Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୃଥିବୀ ଆଡ଼କୁ ମୁହାଁଉଛି ୨୦୦୬ QQ୨୩ ନାମକ ଆଷ୍ଟ୍ରଏଡ : ଅଗଷ୍ଟ ୧୦ତାରିଖରେ ଧକ୍କା ହେବା ଆଶଂକା

1/08/2019 at 4:24 PM

ନୂଆଦିଲ୍ଲୀ ୧/୮: ମହାକାଶରେ ଗୋଟିଏ ନୁହେଁ ହଜାର ହଜାର ସଂଖ୍ୟାରେ ଆଷ୍ଟ୍ରଏଡ ରହିଛି। ପୃଥିବୀ ସବୁବେଳେ ଆଷ୍ଟ୍ରଏଡ ଟାର୍ଗେଟରେ ରହିଥାଏ। ଏଗୁଡ଼ିକ ମଧ୍ୟରୁ କେତେକ କ୍ଷୁଦ୍ର ହୋଇଥିବାବେଳେ କେତେକ ବୃହତ୍ ଆଷ୍ଟ୍ରଏଡ ପୃଥିବୀ ସହ ଧକ୍କା ହେଲେ ପୃଥିବୀ ଧ୍ବଂସ ହୋଇଯାଇପାରେ। ଆମେରିକୀୟ ମହାକାଶ ଏଜେନ୍ସି ନାସା 2006 QQ23 ନାମକ ଏକ ଏପରି ଆଷ୍ଟ୍ରଏଡର ସନ୍ଧାନ କରିଛନ୍ତି ଯାହା ଅଗଷ୍ଟ ୧୦ତାରିଖରେ ପୃଥିବୀ ସହ ଧକ୍କା ହେବା ଆଶଂକା ରହିଛି। ଚିଲିରେ ଥିବା ବିଶ୍ବର ସବୁଠୁ ବଡ଼ ଦୂରବୀକ୍ଷଣ ଯନ୍ତ୍ର ଜରିଆରେ ଏହା ଉପରେ ନଜର ରଖିଛନ୍ତି ବୈଜ୍ଞାନିକ । ବୈଜ୍ଞାନିକଙ୍କ କହିବାନୁସାରେ ସେମାନେ ଏହାକୁ ନେଇ ଗବେଷଣା ଜାରି ରଖିଛନ୍ତି। ବୈଜ୍ଞାନିକମାନେ ୨୦୦୬ମସିହା ଅଗଷ୍ଟ ୨୧ତାରିଖରେ ପ୍ରଥମ ଥର ଏହି ଆଷ୍ଟ୍ରଏଡର ସନ୍ଧାନ କରିଥିଲେ।

ସେତେବେଳେ ମଧ୍ୟ ଏହା ପୃଥିବୀ ସହ ଧକ୍କା ହେବାର ଆଶଙ୍କା ଥିଲା ବୋଲି କୁହାଯାଇଥିଲା। ବୈଜ୍ଞାନିକମାନେ ସେତେବେଳେ ମଧ୍ୟ ୧୦ଦିନ ଯାଏଁ ଏହା ଉପରେ ନଜର ରଖିଥିଲେ। ଏହା ପୃଥିବୀର ଅତି ନିକଟକୁ ଆସିଯାଇଥିଲା। କିନ୍ତୁ,ଏହା ପରେ ଏହା ନଜରରୁ ହଟିଯାଇଥିଲା। ଏବେ ନାସାର ବୈଜ୍ଞାନିକଙ୍କୁ ଏହି ଆଷ୍ଟ୍ରଏଡ ଦ୍ବିତୀୟ ଥର ଦେଖା ଦେଇଛି।

