Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ସ୍ପେନ୍‌ର ଲା-ପାଲ୍‌ମା ଦ୍ବୀପରେ ଭୟଙ୍କର ଆଗ୍ନେୟଗିରି ଉଦଗିରଣ, କେବେ ଥମିବ କହିବା ମୁସ୍କିଲ, ହଜାର ହଜାର ଲୋକଙ୍କୁ କରାଯାଉଛି ସ୍ଥାନାନ୍ତର

20/09/2021 at 5:32 PM

ଲା ପାଲ୍‌ମା (ସ୍ପେନ୍‌) ୨୦/୦୯: ଆଟଲାଣ୍ଟିକ୍‌ ମହାସାଗରରେ ସ୍ପେନ୍‌ର ଦ୍ବୀପ ଲା ପାଲ୍‌ମାରେ ଲଗାତାର ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଏବେ ଭୟଙ୍କର ଆଗ୍ନେୟଗିରି ଉଦଗିରଣ ହୋଇଥିବା ଜଣାପଡ଼ିଛି। ଏହା ପରେ ସେଠାକାର ପ୍ରଶାସନ ହଜାର ହଜାର ଲୋକଙ୍କୁ ତରବରିଆ ଭାବେ ଉଦ୍ଧାର କରିଛି। ଲାଭା ବୋହିଆସି ଅନେକ ଘର ନଷ୍ଟ କରିପକାଇଥିବା ବେଳେ ଖୁବଶୀଘ୍ର ସମୁଦ୍ରକୂଳରେ ପହଞ୍ଚିପାରେ ବୋଲି କୁହାଯାଉଛି।  

ଏହା ପୂର୍ବରୁ ସେଠାରେ ୧୯୭୧ରେ ଆଗ୍ନେୟଗିରି ଉଦଗିରଣ ହୋଇଥିଲା। ଏଭଳି ବିପଦ ମାଡ଼ିଆସିଥିବା ବେଳେ ୫୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଥିବା ବେଳେ ବାକି ଲୋକ ନିଜ ନିଜ ଘରେ ଅଛନ୍ତି ବୋଲି କହିଛନ୍ତି କ୍ୟାନେରୀ ଦ୍ବିପପୁଞ୍ଜର ଅଧ୍ୟକ୍ଷ  ଭିକ୍ଟର ଟୋରେସ। ୮୫ ହଜାର ଲୋକସଂଖ୍ୟା ବିଶିଷ୍ଟ ଲା ପାଲମା ଦ୍ବୀପ ୮ ଜ୍ବାଳାମୁଖୀ ଦ୍ବୀପ ମଧ୍ୟରୁ ଗୋଟିଏ।

ଲା ପାଲମା ଅଧ୍ୟକ୍ଷ ମାରିୟାନୋ ହେରାନାନ୍ଦଦେହଙ୍କ ଅନୁସାରେ, ଏଥିରେ କେହି ମୃତହାହତ ହୋଇଥିବା ସୂଚନା ମିଳିନାହିଁ କିନ୍ତୁ ଲାଭା ପ୍ରଭାହିତ ହେଉଥିବାରୁ ତଟବର୍ତ୍ତୀ ଅଞ୍ଚଳରେ ଥିବା ଜନବସତି ପାଇଁ ଚିନ୍ତା ବୃଦ୍ଧିପାଇଛି।

ସ୍ପେନ୍‌ର ନ୍ୟାସନାଲ ଜିଓରୋଜି ଇନଷ୍ଟିଚ୍ୟୁଟ୍‌ର ମୁଖ୍ୟ ଇତାହିଜା ଡୋମିନଗୁଏଜ କହିଛନ୍ତି, ଜ୍ବାଳାମୁଖୀ ବିସ୍ଫୋରଣ ପ୍ରଭାବ କେତେ ଦିନ ଯାଏଁ ରହିବ ତାହା କହିବା ମୁସ୍କିଲ। କ୍ୟାନେରୀ ଦ୍ବୀପପୁଞ୍ଜ ମଧ୍ୟ ଆଗ୍ନେୟଗିରି ଉଦଗିରଣ ନେଇ ସୂଚନା ଦେଇଛି।

ଆଗ୍ନେୟଗିରି ଉଦଗିରଣ ହେବାର କିଛି ସମୟରେ ପରେ ଲଭା ବୋହିଆସି ଏଲ ପାସୋରେ ଥିବା ଘରଗୁଡ଼ିକ ଉପରେ ମାଡ଼ିଯାଇଥିଲା। ସେଠାରୁ ୩୦୦ ଲୋକଙ୍କୁ ଉଦ୍ଧାର କରାଯିବା ସହ ରାସ୍ତା ବନ୍ଦ କରିଦିଆଯାଇଥିଲା ବୋଲି ମେୟର ସର୍ଜିଓ ରୋଡ୍ରିଗଜ୍‌ କହିଛନ୍ତି।

   Related Posts