ଆଇଟମ ଗାର୍ଲ ରାନୀ ପଣ୍ଡାଙ୍କୁ ବଳିଗଲେ ମାଡାମ ସୋନାଲି, ମଞ୍ଚରେ ଅଶ୍ଳୀଳତାର ସବୁ ସୀମା ସରହଦ ପାର କଲେ… ପୋଲିସ ବି ଚୂପ୍…

Published By : Prameya-News7 Bureau | September 26, 2019 IST

ଅନୁଗୁଳ୨୬|୯; ରାନୀ ପଣ୍ଡା ପରେ ଏବେ ପୁଣି ଜଣେ ନବାଗତ ଅପେରା ଡ୍ୟାନ୍ସର ମାଡ଼ମ ସୋନାଲି ଚର୍ଚ୍ଚାରେ। ଏବେ ହଲଚଲ ମଚାଉଛନ୍ତି ଅପେରା "ମାୟା ନଗରୀରେ"। ସୋନାଲି ଷ୍ଟେଜକୁ ଉଠିବା କ୍ଷଣି ହୁଇସିଲ ଏବଂ ଛୁଇଁବା ପାଇଁ ବେଶ ଉଠୁଛି ପଡୁଛି ଷ୍ଟେଜ।

{"id":163096}

କିଏ କିଏ ଟଙ୍କାରେ ବର୍ଷା କରୁଛନ୍ତି। କିଏ କିଏ ଛାତିରେ ଟଙ୍କା ମଧ୍ୟ ପୁରାଇ ଦେଉଛନ୍ତି। ରାନୀ ପଣ୍ଡା ଭଳି ଉତ୍ତେଜିତ ନୃତ୍ୟ ମଧ୍ୟ କରୁଛନ୍ତି। ହିନ୍ଦୀ ଓଡ଼ିଆ ଗୀତରେ ପୁରା ଷ୍ଟେଜ ଉଠୁଛି ପଡୁଛି।

{"id":163097}

ଉତ୍ତେଜିତ କଲାଭଳି ପୋଷାକ ମଧ୍ୟ ପିନ୍ଧୁଛନ୍ତି। ଅନଗୁଳର ଏକ ମାଲିକ ଏହି ଅପେରା ମାୟା ନଗରୀ କରିଛନ୍ତି। ଲୋକମାନେ ତାଙ୍କୁ କହୁଛନ୍ତି ଇଏ ରାନୀ ପଣ୍ଡାଙ୍କଠୁ ବଳି ପଡିଲେ।

{"id":163098}

କିନ୍ତୁ କିଛି ଲୋକ ଏହି ନୃତ୍ୟକୁ ନାପସନ୍ଦ କରିଛନ୍ତି। କହୁଛନ୍ତି ନାରୀକୁ ଉପଭୋଗର ବସ୍ତୁ ଭଳି ବ୍ୟବହାର କରିବା ଠିକ ନୁହଁ। ଶସ୍ତା ସଫଳତା ଓ ଲୋକପ୍ରିୟତା ପାଇଁ ଯାତ୍ରା ଦଳମାନେ ଏଭଳି ଅଶ୍ଳୀଳ ନୃତ୍ୟ ପରିବେଷଣ କରୁଛନ୍ତି । ଏହା ଉପରେ କକଣା ଲାଗିବା ଜରୁରୀ ହୋଇପଡିଛି ।

{"id":163099}

ଯାତ୍ରାରେ ଏଭଳି ନୃତ୍ୟ ଚାଲିଥିଲେ ମଧ୍ୟ ପୋଲିସ ପ୍ରଶାସନ ଚୁପ୍‌ ବସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନୃତ୍ୟର ତାଳ ଲୟ ଅପେକ୍ଷା ଅଳ୍ପ ବସ୍ତ୍ର ଓ ଅଙ୍ଗ ପ୍ରଦର୍ଶନକୁ ଏହି ଯାତ୍ରା ନୃତ୍ୟରେ ପ୍ରାଧାନ୍ୟ ଦିଆଯାଇଛି । ରାନୀ ପଣ୍ଡା ଅଭିନୟ କରୁଥିବା ଯାତ୍ରା ସଚ୍ଚିଦାନନ୍ଦ ମଧ୍ୟ ଏବେ ଯାଜପୁର ଜିଲ୍ଲାରେ ପ୍ରଦର୍ଶିତ ହେଉଛି । ଆଇଟମ ଗାର୍ଲ ରାନୀ ଶୀର୍ଷକ ନାଟକରେ ନିଜେ ରାଣିପଣା୍ଡା ଅଭିନୟ କରୁଛନ୍ତି ।

{"id":163102}

ରାନୀଙ୍କ ଅଶ୍ଳୀଳ ନୃତ୍ୟ ଯୋଗୁଁ ଖଣ୍ଡଗିରି ଯାତ୍ରାରେ ଯାତ୍ର ସଚ୍ଚିଦାନନ୍ଦ ବଦନାମ ହେଲେ ମଧ୍ୟ ବ୍ୟବସାୟିକ ସଫଳତା ହାସଲ କରିଥିଲା । ତାକୁ ନଜରରେ ରଖି ଏବେ କିଛି ନୂଆ ଯାତ୍ରାଦଳ ସେଭଳି ପନ୍ଥା ଅବଲମ୍ବନ କରୁଥିବା କୁହାଯାଉଛି ।

{"id":163103}
wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.