ବାଥରୁମରେ ହଟ୍ ସେଲ୍ଫି କ୍ଲିକ୍ କଲେ ଅଭିନେତ୍ରୀ ଈଶା ଗୁପ୍ତା : ସୋସିଆଲ୍ ମିଡିଆରେ ହେଲା ଭାଇରାଲ୍

Published By : Prameya-News7 Bureau | December 16, 2020 IST

ନୂଆଦିଲ୍ଲୀ ୧୬/୧୨: ବଲିଉଡ ଅଭିନେତ୍ରୀ ଈଶା ଗୁପ୍ତା ନିଜ ବୋଲ୍ଡ ଫଟୋକୁ ନେଇ ଚର୍ଚ୍ଚାରେ ରୁହନ୍ତି। ସେ ସୋସିଆଲ୍ ମିଡିଆରେ ନିଜର ଏକ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି ଯାହା ଜୋରସୋରରେ ଭାଇରାଲ୍ ହେଉଛି। ଫଟୋରେ ଈଶାଙ୍କ ହଟ୍ ଅନ୍ଦାଜକୁ ବହୁତ ପସନ୍ଦ କରାଯାଉଛି।

wp:html
/wp:html

ଈଶା ଗୁପ୍ତା ନିଜର ଏହି ଫଟୋକୁ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିଛନ୍ତି,ଯେଉଁଥିରେ ସେ ଟି-ଶର୍ଟ ପିନ୍ଧିଥିବା ନଜର ଆସିଛନ୍ତି। ଈଶା ବାଥରୁମରେ ମିରର ସାମନାରେ ଏହି ସେଲ୍ଫିକୁ କ୍ଲିକ୍ କରିଛନ୍ତି। ଫଟୋକୁ ଜୋରସୋରରେ ଲାଇକ୍ ଆଉସେୟାର କରାଯାଉଛି। କମେଣ୍ଟ ବକ୍ସରେ ପ୍ରଶଂସକ ହଟ୍ ସେଲଫି ଏବଂ ସେକ୍ସି ଭଳି କମେଣ୍ଟ୍ କରୁଛନ୍ତି।

{"id":378034,"sizeSlug":"large","linkDestination":"none"}

ଏହା ପୂର୍ବରୁ ଏକ ସାକ୍ଷାତକାରରେ ଈଶା ଗୁପ୍ତା ଟ୍ରୋଲଗୁଡ଼ିକର ଉଚିତ୍ ଜବାବ ଦେଇଥିଲେ। ସେ କହିଥିଲେ ଯେ ଏପରି ବ୍ୟକ୍ତି ନିଜେ ଅସୁବିଧାରେ ଅଛନ୍ତି କିନ୍ତୁ ସେମାନେ ଅନ୍ୟକୁ ଟ୍ରୋଲ୍ କରୁଛନ୍ତି। ଈଶା ଗୁପ୍ତା କହିଛନ୍ତି ଯେ ତାଙ୍କୁ ଲାଗୁଛି ଯେ ଯଦି ୨୦୨୦ପରେ ମଧ୍ୟ ଲୋକେ ନେଗେଟିଭ ହେବା ଏବଂ ଟ୍ରୋଲ୍ କରିବାରେ ବ୍ୟସ୍ତ ଅଛନ୍ତି ତେବେ ଏପରି କ୍ଷେତ୍ରରେ ତାଙ୍କୁ କିଛି ଗମ୍ଭୀର ସମସ୍ୟା ହୋଇପାରେ। ତାଙ୍କୁ ବେଳେବେଳେ ଖରାପ ଲାଗିଥାଏ କି ସେମାନେ ବହୁତ ଅସୁବିଧାରେ ଅଛନ୍ତି। ତାଙ୍କ ପାଖରେ କଥା ହେବାକୁ କିଛି ନାହିଁ ଏବଂ ଏହି କାରଣ ପାଇଁ ସେମାନେ ଅନ୍ୟକୁ ଟ୍ରୋଲ୍ କରିଥାନ୍ତି।

{"id":378035,"sizeSlug":"large","linkDestination":"none"}

ଏହା ବ୍ୟତୀତ ଈଶା ନିଜ ପ୍ରୋଜେକ୍ଟକୁ ନେଇ କଥା ହୋଇଥିଲେ। ସେ କହିଥିଲେ ଯେ ,‘ସେ ୩ଟି ଓ୍ବେବ୍ ସିରିଜ ଏବଂ ୨ଟି ଫିଲ୍ମ ସାଇନ୍ କରିଛନ୍ତି ଯାହା ଫେବୃୟାରୀ ଶେଷରେ ମୁମ୍ବାଇରେ ଆରମ୍ଭ ହେଉଛି। ଏବର୍ଷ ସମସ୍ତଙ୍କ ପାଇଁ ଅତ୍ୟନ୍ତ କଠିନ ଥିଲା କିନ୍ତୁ ଆସନ୍ତା ବର୍ଷ ଭଲ ହୋଇପାରେ।’

{"id":378036,"sizeSlug":"large","linkDestination":"none"}

ଈଶା ୨୦୧୨ମସିହାରେ ଫିଲ୍ମ ଜନ୍ନତ ୨ରୁ ବଲିଉଡକୁ ଡେବ୍ୟୁ କରିଥିଲେ ଯେଉଁଥିରେ ସେ ବୋଲ୍ଡ ସିନ୍ ଦେଇ ଚର୍ଚ୍ଚାକୁ ଆସିଥିଲେ। ଏହା ବ୍ୟତୀତ ସେ ରୁସ୍ତମ୍,ଟୋଟାଲ୍ ଧମାଲ୍ ଏବଂ ବାଦଶାହୋ ଭଳି ଫିଲ୍ମରେ କାମ କରି ସାରିଛନ୍ତି। ସେ ଶେଷ ଥର ଓ୍ବାନ୍ ଡେ ଫିଲ୍ମରେ ନଜର ଆସିଥିଲେ।

{"id":378037,"sizeSlug":"large","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.