ସୋଲାର ଅର୍ବିଟରର ପ୍ରଥମ ଚିତ୍ର ଜାରି କଲେ ESA, ସୂର୍ଯ୍ୟର ସବୁ ସ୍ଥାନରେ ଜଳୁଛି ନିଆଁ

Published By : Prameya-News7 Bureau | July 16, 2020 IST

କେପକେନେବରାଲ ୧୬।୭: ଇୟୁରୋପୀୟ ଅନ୍ତରୀକ୍ଷ ସଂସ୍ଥା (ଇସା) ତାଙ୍କ ସୌର କାର୍ଯ୍ୟକ୍ରମର ପ୍ରଥମ ଫଟୋଚିତ୍ର ଜାରି କରିଛନ୍ତି। ସଂସ୍ଥାନ ମହାକାଶକୁ ପଠାଇଥିବା ‘ସୋଲାର ଅର୍ବିଟର’ ଅତି ନିକଟରୁ ସୂର୍ଯ୍ୟଙ୍କ ଫଟୋ ନେଇଛି। ଯେଉଁଥିରେ ସୂର୍ଯ୍ୟ ସାରା ଛୋଟଛୋଟ ଅନେକ ନିଆଁ ଜଳୁଥିବାର ଦେଖାଯାଇଛି। ଗତ ଫେବୃଆରୀ ମାସରେ ଇସା ଅନ୍ତରୀକ୍ଷକୁ ସୋଲାର ଅର୍ବିଟର ପ୍ରେରଣ କରିଥିବା ବେଳେ ଏହା ଏବେ କାର୍ଯ୍ୟକ୍ଷମ ହୋଇଛି।

wp:html /wp:html

ଅନ୍ତରୀକ୍ଷ ଯାନ ପ୍ରଥମ ଫଟୋ ଉତ୍ତୋଳନ କରିବା ବେଳେ ସୂର୍ଯ୍ୟଙ୍କଠାରୁ ପ୍ରାୟ ୭କୋଟି ୭୦ ଲକ୍ଷ କିଲୋମିଟର ଦୂର ଅର୍ଥାତ ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ ଦୂରତାର ଅଧାରେ ଥିଲା। ଯାନ ଦ୍ୱାରା ନିଆଯାଇଥିବା ସୂର୍ଯ୍ୟଙ୍କ ଫଟୋରେ ପ୍ରତ୍ୟେକ ସ୍ଥାନରେ ଛୋଟ ଛୋଟ ଅଗଣିତ ନିଆଁ  ଶିଖା ଉଠାଇ ଜଳୁଥିବାର ଦେଖାଯାଉଛି। ପ୍ରକଳ୍ପ ବୈଜ୍ଞାନିକ ଡାନିୟଲ ମୂଲର ସୂର୍ଯ୍ୟଙ୍କ ଦେହରୁ ଉଠୁଥିବା ଅଗ୍ନି ଶିଖାକୁ ଟିମ୍‌ ‘କ୍ୟାମ୍ପ ଫାୟାର’ ନାମକରଣ କରିଥିବା କହିଛନ୍ତି।

{"id":301463,"width":578,"height":400,"sizeSlug":"large"}

ଇସା କାର୍ଯ୍ୟକ୍ରମର ପ୍ରଥମ ଫଟୋଚିତ୍ର ଗୁରୁବାର ଜାରି କରିଛନ୍ତି। ସୋଲାର ଅର୍ବିଟର ସୂର୍ଯ୍ୟଙ୍କ ଯେତେ ନିକଟତର ହେବ ତାରକାର କାର୍ଯ୍ୟ ସମ୍ପର୍କିତ ଅଧିକ ଫଟୋଚିତ୍ର ଉତ୍ତୋଳନ କରିବ। ଯେଉଁଥିରୁ ସୌରମଣ୍ଡଳର ନକ୍ଷତ୍ରଙ୍କ ସମ୍ପର୍କିତ ଅନେକ ତଥ୍ୟ ମିଳିପାରିବ ବୋଲି ମୂଲର କହିଛନ୍ତି। ଏପର୍ଯ୍ୟନ୍ତ କେବଳ ହବଲ ଟେଲିସ୍କୋପରୁ ସୂର୍ଯ୍ୟଙ୍କ ଫଟୋ ନିଆଯାଇଥିଲା। ତେବେ ସୂର୍ଯ୍ୟଙ୍କୁ ନିକଟରୁ ପ୍ରଥମ ଥର ଫଟୋ ପଠାଇଛି ସୋଲାର ଅର୍ବିଟର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.