ଅଲିମ୍ପିକ ଫାଇନାଲରେ ଅଶ୍ବାରୋହୀ ଫୌଆଦ ମିର୍ଜା, ୨ ଦଶନ୍ଧୀ ପରେ ପ୍ରଥମ ଭାରତୀୟ ଭାବେ କଲେ ରେକର୍ଡ

Published By : Prameya-News7 Bureau | August 02, 2021 IST

ନୂଆଦିଲ୍ଲୀ ୦୨/୦୭ : ଭାରତୀୟ ଅଶ୍ବାରୋହୀ ଫୌଆଦ ମିର୍ଜା ଟୋକିଓ ଅଲିମ୍ପିକ ଫାଇନାଲରେ ପ୍ରବେଶ କରିଛନ୍ତି । ଶ୍ରେଷ୍ଠ ୨୫ ଜଣଙ୍କ ମଧ୍ୟରେ ରହି ସିଧାସଳଖ ଫାଇନାଲରେ ପ୍ରବେଶ କରିଛନ୍ତି ଫୌଆଦ ମିର୍ଜା । ୨୯ ବର୍ଷୀୟ ଅଶ୍ବାରୋହୀ ଫୌଆଦ ମିର୍ଜା ଶନିବାର ଘୋଡା ଡିଆଁ ପ୍ରତିଯୋଗିତାରେ ୯ମ ସ୍ଥାନରେ ରହିଥିଲେ । ଡିଆଁ ରାଉଣ୍ଡରେ ମାତ୍ର ଦୁଇଟି ବାଡ଼କୁ ଅତିକ୍ରମ କରିବା ସମୟରେ ବାଜିଥିଲା ତଥାପି ୪୭.୨ ପେନାଲିଟି ପଏଣ୍ଟ ସହ ୨୫ ଟି ବାଡ ପାର କରିଥିଲେ ଫୌଆଦ ମିର୍ଜା ।

ଭାରତୀୟ ଭାବେ ଦୀର୍ଘ ୨ ଦଶନ୍ଧୀ ପରେ ଅଲିମ୍ପିକରେ ଜଣେ ଅଶ୍ବାରୋହୀ ଫାଇନାଲରେ ପ୍ରବେଶ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଫୌଆଦଙ୍କ ପୂର୍ବରୁ ୨୦୦୦ ମସିହା ସିଡନୀ ଅଲିମ୍ପିକରେ ଇମତିଆଜ୍‌ ଆନିସ୍‌ ଏବଂ ଆଟଲାଣ୍ଟା ଅଲିମ୍ପିକ ୧୯୯୬ ରେ ଓ୍ବିଙ୍ଗ୍‌ କମାଣ୍ଡର ଆଇ. ଜେ ଲାମ୍ବା ଅଶ୍ବାରୋହୀ ଦୌଡ ଫାଇନାଲରେ ପ୍ରବେଶ କରିବାରେ ସକ୍ଷମ ହୋଇଛନ୍ତି । ଦୀର୍ଘ ବର୍ଷ ପରେ ଆଉ ଜଣେ ଭାରତୀୟ ଅଶ୍ବାରୋହୀ ଅଲିମ୍ପିକ ଫାଇନାଲରେ ପ୍ରବେଶ କରିଛନ୍ତି ।

ଟୋକିଓ ