ସୋସିଆଲ୍ ମିଡିଆରେ ନିଜ ଫ୍ୟାନଙ୍କ ଉପରେ ରାଗି ଯାଇଥିଲେ ଅଭିନେତ୍ରୀ ଈଶା ଗୁପ୍ତା : ଜାଣନ୍ତୁ କାରଣ?

Published By : Prameya-News7 Bureau | May 23, 2020 IST

ମୁମ୍ବାଇ ୨୩/୫: ଫିଲ୍ମ ଅଭିନେତ୍ରୀ ଈଶା ଗୁପ୍ତା ଫିଲ୍ମ ‘ଜନ୍ନତ ୨’ ସହ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ,ତେଣୁ ତାଙ୍କ ତୁଳନା ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ସହ କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ ହେଉଛି ଏହା ଯେ ତାଙ୍କୁ ଦରିଦ୍ରଙ୍କ ଆଞ୍ଜେଲିନା ଜୋଲି କୁହା ଯାଇଥିଲା ଏବଂ ସେ ଏଥିପାଇଁ ରାଗି ଯାଇଥିଲେ।

{"id":274795,"sizeSlug":"large"}

ଲୋକେ ବେଳେ ବେଳେ ଭଲ ଭାବେ ତୁଳନା କରନ୍ତି ନାହିଁ। ଯେତେବେଳେ ଈଶା ଅଭିନୟ ଇଣ୍ଡଷ୍ଟ୍ରିରେ ପ୍ରବେଶ କଲେ ସେତେବେଳେ ତାଙ୍କ ତୁଳନା ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ସହ କରାଯାଉଥିଲା। ବଲିଉଡ ଅଭିନେତ୍ରୀ ଭାବେ ଈଶାଙ୍କ କ୍ୟାରିୟରକୁ ସଫଳତା ମିଳିନଥିଲା,କିନ୍ତୁ ସେ ଟ୍ରୋଲର୍ସଙ୍କୁ ଖାତିର କରୁନଥିଲେ। ତାଙ୍କୁ ଟ୍ରୋଲର୍ସମାନେ ଦରିଦ୍ରଙ୍କ ଆଞ୍ଜେଲିନା ଜୋଲି କହୁଥିଲେ।

{"id":274796,"sizeSlug":"large"}

ନିକଟରେ ସାକ୍ଷାତକାରରେ ସେ ଏହିଭଳି ଟ୍ରୋଲ୍ ବିଷୟରେ ନିଜ ମୁହଁ ଖୋଲିଛନ୍ତି ଏବଂ କହିଛନ୍ତି ଯେ ପ୍ରଥମେ ତାଙ୍କୁ ଏଥିପାଇଁ ରାଗ ଚିଡ଼ିଥିଲା। କିନ୍ତୁ ସେ ଟ୍ରୋଲର୍ସଙ୍କୁ କହିଥିଲେ ଆପଣମାନେ ନିଜକୁ ଗରିବ କହୁଛନ୍ତି। ଏହା ସେ କହୁନାହାନ୍ତି ବରଂ ଲୋକେ ନିଜକୁ ନିଜେ ଗରିବ କହୁଛନ୍ତି। ସେ ଏପରି ଦେଖାଯିବାକୁ କହିନଥିଲେ ,ଏହା ତାଙ୍କ ବାପା-ମାଆଙ୍କ ପାଇଁ ଏବଂ ସେ ଏପରି ହିଁ ଦେଖାଯାଆନ୍ତି।

{"id":274798,"sizeSlug":"large"}

ଈଶା ଗୁପ୍ତା ଆହୁରି ମଧ୍ୟ କହିଥିଲେ ଯେ ବେଳେବେଳେ ତାଙ୍କୁ ମଧ୍ୟ ନିଜର ଏବଂ ଆଞ୍ଜେଲିନାଙ୍କ ମଧ୍ୟରେ କିଛି ସାମଞ୍ଜସ୍ୟ ଦେଖାଯାଇଥାଏ। ଲୋକେ ଉଭୟଙ୍କ ଇଣ୍ଟରନେଟରେ କୋଲାଜ କରିଥାନ୍ତି ଏବଂ ପୋଷ୍ଟ କରିଥାନ୍ତି।

{"id":274794,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.