Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଅନିଲ ଅମ୍ବାନୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା : ମାସେ ଭିତରେ ଦେବେ ୪୫୩ କୋଟି, ନହେଲେ ଜେଲ

20/02/2019 at 2:34 PM

ଦିଲ୍ଲୀ ୨୦/୨ : ରିଲାଏନ୍ସ ଗ୍ରୁପର ମୁଖ୍ୟ ଅନିଲ ଅମ୍ବାନୀଙ୍କ ସମସ୍ୟା ବଢି ବଢି ଚାଲିଛି | ଗୋଟିଏପଟ ରାଫେଲ ଡିଲକୁ ନେଇ ବିରୋଧୀ ଅନିଲ ଅମ୍ବାନୀଙ୍କୁ ଘେରିଛନ୍ତି | ଅପରପକ୍ଷରେ ଅବମାନନା ମାମଲାରେ ତାଙ୍କୁ ଜେଲ ଯିବାକୁ ପଡିପାରେ | ସର୍ବୋଚ୍ଚ ନ୍ୟାୟାଳୟ ଏରିକ୍ସନ ଇଣ୍ଡିଆର ଆବେଦନ ଉପରେ ଅନିଲ ଅମ୍ବାନୀଙ୍କୁ ଅବମାନନା କରିଥିବା ନେଇ ଦୋଷୀ ସାବ୍ୟସ୍ତ କରିଛନ୍ତି | କୋର୍ଟ ଏହି ମାମଲାରେ ଅମ୍ବାନୀଙ୍କ ଛଡା କମ୍ପାନୀର ଦୁଇ ନିର୍ଦେଶକଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରିଛନ୍ତି |


୪ ସପ୍ତାହ ମଧ୍ୟରେ ଏରିକ୍ସନ ଇଣ୍ଡିଆକୁ ୪୫୩ କୋଟି ଟଙ୍କାର ଵକେୟା ରାଶି ଦେବା ପାଇଁ କୋର୍ଟ ଅନିଲ ଅମ୍ବାନୀଙ୍କୁ ନିର୍ଦେଶ ଦେଇଛନ୍ତି | ସମୟସୀମା ଭିତରେ ବକେୟା ରାଶି ନଦେଲେ ଅନିଲ ଅମ୍ବାନୀ ଏବଂ ଦୁଇ ନିର୍ଦେଶକଙ୍କୁ ୩ ମାସ ପାଇଁ ଜେଲ ଯିବାକୁ ପଡିବ ବୋଲି କହିଛନ୍ତି କୋର୍ଟ | ଅବହେଳା କଲେ ୩ ଜଣଙ୍କୁ କୋଟିଏ ଲେଖାଏଁ ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ | ଅନିଲ ଅମ୍ବାନୀଙ୍କ ବରିଷ୍ଠ ଓକିଲ ମୁକୁଲ ରୋହତଗୀ କହିଛନ୍ତି ଯେ, ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛନ୍ତି | ଅମ୍ବାନୀ ଏବଂ ତାଙ୍କ ଗ୍ରୁପର ୨ ନିର୍ଦେଶକ କୋର୍ଟଙ୍କ ନିର୍ଦେଶ ପାଳନ କରିବେ ବୋଲି କହିଛନ୍ତି ରୋହତଗୀ |


ସୂଚନାଯୋଗ୍ୟ ଯେ, ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନିଲ ଅମ୍ବାନୀ ଏବଂ ଗ୍ରୁପର ୨ ନିର୍ଦେଶକଙ୍କ ବିରୋଧରେ ବକେୟା ରାଶି ନଦେଇଥିବା ଯୋଗୁଁ ଟେଲିକମ ଉପକରଣ ନିର୍ମାତା ଏରିକ୍ସନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ |


ଏରିକ୍ସନ ଇଣ୍ଡିଆ କୋର୍ଟରେ ଅଭିଯୋଗ କରିଥିଲା ଯେ, ରିଲାଏନ୍ସ ଗ୍ରୁପ ପାଖରେ ରାଫେଲ ବିମାନ ଡିଲରେ ନିବେଶ କରିବା ପାଇଁ ଅର୍ଥ ଅଛି କିନ୍ତୁ ସେ କମ୍ପାନୀର ୫୦୦ କୋଟି ବକେୟା ରାଶି ଦେବା ପାଇଁ ଅସମର୍ଥ | ଅନିଲ ଅମ୍ବାନୀଙ୍କ ନେତୃତ୍ୱରେ ଚାଲୁଥିବା କମ୍ପାନୀ ଏହି ଅଭିଯୋଗକୁ ଖାରଜ କରିଥିଲା | ଏହାପରେ କୋର୍ଟ ନିଜର ରାୟ ଶୁଣାଇଥିଲେ | କୋର୍ଟରେ ମାମଲାର ଶୁଣାଣି ଜଷ୍ଟିସ ଆର.ଏଫ.ନରିମନ ଏବଂ ବିନୀତ ଶରଣଙ୍କ ବେଞ୍ଚରେ ହୋଇଥିଲା |


ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେସନ କମ୍ପାନୀ ସୁପ୍ରିମକୋର୍ଟରେ ଦଲିଲ ପେଶ କରିଥିଲେ ଯେ, ବଡ ଭାଇ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓ ସହ ସମ୍ପତ୍ତି ବିକ୍ରି ସଉଦା ବିଫଳ ହେବାପରେ ଅନିଲ ଅମ୍ବାନୀଙ୍କ କମ୍ପାନୀ ଦେବାଳିଆ ହୋଇଯାଇଥିଲା | ଯାହାଫଳରେ ସେ ବକେୟା ରାଶି ଫେରସ୍ତ ପାଇଁ ଅସମର୍ଥ ହୋଇଥିଲେ | ରିଲାଏନ୍ସ କମ୍ୟୁନିକେସନ କୋର୍ଟରେ କହିଥିଲେ ଯେ, ସେ ଏରିକ୍ସନ ଇଣ୍ଡିଆର ବାକେଟ ରାଶି ଦେବା ପାଇଁ ସବୁ ପ୍ରକାର ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ |

   Related Posts