ବିଡିଏ ବିଏମ୍‌ସି ନିର୍ଦେଶ ନମାନି ଏସ୍‌ପ୍ଲାନେଡ୍‌ ଆଦାୟ କରୁଛି ବେଆଇନ ଫି- ଖବର ସଂଗ୍ରହ ବେଳେ ମହିଳା ସାମ୍ବାଦିକଙ୍କୁ ଆକ୍ରମଣ

Published By : Prameya-News7 Bureau | December 29, 2019 IST

ଭୁବନେଶ୍ୱର ୨୯।୧୨ - ବିଡିଏ ଓ ବିଏମ୍‌ସିର ନିୟମକୁ ବେଖାତିର କରି ଏହାକୁ ଫୁଃ କରି ଏସ୍‌ପ୍ଲାନେଡ୍‌ ମଲ୍‌ରେ ବେଆଇନ ଭାବେ ପାର୍କିଂ ଫେସିଲେସନ୍ ଫି ଆଦାୟ କରାଯାଉଛି । ଦୀର୍ଘଦିନଧରି ନିୟମକୁ ବେଖାତିର କରାଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ବିଏମ୍‌ସି ଓ ବିଡିଏ ଅଧିକାରୀମାନେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ତାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

{"id":203954,"sizeSlug":"large"}

ଏହି ବେଆଇନ କାର୍ଯ୍ୟର ଖବର ସଂଗ୍ରହ ବେଳେ ଏକ ଓ୍ୱେବ ଟିଭିର କାର୍ଯ୍ୟରତ ମହିଳା ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ମଲ୍‌ରେ ନିଯୁକ୍ତ ଥିବା କିଛି କର୍ମଚାରୀ ଗୁଣ୍ଡାଙ୍କ ଭଳି ଆକ୍ରମଣ କରିବା ସହ କ୍ୟାମେରା ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ପରେ ପୁଲିସ୍‌ରୁ ଫୋନ୍‌ କରିବାରୁ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣ ସିକ୍ୟୁରିଟି ଗାର୍ଡଙ୍କୁ ଥନାରେ ଅଟକ ରଖିଛି ।

wp:gallery {"ids":[203949]} /wp:gallery

ଅଭିଯୋଗ ପରେ ପୁଲିସ ଥାନାର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ମୁତାବକ, ରାଜଧାନୀରେ ଥିବା ମଲ୍‌ରେ ପାର୍କିଂ ଫି’ ଆଦାୟ ନକରିବାକୁ ବିଡିଏ ଓ ବିଏମ୍‌ସି କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି । ହେଲେ କିଛିଦିନ ହେବ ନିୟମକୁ ଦଳିମକଚି ଏସ୍‌ପ୍ଲାନେଡ୍‌ ମଲରେ ଲୋକଙ୍କ ଠାରୁ ପାର୍କିଂ ଫି’ ଆଦାୟ ଚାଲିଛି । ଏ ସମ୍ପର୍କରେ ଅଭିଯୋଗ ପାଇ ଖବର ସଂଗ୍ରହ କରିବାକୁ ଯାଇଥିଲେ ଏକ ଓ୍ୱେବ ଟି ର ମହିଳା ସାମ୍ବାଦିକ ଓ କ୍ୟାମେରାମ୍ୟାନ୍‌ । ସେଠାରେ ଲୋକଙ୍କ ମତାମତ ସଂଗ୍ରହ କରୁଥିବା ବେଳେ ୨ଜଣ ସିକ୍ୟୁରିଟି ଗାର୍ଡ (ବାଉନ୍ସର), ମ୍ୟାନେଜର ଶ୍ୟାମ ଓ ଅନ୍ୟ କିଛି କର୍ମଚାରୀ ପହଞ୍ଚି କ୍ୟାମେରା ବନ୍ଦ କରିବାକୁ ଧମକ ଦେଇଥିଲେ । ଲାଇଭ୍‌ ଟିଭି ଚଳାଇଥିବାରୁ କ୍ୟାମେରା ବନ୍ଦ କରି ନଥିଲେ ।

ଏହା ଦେଖି ମ୍ୟାନେଜର ଶ୍ୟାମ କ୍ୟାମେରାମ୍ୟାନ୍‌ଙ୍କ ହାତରୁ କ୍ୟାମେରା ଛଡ଼ାଇ ଫିଙ୍ଗି ଦେଇଥିଲେ । ତା’ପରେ ଜଣେ ପୁରୁଷ ସିକ୍ୟୁରିଟ୍‌ ଗାର୍ଡ ମହିଳା ସାମ୍ବାଦିକଙ୍କୁ ଧକ୍କା ମାରିବା ସହ ତାଙ୍କୁ ଅସଦାଚରଣ କରିଥିଲେ । ଏହାପରେ ଅନ୍ୟ ସୁରକ୍ଷାକର୍ମୀ ଏକାଠି ହୋଇ ଉଭୟଙ୍କୁ ନିସ୍ତୁକ ପିଟିଥିଲେ । ବହୁ କଷ୍ଟରେ ମହିଳା ସାମ୍ବାଦିକ ପୁଲିସ୍‌କୁ ଫୋନ୍‌ କରିଥିଲେ । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କ କବଳରୁ ଉଭୟଙ୍କୁ ଉଦ୍ଧାର କରିଥିଲେ । ଏନେଇ ଅଭିଯୋଗ ପରେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରି ୨ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.