ତୁର୍କି ରାଷ୍ଟ୍ରପତିଙ୍କ ଦାଦାଗିରି, ଦେଶରୁ ବାହାର କରିଦେବାକୁ ୧୦ ଦେଶଙ୍କ ରାଷ୍ଟ୍ରଦୂତଙ୍କୁ ଦେଇଛନ୍ତି ଧମକ, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | October 21, 2021 IST

ଅଙ୍କାରା: ତୁର୍କି ରାଷ୍ଟ୍ରପତି ରେସେପ୍ ତ୍ୟେପ ଏର୍ଡୋଗାନ ଆମେରିକା ଓ ଜର୍ମାନ ସମେତ ୧୦ ଦେଶଙ୍କ ରାଷ୍ଟ୍ରଦୂତଙ୍କୁ ଦେଶ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିଭିଲ ସୋସାଇଟି ନେତା ତଥା କାର୍ଯ୍ୟକର୍ତ୍ତା ଓସ୍ମାନ କବାଲାଙ୍କୁ ବିନା ଦୋଷରେ ତୁର୍କି ସରକାର ୨୦୧୭ ମସିହାରୁ ଜେଲରେ ବନ୍ଦୀ ରଖିଛନ୍ତି। ଏଥିଲାଗି ଆମେରିକା ଓ ଜର୍ମାନ ସମେତ ବିଶ୍ୱର ବିଭିନ୍ନ ୧୦ ଦେଶଙ୍କ ରାଷ୍ଟ୍ରଦୂତ ଆପତ୍ତି କରିଥିଲେ। ଏଣୁ ରାଷ୍ଟ୍ରପତି ଏହି ସବୁ ଦେଶଙ୍କ ରାଷ୍ଟ୍ରଦୂତଙ୍କୁ ସମନ ମଧ୍ୟ କରିଥିଲେ।

ତୁର୍କି ଯେଉଁ ଦେଶଙ୍କ ରାଷ୍ଟ୍ରଦୂତଙ୍କୁ ଦେଶଛାଡି ଚାଲିଯିବାକୁ ଧମକାଇଛି ସେମାନଙ୍କ ମଧ୍ୟରେ ଆମେରିକା ଓ ଜର୍ମାନକୁ ବାଦ ଦେଲେ କାନାଡା, ଡେନମାର୍କ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ନେଦରଲ୍ୟାଣ୍ଡସ୍, ନ୍ୟୁଜିଲ୍ୟାଣ୍ଡ, ନରୱେ ଓ ସ୍ୱିଡେନ ଆଦି ଦେଶ ଅଛନ୍ତି। ଏହି ସବୁ ଦେଶଙ୍କ ରାଷ୍ଟ୍ରଦୂତମାନେ କବାଲାଙ୍କ ମୁକ୍ତି ଲାଗି ତୁର୍କି ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିଥିଲେ। ଖାସ୍ ଏଥିଯୋଗୁ ରାଷ୍ଟ୍ରପତି ଜଣ ଜଣ କରି ରାଷ୍ଟ୍ରଦୂତଙ୍କୁ ସମନ କରିବା ସହ ଆବଶ୍ୟକ ପଡିଲେ ସେମାନଙ୍କୁ ଦେଶରୁ ବାହାର କରିଦିଆଯିବ ବୋଲି ଧମକ ଦେଇଛନ୍ତି।

{"id":530875,"width":838,"height":566,"sizeSlug":"full","linkDestination":"none"}

ଅନାଦୋଲୁ କଲଚର ଅଧ୍ୟକ୍ଷ କୱାଲାଙ୍କୁ ବିନା ଦୋଷରେ ତୁର୍କି ସରକାର ଗତ ୪ ବର୍ଷ ହେଲା ଜେଲରେ ବନ୍ଦୀ ରଖିଛନ୍ତି। ତାଙ୍କୁ ଅକ୍ଟୋବର ୨୦୧୭ରେ ଅତାତୁର୍କ ବିମାନ ବନ୍ଦରରେ ଅଟକ କରାଯାଇଥିଲା। ସେବେଠାରୁ ସେ ଆଉ ଘରକୁ ଫେରି ନାହାନ୍ତି। ତାଙ୍କୁ ଆତଙ୍କ ସଙ୍ଗଠନ ସଞ୍ଚାଳନ ଓ ଅପରାଧିକ ଗତିବିଧିରେ ଲିପ୍ତ ରହିବା ଅଭିଯୋଗରେ ଗିରଫ କରାଯାଇଥିଲା। ଏପରିକି ତୁର୍କି ସେନା ସହଯୋଗରେ ସେ ୨୦୧୬ରେ ସାମରିକ ବିଦ୍ରୋହ କରିଥିବାର ମଧ୍ୟ ସରକାର ଅଭିଯୋଗ ଆଣିଥିଲେ। ତେବେ ଏହି ସବୁ ମାମଲାରେ କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ ହେଁ ସରକାର ଜେଲରୁ ଛାଡୁ ନାହାନ୍ତି।

ଏଣୁ ମାମଲାରେ ସରକାର ତାଙ୍କୁ ଦୋଷୀ କରିପାରିନଥିବାରୁ ମାନବାଧିକାର କାରଣରୁ ଜେଲରୁ ମୁକ୍ତ କରିଦେବା ଆବଶ୍ୟକ ବୋଲି ରାଷ୍ଟ୍ରଦୂତମାନେ ସରକାରଙ୍କୁ ନିବେଦନ କରିଥିଲେ। ତେବେ ଏର୍ଡୋଗାନ ସରକାର ଏବେ ରାଷ୍ଟ୍ରଦୂତଙ୍କୁ ଧମକ ଦେବା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ତୁର୍କି ଏପର୍ଯ୍ୟନ୍ତ ରାଷ୍ଟ୍ରଦୂତଙ୍କୁ ଦେଶଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇନଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.