ଜାଣନ୍ତୁ ଏହି ଦେଶ ବିଷୟରେ, ଯେଉଁଠି ନାହିଁ ଗୋଟିଏ ବି ଏଟିଏମ୍ : କଲ୍ କରିବାକୁ ଲୋକେ ଯାଇଥାଆନ୍ତି ପିସିଓ

Published By : Prameya-News7 Bureau | October 17, 2019 IST

ନୂଆଦିଲ୍ଲୀ ୧୭/୧୦: ଆଜିର ଯୁଗରେ ଗାଁ-ଗାଁ ଯାଏଁ ଏଟିଏମ୍ ନିର୍ମାଣ ହୋଇ ସାରିଲାଣି, କିନ୍ତୁ ବିଶ୍ବରେ ଏକ ଏପରି ଦେଶ ରହିଛି ,ଯେଉଁଠାରେ ଗୋଟିଏ ବି ଏଟିଏମ୍ ନାହିଁ। ଏହା ବିଲକୁଲ ସତ। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏଠାରେ ବ୍ୟକ୍ତିଙ୍କୁ କଲ୍ କରିବା ପାଇଁ ପିସିଓ ଯିବାକୁ ପଡ଼ିଥାଏ। ମୋବାଇଲ୍ ଆସିବା ପରେ ଅଧିକାଂଶ ସ୍ଥାନରେ ଆଉ ପିସିଓ ନାହିଁ।

{"id":171024}

ଏହି ଦେଶର ନାଁ ହେଉଛି ଇରିଟ୍ରିଆ । ଏହା ଏକ ଆଫ୍ରିକୀୟ ଦେଶ। ଏହାକୁ ଆନୁଷ୍ଠାନିକ ଭାବେ ଇରିଟ୍ରିଆ ରାଜ୍ୟ ନାଁରେ ମଧ୍ୟ ଜଣାଯାଏ। ଏଠାରେ ଗୋଟିଏ ବି ଏଟିଏମ୍ ନଥିବା ଯୋଗୁଁ ଲୋକେ ଟଙ୍କା କାଢ଼ିବା ପାଇଁ ବ୍ୟାଙ୍କକୁ ଯାଇଥାଆନ୍ତି ଏବଂ ସବୁଠୁ ଆଶ୍ଚର୍ଯ୍ୟର କଥା ଏହିକି ଯେ ଏଠାରେ ନିୟମ ରହିଛି ଯେ ଏଠାକାର ଲୋକେ ମାସକରେ ବ୍ୟାଙ୍କରୁ ୨୩,୫୦୦ଟଙ୍କାରୁ ଅଧିକ କାଢ଼ି ପାରିବେ ନାହିଁ।

{"id":171025}

ଇରିଟ୍ରିଆରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ କାର କିଣିବାପାଇଁ ୧୧ମାସ ଅପେକ୍ଷା କରିବାକୁ ପଡ଼ିଥିଲା କାରଣ ପ୍ରତି ମାସରେ ନିର୍ଦ୍ଦିଷ୍ଟ ଟଙ୍କା କାଢ଼ିବାର ନିୟମ ଥିଲା। ବିବାହ ଭଳି ବଡ଼ ଆୟୋଜନ ନିମନ୍ତେ ଲୋକେ ବହୁତ ହଇରାଣ ହେଉଥିଲେ।

{"id":171026}

ଏବେ ଗୋଟିଏ ଦେଶରେ କେତେ କେତେ ଟେଲିକମ୍ କମ୍ପାନୀ ଥିବାବେଳେ ଇରିଟ୍ରିଆରେ ଏରିଟେଲ୍ ନାମକ କେବଳ ଗୋଟିଏ ଟେଲିକମ୍ କମ୍ପାନୀ ରହିଛି ଏବଂ ଏହା ମଧ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିଛି। ଏରିଟେଲ୍ ସେବା ଅତ୍ୟନ୍ତ ଖରାପ ସେବା।

