ବାଃ ବାଃରେ ରାଜନୀତି : ଦିନେ ଦାମଙ୍କୁ ଶ୍ରୀଖଣ୍ଡୀ କହୁଥିବା ଲେଖାଶ୍ରୀ ଏବେ ଦାମଙ୍କ ସହ ହିଁ ଏକାଠି କରୁଛନ୍ତି ପ୍ରଚାର

Published By : Prameya-News7 Bureau | April 17, 2019 IST

ଯାଜପୁର ୧୭|୪: ସମସାମୟିକ ରାଜନୀତିରେ ଦେଖିବାକୁ ମିଳିଥାଏ ପ୍ରବଳରୁ ପ୍ରବଳ କ୍ଷମତାଲିପସା । ଆଉ ଏହାର ଉଦାହରଣ ଦେଖିବାକୁ ମିଳିଥାଏ, ଠିକ୍ ନିର୍ବାଚନ ସମୟରେ । ଲୋକପ୍ରତିନିଧି ସାଜି ବିଧାୟକ ଓ ସାଂସଦ ପଦବୀ ଅକ୍ତିଆର କରିବାକୁ ଏବଂ ଭୋଟ ହାତେଇବାକୁ ଏମାନେ ସବୁକିଛି କରିବାକୁ ଏକଦମ୍ ପ୍ରସ୍ତୁତ ।ସତ୍ତା ଲୋଭରେ ଏମାନେ ଗଭୀରୁ ଗଭୀର ମନାନ୍ତର ମତାନ୍ତର ଭୁଲି ପୁଣି ଯେ, ଏକାଠି ହୋଇପାରନ୍ତି ।ତାର ଏକ ବଡ଼ ଉଦାହରଣ ହେଉଛି ଏଇ ନିକଟରେ ଘଟିଥିବା ଯାଜପୁରର ଦୃଶ୍ୟ ।

{"id":104289}

 କିଏ କହେ ପଲିଟିକ୍ସ ଇଜ୍ ଗେମ୍ ଅଫ୍ ଅପରଚ୍ୟୁନିଟି ତ କିଏ କହେ ପଲିଟିକ୍ସ ଇଜ୍ ଗେମ୍ ଅଫ୍ କମ୍ପ୍ରମାଇଜ୍ । ସୁଯୋଗ ମିଳିଲେ ସବୁକିଛି କରିହୁଏ । ପଛକଥା ଭୁଲି, ଶତ୍ରୁତା ଭୁଲି ପରସ୍ପରର ହାତ ଧରି ଆଗକୁ ବି ବଢିବାକୁ ହୁଏ । ସେଥିପାଇଁ ତ ଅନ୍ୟ ନୀତିଠାରୁ ପୂରାପୁରି ଅଲଗା ଏଇ ନୀତି । ମାନେ ରାଜନୀତି ।ଦେଖନ୍ତୁ ଏଇ ଦୃଶ୍ୟ…. ଏ ହେଉଛି ଯାଜପୁର ସୁକିନ୍ଦାରେ ଆୟୋଜିତ ବିଜେପିର ରାଲି ।ଦେଖୁ ନାହାନ୍ତି, ଯେଉଁ ଦାମ ରାଉତ୍ ଦିନେ ଅଙ୍ଗନୱାଡି ବୟାନ ଦେଇ ଭାରତୀୟ ଜନତା ପାର୍ଟିର ରୋଶର ଶିକାର ହୋଇଥିଲେ, ଆଜି ସେଇ ଦାମ ରାଉତ୍, ଲେଖାଶ୍ରୀ ମାଡାମ୍ ଙ୍କ ସହ ଗୋଟିଏ ଗାଡିରେ ଦଳର ପ୍ରଚାର କରୁଛନ୍ତି । ଆଉ ଯେଉଁ ଲେଖାଶ୍ରୀ ଡାକ୍ତର ରାଉତଙ୍କୁ ଶ୍ରୀଖଣ୍ଡି ବୋଲି କହି ଚିଲାଉଥିଲେ, ସେଇ ଲେଖାଶ୍ରୀ ଆଜି ମୁହଁରେ ହସ ଫୁଟାଇ ଦାମଙ୍କ ସହ ଗୋଟିଏ ମଞ୍ଚରେ ବସିଛନ୍ତି । 

