ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ବିଧାୟକ ପ୍ରାର୍ଥୀ ଦାମୋଦର ରାଉତ

Published By : Prameya-News7 Bureau | April 08, 2019 IST

ଜଗତସିଂହପୁର ୮/୪ : ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏରସମା-ବାଲିକୁଦା ବିଜେପି ବିଧାୟକ ପ୍ରାର୍ଥୀ ଦାମୋଦର ରାଉତ | ବାଲିକୁଦା-ଏରସମାରେ ଦାମଙ୍କୁ ଟକ୍କର ଦେବେ ବିଜେଡିରୁ ରଘୁନନ୍ଦନ ଦାସ ଏବଂ କଂଗ୍ରେସରୁ ଲଲାଟେନ୍ଦୁ ମହାପାତ୍ର | ସୂଚନାଯୋଗ୍ୟ ଯେ, ପାରାଦୀପରୁ ଦାମଙ୍କ ପୁଅ ସମ୍ବିତ ରାଉତ ବିଜେଡି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି |

{"id":101469}

ବିଜେଡିରୁ ବହିଷ୍କୃତ ହେବାପରେ ଦାମ ନିଜେ ଦଳ ଗଠନ କରିବେ ବୋଲି କହୁଥିଲେ | କିନ୍ତୁ ପରବର୍ତ୍ତୀ ସମୟରେ ସେ ବିଜେପିରେ ଯୋଗ ଦେଇଥିଲେ | ନବୀନ ପଟ୍ଟନାୟକଙ୍କ ଠାରୁ ତାଙ୍କୁ ଦିଆଯାଇଥିବା ଅପମାନର ପ୍ରତିଶୋଧ ନେବେ ବୋଲି ସେ ସଂକଳ୍ପ କରିଥିବା ବରାବର କହି ଆସୁଛନ୍ତି |

{"id":101470}

ଡାକ୍ତର ଦାମୋଦର ରାଉତ ବିଜେପିରେ ଯୋଗ ଦେବାପରେ ବାଲିକୁଦା-ଏରସମାର ବିଜେପି ନେତା ରଘୁନନ୍ଦନ ଦାସ ବିଜେପି ଛାଡିବା ସହ ବିଜେଡିରେ ଯୋଗ ଦେଇଥିଲେ | ବିଜେଡି ରଘୁନନ୍ଦନଙ୍କୁ ସେଠାରେ ପ୍ରାର୍ଥୀ କରିଛି | ବାଲିକୁଦା-ଏରସମା ଡାକ୍ତର ରାଉତଙ୍କ ନିଜ ଅଂଚଳ | ଏ ନିର୍ବାଚନ ପ୍ରମାଣ କରିବ ଡାକ୍ତର ରାଉତଙ୍କୁ ତାଙ୍କ ଅଂଚଳ କେତେ ଗ୍ରହଣ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.