{"id":171027}

ଇରିଟ୍ରିଆରେ ମୋବାଇଲ୍ ସିମ୍ କିଣିବା ମଧ୍ୟ ଅତ୍ୟନ୍ତ କଷ୍ଟ ହୋଇଥାଏ। ଏଥିପାଇଁ ସ୍ଥାନୀୟ ପ୍ରଶାସନଙ୍କଠୁ ଅନୁମତି ନେବାକୁ ପଡ଼ିଥାଏ। ଯଦି ସିମ୍ କିଣି ବି ନେଲେ ତେବେ ସେଥିରେ ଇଣ୍ଟରନେଟ୍ ବ୍ୟବହାର କରି ପାରିବେ ନାହିଁ କାରଣ ସିମରେ ମୋବାଇଲ୍ ଡାଟା ହିଁ ନଥାଏ। ଅନ୍ୟ ଦେଶରୁ ବୁଲିବାକୁ ଆସିଥିବା ଲୋକଙ୍କୁ ଯଦି ସିମ୍ କିଣିବାର ଥିବ ତେବେ ସେମାନଙ୍କୁ ଅସ୍ଥାୟୀ ସିମ୍ ନେବା ପାଇଁ ପ୍ରଶାସନକୁ ଆବେଦନ କରିବାକୁ ପଡ଼ିଥାଏ। ଏଥିରେ ୩-୪ଦିନ ସମୟ ଲାଗିଥାଏ। ଏହା ପରେ ତାଙ୍କୁ ସିମ୍ ମିଳିଥାଏ। ସବୁଠୁ ଜରୁରୀ କଥା ହେଉଛି ଏହା ଯେ ଏହି ଦେଶ ଛାଡ଼ିବା ପୂର୍ବରୁ ସିମ୍ ଫେରାଇବାକୁ ପଡ଼ିଥାଏ।

{"id":171028,"width":585,"height":413}

ଏଠାକାର ଲୋକେ ଓ୍ବାଇ-ଫାଇ ଜରିଆରେ ଇଣ୍ଟରନେଟ୍ ବ୍ୟବହାର କରିଥାଆନ୍ତି। କିନ୍ତୁ ସବୁଠୁ ବଡ଼ ସମସ୍ୟା ହେଉଛି ଯେ ଏହା ଅତ୍ୟନ୍ତ ମନ୍ଥର ହୋଇଥାଏ। ଏହି ସବୁ ଅସୁବିଧା ଯୋଗୁଁ ଇରିଟ୍ରିଆର ମୋଟ ୧% ଲୋକ ଇଣ୍ଟରନେଟ୍ ବ୍ୟବହାର କରିଥାଆନ୍ତି। ଏହା ବ୍ୟତୀତ ଏଡାରେ ଫେସବୁକ୍,ଟ୍ବିଟର ଭଳି ସୋଶିଆଲ ମିଡିଆ ସାଇଟ୍ ବ୍ୟବହାର କରିବାବେଳେ ଲୋକଙ୍କୁ ଅନେକ ପ୍ରକାର ନିୟମ ମନେ ରଖିବାକୁ ପଡ଼ିଥାଏ।

{"id":171029,"width":588,"height":415}

ଏଠାରେ ଟିଭି ଦେଖିବା ପାଇଁ ମଧ୍ୟ ସରକାରଙ୍କର ଅନେକ କଟକଣା ରହିଛି। ଲୋକେ ସେହି ଚ୍ୟାନେଲ୍ ଦେଖିଥାଆନ୍ତି,ଯାହା ଏଠାକାର ସରକାର ତାଙ୍କୁ ଦେଖାଇଥାଏ। ଏପରିକି ମିଡିଆ ମଧ୍ୟ ସ୍ବତନ୍ତ୍ର ରୂପରେ ଏଠାରେ କିଛି ଲେଖିପାରିବ ନାହିଁ। ସମୟ ସମୟରେ ଏହା ବିରୁଦ୍ଧରେ ସ୍ବର ଉଠିଛି, କିନ୍ତୁ କିଛି ଫାଇଦା ହୋଇନାହିଁ।

{"id":171030}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.