Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ଇଶାଙ୍କୁ ଫିଲ୍ମରୁ ବାହାର କରିବାକୁ ଚାହୁଁଥିଲେ ପ୍ରଡ୍ୟୁସର , ଖୁଲାସା କଲେ ଇଣ୍ଡଷ୍ଟ୍ରିର ଡାର୍କ ସିକ୍ରେଟ୍ ବିଷୟରେ…

29/10/2021 at 10:51 AM

ମୁମ୍ବାଇ ୨୯।୧୦ : ବଲିଡ୍‌ର ଜଣାଶୁଣା ଅଭିନେତ୍ରୀ ଈଶା ଗୁପ୍ତା । ସେ ଅଧିକ ଫିଲ୍ମ କରି ନଥିଲେ ମଧ୍ୟ ବେଶ ଲୋକପ୍ରିୟ । ଇମ୍‌ରାନ୍‌ ହାଶ୍‌ମିଙ୍କ ଅଭିନୀତ ଫିଲ୍ମ ‘Jannat 2’ରୁ ଇଶା ତାଙ୍କର ଆକ୍ଟିଂ ଡେବ୍ୟୁ ଆରମ୍ଭ କରିଥିଲେ। ଏହାପରେ ସେ ଫିଲ୍ମ ‘Raaz 3’, ‘Humshakal’, ‘Rustom’ ଭଳି ଅନେକ ଫିଲ୍ମରେ ନଜର ଆସିଥିଲେ। କିନ୍ତୁ ତାଙ୍କ ସହ ଫିଲ୍ମ ଶୁଟିଂରେ ଏଭଳି ଘଟିଥିଲା ଯାହା ସେ କହୁ କହୁ କହି ଦେଇଥିଲେ । ତେବେ ସେ ଶୁଟିଂ ମଝିରେ ପ୍ରଡ୍ୟୁସର ଆସି କହିଲେ ମୋ ସହ କାମ କରିବାକୁ ଚାହୁଁ ନାହାନ୍ତି। କାରଣ ଥିଲା ମୁଁ ତାଙ୍କ ସହ ବେଡ୍‌ ସେୟାର କରିବାକୁ ମନା କରି ଦେଇଥିଲି। ଏକ ସାକ୍ଷାତକାରରେ ଏଭଳି କିଛି ଖୁଲାସା କରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଇଶା ଗୁପ୍ତା।

ଦୀର୍ଘ ଦିନ ଧରି ଫିଲ୍ମରେ ଆକ୍ଟିଭ୍‌  ଥିବା ଇଶା ବଲିଉଡ୍‌ ବବଲ୍‌କୁ ଏକ ସାକ୍ଷାତକାରରେ ଇଣ୍ଡଷ୍ଟ୍ରିର ଡାର୍କ ସିକ୍ରେଟ୍‌ ବିଷୟରେ ଖୁଲାସା କରିଛନ୍ତି। କିଭଳି ଭାବରେ ଜଣେ ପ୍ରଡ୍ୟୁସର ତାଙ୍କୁ ଫିଲ୍ମରୁ ବାହାର କରିବାକୁ ଚାହୁଁଥିଲେ ସେ ସମ୍ପର୍କରେ ଇଶା ସାକ୍ଷାତକାର କହିଛନ୍ତି। ପ୍ରଡ୍ୟୁସରଙ୍କ ସହ ବେଡ୍‌ ସେୟାର କରିବାକୁ  ସଫା ସଫା ମନା କରି ଦେବାରୁ ସେ ତାଙ୍କୁ ଫିଲ୍ମରୁ ବାହାର କରିବାକୁ ଚାହୁଁଥିଲେ ବୋଲି ଇଶା କହିଛନ୍ତି।

ଇଶା କହିଛନ୍ତି, ‘ସେହି ଦିନ ମେକ୍‌ଅପ୍‌ ଆର୍ଟିଷ୍ଟଙ୍କ ସହ ମୁଁ ମୋ ରୁମ୍‌ ଶେଆର କରିଥିଲି। ମୋତେ ଡର ଲାଗୁଛି ଓ ଏଠାରେ ଏକାକୀ ଶୋଇପରିବି ନାହିଁ ଏହି ବାହାନା କରି ମେକ୍‌ଅପ୍‌ ଆର୍ଟିଷ୍ଟଙ୍କ ସହ ମୁଁ ମୋ ରୁମ୍‌ ଶେଆର କରିଥିଲି। ହେଲେ ପ୍ରକୃତ କଥା ଭୂତ ନଥିଲା। ବରଂ ଜଣେ ଲୋକଙ୍କୁ ମୁଁ ଡରି ଯାଇଥିଲି। କାରଣ ଆପଣ ଜାଣି ନଥିବେ, କେତେବେଳେ ଆପଣଙ୍କୁ ବାହାର କରି ଦିଆଯିବ। ମୁଁ ଏଭଳି ଜଣେ ବ୍ୟକ୍ତିଙ୍କୁ ଖରାପ ନଜରରେ ଦେଖୁଥିଲି।’

ଇଶା ଆହୁରି କହିଛନ୍ତି, ‘ଫିଲ୍ମର ଶୁଟିଂ ମଝିରେ ପ୍ରଡ୍ୟୁସର ଆସି କହିଲେ, ମୋ ସହ ସେ କାମ କରିବାକୁ ଚାହୁଁ ନାହାନ୍ତି। ମୁଁ ୪-୫ ଦିନ ଶୁଟିଂ ମଧ୍ୟ କରି ସାରିଥିଲି। ଏସବୁ ଏଥିପାଇଁ ହେଲା, କାରଣ ମୁଁ ତାଙ୍କ ସହ ବେଡ୍‌ ସେୟାର ମନା କରି ଦେଇଥିଲି।’ ତେବେ ଏହି ସମୟରେ ଡାଇରେକ୍ଟର ଇଶାଙ୍କୁ ସପୋର୍ଟ କରିଥିଲେ ଓ ପ୍ରଡ୍ୟୁସରଙ୍କୁ ମନା କରି ଦେଇଥିଲେ। କିଛି ମାସ ପୂର୍ବେ ଇଶା ସୋସିଆଲ ମିଡିଆରେ ତାଙ୍କର ଫଟୋ ପୋଷ୍ଟ କରିଥିଲେ। ଇଶାଙ୍କ ଏହି ବୋଲ୍ଡ ଅବତାରକୁ କିଛି ଲୋକଙ୍କୁ ବେଶ୍‌ ପସନ୍ଦ ଆସିଥିବା ବେଳେ କେତେକ ଲୋକ ନାପସନ୍ଦ ମଧ୍ୟକ କରିଥିଲେ। ଫଟୋ ଗୁଡ଼ିକ ଏତେ ବୋଲ୍ଡ ଥିଲା ଯେ ତାଙ୍କ କମେଣ୍ଟ ବକ୍ସକୁ ଅଶ୍ଳୀଳ କମେଣ୍ଟ ମଧ୍ୟ ଆସିଥିଲା। ଏହି କାରଣରୁ ଇଶା ବାଧ୍ୟ ହୋଇ ତାଙ୍କ କମେଣ୍ଟ ବକ୍ସକୁ ଅଫ୍ କରି ଦେଇଥିଲେ ।

   Related Posts