ଗ୍ରାଣ୍ଡ ପ୍ରାଇଜ୍‌ ବିଏମ୍‌ଡବ୍ଲ୍ୟୁ ବାଇକ୍‌ ଜି୩୧୦ଆର-ଏସ୍‌ପ୍ଲାନେଡ୍‌ ୱାନ୍‌ରେ ‘ଅସ୍‌ଲି ହାପିନେସ୍‌ୱାଲା’ ବିକ୍ରୟ ଅଫର୍‌

Published By : Prameya-News7 Bureau | December 25, 2019 IST

ଭୁବନେଶ୍ୱର ୨୫।୧ - ଏସ୍‌ପ୍ଲାନେଡ୍‌ ୱାନ୍‌ରେ ଡିସେମ୍ବର ୧ରୁ ଆରମ୍ଭ ହୋଇଥିବା ‘ଅସ୍‌ଲି ହାପିନେସ୍‌ୱାଲା’ ବିକ୍ରୟ ଜାନୁଆରୀ ୩୧ ଯାଏଁ ଚାଲିବ । ଚଳିତବର୍ଷ ଗ୍ରାହକଙ୍କ ପାଇଁ ଆକର୍ଷଣୀୟ ପୁରସ୍କାର ବ୍ୟବସ୍ଥା ରଖାଯାଇଛି ।

ଏଥିରେ ସ୍ୱର୍ଣ୍ଣ ମୁଦ୍ରା, ରୌପ୍ୟ ମୁଦ୍ରା, ମୁଭି ଟିକେଟ ଓ ଗିଫ୍ଟ ଭାଉଚର ରହିଛି । ଏହି ଅବସରରେ ଏସ୍‌ପ୍ଲାନେଡ୍‌ ୱାନ୍‌ର କେନ୍ଦ୍ର ନିର୍ଦ୍ଦେଶକ କହିଛନ୍ତି, ଓଡ଼ିଶା ପାଇଁ ଡିସେମ୍ବର ଓ ଜାନୁଆରୀ ଗୁରୁତ୍ୱପୂର୍ଣ୍ଣ ମାସ । ଏହି ସମୟରେ ରାଜ୍ୟକୁ ବହୁ ସଂଖ୍ୟକ ପର୍ଯ୍ୟଟକ ଆସିଥାନ୍ତି । ଆହୁରି ମଧ୍ୟ ଏହି ମାସରେ ସ୍କୁଲ, କଲେଜଗୁଡ଼ିକରେ ଛୁଟି ଦିଆଯାଇଥାଏ । ଏହାକୁ ଆଖିରେ ରଖି ଆମେ ସପିଙ୍ଗ୍‌ ଅନୁଭୂତିକୁ ସ୍ମରଣୀୟ କରିବା ପାଇଁ ଉପହାର ବ୍ୟବସ୍ଥା ରଖିଛୁ ।

{"id":202353,"sizeSlug":"large"}

ଏହି ମଲ୍‌ରେ ଯେ କୌଣସି ଦୋକାନରୁ ୫୦,୦୦୦ ଟଙ୍କାରୁ ଅଧିକ ଗୋଟିଏ ଥର କିଣାକିଣି ଉପରେ ୦.୦୫ ଗ୍ରାମ୍‌ର ସ୍ୱର୍ଣ୍ଣ ମୁଦ୍ରା ମିଳିବ ।

୨୦,୦୦୦ ଟଙ୍କାର କିଣାକିଣି ଉପରେ ୦.୦୫ ଗ୍ରାମ୍‌ର ରୌପ୍ୟ ମୁଦ୍ରା ଏବଂ ୧୦,୦୦୦ ଟଙ୍କାରୁ ଅଧିକ ଗୋଟିଏ ଥର କ୍ରୟ ପାଇଁ ସିନେପଲିସର ମୁଭି ଟିକେଟ, ୨୫୦୦ ଟଙ୍କାର କ୍ରୟରେ ଗିଫ୍ଟ ଭାଉଚର ଦିଆଯିବ ।

ଏହାବ୍ୟତୀତ ପ୍ରତି ସପ୍ତାହରେ ଲକି ଡ୍ର ବ୍ୟବସ୍ଥା ସହ ଏବଂ ସୁଜୁକି ଇଣ୍ଟ୍ରୁଡର ବାଇକ୍‌, ଇଲେକ୍ଟ୍ରିକ୍‌ ସ୍କୁଟର ପୁରସ୍କାର ବ୍ୟବସ୍ଥା ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.