Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ହୋଇଯିବ କି ବଡ ଯୁଦ୍ଧ ? ରୁଷକୁ କହିଲା ତୁର୍କୀ, ଇସ୍ରାଏଲକୁ ଏବେ ଉଚିତ୍ ଶିକ୍ଷା ଦେବାକୁ ପଡିବ

12/05/2021 at 10:41 PM

ଅଙ୍କାରା ୧୨।୦୫: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ନୂତନ ମୋଡ ନେବାକୁ ଯାଉଛି। ଇସ୍ରାଏଲର ଗାଜା ଉପରେ ଆକ୍ରମଣ ପରେ ସ୍ଥିତି ଜଟିଳ  ହେବାରେ ଲାଗିଛି। ତୁର୍କୀର ରାଷ୍ଟ୍ରପତି ରେସେପ ତୈୟପ ଆର୍ଦୋଗନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଛନ୍ତି, ପାଲେଷ୍ଟାଇନବାସୀଙ୍କ ପ୍ରତି ଇସ୍ରାଏଲର ଆଭିମୁଖ୍ୟ ବିରୋଧରେ ଅନ୍ତର୍ଜାତୀୟ ସମୁଦାୟକୁ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍।

ଇସ୍ରାଏଲକୁ ଉଚିତ୍ ଶିକ୍ଷା ଦେବା ଦରକାର। ଆର୍ଦୋଗନଙ୍କ ଏହି ବୟାନ ବିବାଦକୁ ବଡ ରୂପ ଦେବାର ଆଶଙ୍କା ପ୍ରକାଶ ପାଇଛି। ବିଶେଷ କରି ମିଳିତ ଜାତିସଂଘର ମଧ୍ୟପୂର୍ବ ଦୂତ ଯୁଦ୍ଧର ଚେତାବନୀ ଦେଇଛନ୍ତି। ଇସ୍ରାଏଲର ଆକ୍ରମଣରେ ଗାଜାରେ ମରିଥିବା ପାଲେଷ୍ଟାଇନ୍‌ଙ୍କ ସଂଖ୍ୟା ୪୩ରେ ପହଞ୍ଚିଛି। ଏଥିରେ ୧୩ ଶିଶୁ ଓ ତିନି ମହିଳା ସାମିଲ। ପ୍ରାୟ ୩୦୦ ଜଣ ଆହତ ହୋଇଛନ୍ତି।

ମିଳିତ ଜାତିସଂଘର ମଧ୍ୟପୂର୍ବ ଦୂତ ଚେତାବନୀ ଦେଇଛନ୍ତି ଯେ, ଇସ୍ରାଏଲ ଓ ପାଲେଷ୍ଟାଇନ ଉଗ୍ରବାଦୀଙ୍କ ମଧ୍ୟରେ ହିଂସା ଜାରି ରହିଛି ଏବଂ ଏଥିରେ ବଡ ଧରଣର ଯୁଦ୍ଧ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏଥିରେ ସମ୍ବନ୍ଧିତ ନେତାଙ୍କୁ ଏହାର ଦାୟିତ୍ଵ ନେବାର ଉଚିତ୍ ଓ ଏହାକୁ ରୋକିବାକୁ ସେ ଅପିଲ୍ କରିଛନ୍ତି।

ଉଚିତ୍ ଶିକ୍ଷା ଦିଆଯାଉ

ତୁର୍କୀର ରାଷ୍ଟ୍ରପତି ସଞ୍ଚାର ନିର୍ଦ୍ଦେଶାଳୟ ଅନୁଯାୟୀ, ଦୁଇ ଦେଶର ନେତା ବୁଧବାର ଟେଲିଫୋନ୍‌ ଜରିଆରେ ଜେରୁସେଲମର ବିବାଦୀୟ ଅଞ୍ଚଳକୁ ନେଇ ଲାଗି ରହିଥିବା ଉତ୍ତେଜନା ଉପରେ ଆଲୋଚନା କରିଛନ୍ତି। ଆର୍ଦୋଆନ କହିଛନ୍ତି ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ଇସ୍ରାଏଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଓ ଉଚିତ୍ ଶିକ୍ଷା ଦେବା ଉଚିତ୍। ଏଥିରେ ମିଳିତ ଜାତିସଂଘର ସୁରକ୍ଷା ପରିଷଦକୁ ତ୍ଵରିତ ପଦକ୍ଷେପ ନେବା ଉଚିତ୍ ଯଦ୍ଵାରା ଇସ୍ରାଏଲକୁ ସ୍ପଷ୍ଟ ସନ୍ଦେଶ ଦିଆଯାଇ ପାରିବ ବୋଲି ତୁର୍କୀ କହିଛି।

ହମାସର କମାଣ୍ଡର ନିହତ

ଇସ୍ରାଏଲର ରକେଟ୍ ହମଲାରେ ଉଗ୍ରବାଦୀ ସଂଗଠନ ହମାସର ଗାଜା ସିଟି କମାଣ୍ଡରଙ୍କ ନିହତ ଘଟିଛି। ହମାସ ଏହାର ସୂଚନା ଦେଇଛି। କୁହାଯାଉଛି, ୨୦୧୪ରେ ଗାଜା ଯୁଦ୍ଧ ପରେ ବୁଧବାର ଆକ୍ରମଣରେ ନିହତ ହୋଇଥିବ ବସସ ଇସା ହମାସର ସବୁଠୁ ବଡ ଅଧିକାରୀ ଥିଲା। ଜେରୁସେଲମରେ ଅନେକ ସପ୍ତାହ ଧରି ଉତ୍ତେଜନା ପରେ ବଡ ସଂଘର୍ଷ ଘଟିଛି।

   Related Posts