୋଇଥାଏ। ସେଠାର ସରକାର ରବିବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରିଛନ୍ତି ।

ଏସଓ୍ୱାଟିନିର ଉପ-ପ୍ରଧାନମନ୍ତ୍ରୀ ଥାବା ମାସୁକୁ ପ୍ରଧାନମନ୍ତ୍ରୀ ଅମ୍ବରୋସେ ଡାଲାମିନିଙ୍କ ଦୁଃଖଦ ଓ ତଥା ଅକାଳ ବିୟୋଗ ବାବଦରେ ଖବର ଦେଇଛନ୍ତି।    ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେବା ପାଇଁ   ରାଜ ପରିବାରଙ୍କଠାରୁ ନିର୍ଦ୍ଦେଶ ପାଇଛନ୍ତି ବୋଲି ଥାବା କହିଛନ୍ତି।  

   Related Posts