ଏହି ଆଷ୍ଟ୍ରଏଡର ବ୍ୟାସ ୨୫୪ରୁ ୫୬୮ମିଟର। ଏହା ୨୬୩ଦିନରେ ସୂର୍ଯ୍ୟଙ୍କ ଚାରିପଟେ ଥରେ ଘୂରିଥାଏ। ଆସନ୍ତା ୧୦ତାରିଖରେ ଏହା ପୃଥିବୀର ଅତି ନିକଟ ଅର୍ଥାତ୍ ୦.୦୪୯୭୭ ଆଷ୍ଟୋନୋମିକାଲ ୟୁନିଟ ଦୂରତ୍ବରେ ଅତିକ୍ରମ କରିବ। ଏହା ପୃଥିବୀ ସହ ଧକ୍କା ହେବାର ଆଶଙ୍କା ୭୦୦୦ରୁ ଗୋଟିଏ ଭାଗ ।ତଥାପି ବୈଜ୍ଞାନିକମାନେ ଏହାକୁ କମ ବିପଦ ବୋଲି ଭାବୁନାହାନ୍ତି । ସେମାନଙ୍କ କହିବାନୁସାରେ ଯଦି ଏତେ ବଡ଼ ଆଷ୍ଟ୍ରଏଡ ପୃଥିବୀ ସହ ଧକ୍କା ହେବ ତେବେ ଏହା ସବୁ କିଛି ଧ୍ବଂସ କରିପାରେ।

୨୦୧୩ମସିହାରେ ମେଞ୍ଚ ଚୋଲିୟାବିସ୍କରେ ଏକ ଛୋଟ ପିଣ୍ଡ ଧକ୍କା ହୋଇଥିଲା ଯାହା ଫଳରେ ୬୬ଫୁଟର ଗଭୀର ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହି ଧକ୍କା ଦକ୍ଷିଣ ୟୁରାଲରେ ହୋଇଥିଲା ଯାହା ଫଳରେ ପାଖାପାଖି ୧୫୦୦ଲୋକ ଆହତ ହୋଇଥିଲେ ଏବଂ ବହୁଳଭାବେ ସମ୍ପତ୍ତି କ୍ଷୟକ୍ଷତି ହୋଇଥିଲା। ୬.୬କୋଟି ବର୍ଷ ପୂର୍ବରୁ ୧୦କିଲୋମିଟର ଆକାରର ଏକ କ୍ଷୁଦ୍ର ଗ୍ରହ ପୃଥିବୀକୁ ଧକ୍କା ଦେଇଥିଲା ଯାହା ଫଳରେ ଡାଇନୋସର ଏବଂ ଅନ୍ୟ ପ୍ରଜାତିର ଜୀବ ବିଲୁପ୍ତ ହୋଇଯାଇଥିଲେ। ୨୦୧୨ମସିହାରେ ଏକ ବସ ଆକାରର ଆଷ୍ଟ୍ରଏଡ ପୃଥିବୀର ଅତି ନିକଟରୁ ଅତ୍ୟନ୍ତ କ୍ଷିପ୍ର ବେଗରେ ଅତିକ୍ରମ କରିଥିଲା ଯାହାକୁ ଦେଖି ବୈଜ୍ଞାନିକମାନେ ହତବାକ୍ ହୋଇଯାଇଥିଲେ।

ଆମ ସୈାରମଣ୍ଡଳରେ ମଙ୍ଗଳ ଏବଂ ବୃହସ୍ପତି ଗ୍ରହ କକ୍ଷ ମଝିରେ ଏକ ଏପରି କ୍ଷେତ୍ର ରହିଛି ଯେଉଁଥିରେ ସାନ ବଡ଼ ହଜାର ହଜାର ଖଗୋଳୀୟ ପିଣ୍ଡ ରହିଛି,ଯାହାକୁ ଆଷ୍ଟ୍ରଏଡ କୁହାଯାଏ। ଆଷ୍ଟ୍ରଏଡ ସୂର୍ଯ୍ୟର ପରିକ୍ରମା କରିଥାଏ। କିନ୍ତୁ କ୍ଷୁଦ୍ର ଆକାର ଯୋଗୁଁ ଏହାକୁ ଗ୍ରହ କୁହାଯାଇନଥାଏ। ଆମ ସୈାରମଣ୍ଡଳରେ ପାଖାପାଖି ୧ଲକ୍ଷ ଗ୍ରହ ରହିଛି ଯାହା ଭିନ୍ନ ଭିନ୍ନ ଆକାରର ହୋଇଥାଏ।    

   Related Posts