{"id":104290}

କିଛିଦିନ ତଳେ ପରସ୍ପରର ଗୋଇ ଖୋଳିହେଉଥିବା ଲେଖାଶ୍ରୀ ଓ ଡାକ୍ତର ଦାମଦୋର ରାଉତ୍ ଆଜି ଗୋଟିଏ ଗାଡିରେ ଗୋଟିଏ ମଞ୍ଚରେ ଆଉ ଗୋଟିଏ ବ୍ୟାନରରେ ଏକାଠି । ଦେଖୁ ନାହାନ୍ତି, କିଭଳି ଦଳ ବଦଳିଲେ, ବ୍ୟାନର ବଦଳିରେ, ଆଭିମୁଖ୍ୟ ବି ବଦଳିଯାଏ । ମନେ ପକାନ୍ତୁ ସେଇ ପୁରୁଣା ସମୟକୁ । ଯେଉଁଠି ଦିନେ ଏମାନେ ପରସ୍ପରର ମୁହଁ ବି ଦେଖିବାକୁ ନାରାଜ୍ ଥିଲେ । ଆଉ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ପଲିଟିକାଲ ୱାର୍ ।

{"id":104291}

ଆଉ ଏ ହେଉଛି ଆଜିର ଚିତ୍ର । ପୁରା ଆକାଶ ପାତାଳର ତଫାତ୍ । ମନ ମିଶିଛି, ମନାନ୍ତର ମତାନ୍ତରକୁ ଭୁଲି ଏକାଠି ବି ହୋଇଛନ୍ତି । ହୁଏତ ଏହା ସେମାନଙ୍କ ଆବଶ୍ୟକତା ଅବା ବାଧ୍ୟ ବାଧକତା ମଧ୍ୟ ହୋଇଥାଇ ପାରେ । ଆଉ ଏକଥା ତ ମାଡାମ୍ ଲେଖାଶ୍ରୀ ଏବଂ ଡାକ୍ତର ରାଉତ ବେଶ୍ ଭଲ ଭାବେ ଜାଣିଥିବେ ।

ଖାଲି ଗୋଟିଏ ମଞ୍ଚରେ କି ଗୋଟିଏ ଗାଡିରେ ବସୁ ନାହାନ୍ତି ଏମାନେ । ପରସ୍ପରର ପ୍ରଶଂସାରେ ବି ଶତମୁଖ ହେଉଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ଦୃଢକ୍ତି ମଧ୍ୟ ପ୍ରକାଶ କରିଛନ୍ତି ।

{"id":104292}

ରାଜନୀତିରେ କାହାର କେତେବେଳେ ଆବଶ୍ୟକତା ପଡିବ, ତାହା କହିହେବ ନାହିଁ । କିନ୍ତୁ ଏଇ ନେତାଙ୍କୁ ବୁଝିବା ଯେତିକି କଷ୍ଟକର, ତାଠୁ ଅଧିକ ରାଜନୀତିକୁ ବୁଝିବା ବଡ଼ କଷ୍ଟକର ବ୍ୟାପାର । ସେଇଥିପାଇଁ ତ କୁହାଯାଏ, ୱକ୍ତ ୱକ୍ତ କି ବାତ୍ ହେ । ଅର୍ଥାତ୍ ସମୟ ସମୟର କଥା । ସତରେ ଚଇତ ଆସିଲେ ଯେମିତି ଚଇତାଳି ପବନ ବହିଥାଏ ।ଠିକି ସେମିତି ନିର୍ବାଚନ ଋତୁ ଆସିଲେ ଚଇତାଳି ପବନ ପରି ନେତାଙ୍କ ମନରେ ସତ୍ତାର ଲୋଭ ଚଇତାଳି ପବନ ପରି ଏମାନଙ୍କୁ ସବୁକିଛି କରିବାକୁ ବାଧ୍ୟ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.