ମହାରାଷ୍ଟ୍ରରେ କର୍ଫ୍ୟୁର ନୂଆ ନିୟମ ଜାରି: ସକାଳ ୭ ରୁ ୧୧ଟା ଯାଏଁ ଖୋଲାରହିବ ଜରୁରୀ ଦୋକାନ

Published By : Prameya-News7 Bureau | April 20, 2021 IST

ମୁମ୍ବାଇ ୨୦/୦୪ : ମହାରାଷ୍ଟ୍ରରେ ବୃଦ୍ଧି ପାଉଥିବା କରୋନା ମାମଲା ମଧ୍ୟରେ ରାଜ୍ୟ ସରକାରଙ୍କ ପ୍ରତିବନ୍ଧ ଅନୁଯାୟୀ ନୂଆ ଆଦେଶ ଜାରି କରାଯାଇଛି। ମଙ୍ଗଳବାର ଦିନ ଆଦେଶ ଜାରି କରାଯାଇ କୁହାଯାଇଛି ଯେ ସମସ୍ତ ପନିପରିବା ଦୋକାନ, ତେଜରାତି ଦୋକାନ, ଫଳ ଦୋକାନ ସକାଳ ୭ଟା ରୁ ୧୧ଟା ଯାଏଁ ଖୋଲାରହିବ। ଆଦେଶରେ କୁହାଯାଇଛି ଯେ ସମସ୍ତ ତେଜରାତି ଦୋକାନ, ପନିପରିବା, ଫଳ, ବ୍ୟାକେରି, କ୍ଷୀର, ଆମିଷ ଡାକ, କୃଷି ସମ୍ବନ୍ଧୀୟ ଦୋକାନ, ପୋଷା ଜୀବଜନ୍ତୁଙ୍କ ଖାଦ୍ୟ ଦୋକାନ ସକାଳ ୭ଟା ରୁ ୧୧ଟା ଯାଏଁ ଖୋଲାରହିବ। ଏହି ଆଦେଶ ସମସ୍ତଙ୍କ ପାଇଁ ଲାଗୁ।

ଆଦେଶରେ କୁହାଯାଇଛି, ଯେଉଁ ଦୋକାନମାନଙ୍କରେ ପ୍ରତିବନ୍ଧ ଲଗାଯାଇଛି ସେମାନେ ସକାଳ ୭ଟା ରୁ ରାତି ୮ଟା ମଧ୍ୟରେ ହୋମ ଡେଲିଭରୀ କରିପାରିବେ। ଏହି ନିୟମ ଜିଲ୍ଲା ପ୍ରଶାସନ ବଦଳାଇ ପାରିବେ।

ମଙ୍ଗଳବାର ଦିନ ମୁମ୍ବାଇରେ ୭ ହଜାର ନୂଆ ମାମଲା ସାମ୍ନାକୁ ଆସିଛି। ଏମାନଙ୍କ ମଧ୍ୟରୁ ୮୭ ପ୍ରତିଶତ ସଂକ୍ରମିତଙ୍କର ଲକ୍ଷଣ ନଥିଲା। ଥାନେରେ ୫୦୦୭ ନୂଆ ମାମଲା ସାମ୍ନାକୁ ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.