ପୁଣି ଥରେ ମାଆ ହେଲେ ଈଶା : କନ୍ୟା ସନ୍ତାନକୁ ଦେଲେ ଜନ୍ମ

Published By : Prameya-News7 Bureau | June 11, 2019 IST

ମୁମ୍ବାଇ ୧୧/୬: ଅଭିନେତା ଧର୍ମେନ୍ଦ୍ର ଏବଂ ହେମା ମାଳିନୀ ପୁଣି ଥରେ ଅଜା ଆଈ ହୋଇଛନ୍ତି। ଈଶା ଦେଓଲଙ୍କ ଘରେ ଖୁସର ଲହରୀ ଖେଳି ଯାଇଛି। ଈଶା ଏବଂ ତାଙ୍କର ସ୍ବାମୀ ଭରତ ତଖ୍ତାନି ଦ୍ବିତୀୟ ଥର ପିତା ମାତା ହୋଇଛନ୍ତି। ଈଶା ଦେଓଲ ଗତକାଲି କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ସୋଶିଆଲ ମିଡିଆରେ ଈଶା ଦେଓଲ ଏହି ସୂଚନା ଦେଇଛନ୍ତି।

{"id":122000,"width":593,"height":382}

ଈଶା ଇନଷ୍ଟାଗ୍ରାମରେ ନିଜ ଝିଅର ନାଁ ମଧ୍ୟ ସୂଚିତ କରିଛି। ସେ ତାଙ୍କ ସାନ ଝିଅର ନାଁ ମିରାୟା ରଖିଛନ୍ତି। ଈଶା ଲେଖିଛନ୍ତି- ‘ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ।’

{"id":122001,"width":595,"height":334}

ଚଳିତ ବର୍ଷ ଜାନୁୟାରୀରେ ଈଶା ଅତ୍ୟନ୍ତ ଖାସ୍ ଭାବେ ନିଜ ଦ୍ବିତୀୟ ଗର୍ଭଧାରଣର ଖୁଲାସା କରିଥିଲେ। ସେ ନିଜ ଝିଅ ରାଧ୍ୟାର ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ରାଧ୍ୟା ସୋଫାରେ ବସିଥିଲେ ଏବଂ ଲେଖା ହୋଇଥିଲା- ‘ମୋର ପ୍ରମୋଶନ ହେବାକୁ ଯାଉଛି। ମୁଁ ବଡ଼ ଭଉଣୀ ହେବାକୁ ଯାଉଛି।’

{"id":122002,"width":595,"height":520}

ଈଶା ଦ୍ବିତୀୟ ଥର ମାଆ ହେବାକୁ ନେଇ ଅତ୍ୟନ୍ତ ଉତ୍ସାହିତ ଥିଲେ। ଅଧିକାଂଶ ସମୟରେ ଈଶା ସୋଶିଆଲ ମିଡିଆରେ ଫଟୋ ସେୟାର କରିଥିଲେ। ତାଙ୍କ ଫଟୋକୁ ସମସ୍ତେ ପସନ୍ଦ କରୁଥିଲେ।

{"id":122003,"width":594,"height":311}

ଈଶା ଦେଓଲ ଆକ୍ଟିଙ୍ଗକୁ ବିଦାୟ କହି ୨୦୧୨ରେ ବ୍ୟବସାୟୀ ଭରତ ତଖ୍ତାନିଙ୍କୁ ବିବାହ କରିଥିଲେ। କିଛି ଦିନ ପୂର୍ବେ ଈଶା ,ରାଧ୍ୟାଙ୍କୁ କୋଳରେ ଧରି ଡ୍ୟାନସ କରିବାର ଭିଡିଓ ସାମନାକୁ ଆସିଥିଲା।

{"id":122005,"width":593,"height":333}

ଈଶା ପ୍ରାୟତଃ ସିନେମା ଜଗତକୁ ଛାଡ଼ିସାରିଲେଣି ଏବଂ ସେ କ୍ଲାସିକାଲ ଡ୍ୟାନ୍ସ ଶୋରେ ଭାଗ ନେଉଛନ୍ତି।

{"id":122006,"width":593,"height":338}

ଈଶା ‘ଧୁମ୍’,‘କୋଇ ମେରେ ଦିଲ ସେ ପୁଛେ’,‘ନା ତୁମ ଜାନୋ ନା ହମ’,‘ୟୁଭା’,‘ନୋଏଣ୍ଟ୍ରି’,‘ଆଖେଁ’,‘କାଲ’,‘ଦସ’,‘କ୍ୟା ଦିଲ ନେ କାହା’,‘ଶାଦି ନମ୍ବର ଓ୍ବାନ’ ଏବଂ ‘ଇନସାନ’ ଭଳି ଫିଲ୍ମରେ କାମ କରିଛନ୍ତି।

{"id":122007,"width":595,"height":272}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.