ମହିଳା ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଏସପ୍ଲାନେଡ୍ ମଲର ବରିଷ୍ଠ ଅଧିକାରୀ ଗିରଫ

Published By : Prameya-News7 Bureau | December 29, 2019 IST

ଭୁବନେଶ୍ବର ୨୯।୧୨:  ଏସପ୍ଲାନେଡ୍ ମଲର ଗୁଣ୍ଡାରାଜ ଘଟଣା । ଗିରଫ ହେଲେ ମଲ୍ ର ବରିଷ୍ଠ ଅଧିକାରୀ ଶ୍ୟାମା ଝା । ସହିଦନଗର ପୋଲିସ ତାଙ୍କୁ ଗିରଫ କରିଛି । ଏହି ଘଟଣାରେ ଗିରଫ ସଖ୍ୟା ୩ରେ ପହଞ୍ଚିଛି । ଖବର ପ୍ରସାରଣ କରୁଥିବା ଏକ ବୈଦୁତିକ ଗଣମାଧ୍ୟମର ସାମ୍ବାଦିକା ଓ କ୍ୟାମେରା ପର୍ସନଙ୍କୁ ଆକ୍ରମଣ କରିବା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା । ଏହି ଘଟଣାକୁ ବିରେ।ଧ କରି ଶତାଧିକ ସାମ୍ବାଦିକ, ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ, ରାଜନୈତିକ ଦଳ, ସୂଚନା ଅଧିକାର କର୍ମୀ ଏସପ୍ଲାନେଡ୍ ମଲ ଆଗରେ ବିରେ।ଧ ପ୍ରଦର୍ଶନ କରିଥିଲେ । ଘଟଣାସ୍ଥଳରେ ଭୁବନେଶ୍ବର ଡିସିପି ଅନୁପ କୁମାର ସାହୁ ପହଞ୍ଚି ଧାରଣାରତ ସମ୍ବାଦିକଙ୍କ ସହ ଆଲେ।ଚନା କରିଥିଲେ । ଗତକାଲି ଭୁବନେଶ୍ୱର ସ୍ଥିତ ଏସପ୍ଲାନେଡ ମଲରେ ବେଆଇନ ପାର୍କିଂ ଆଦାୟ ନେଇ ଜଣେ ସାମ୍ବାଦିକା ଓ ତାଙ୍କ କ୍ୟାମେରା ପର୍ସନ ଙ୍କୁ ଖବର ସଂଗ୍ରହ କରୁଥିବା ବେଳେ ସେମାନଙ୍କୁ ମଲର ସୁରକ୍ଷା କର୍ମୀ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ ବିଭିନ୍ନ ମହଲରୁ ବିରୋଧଭାସ ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.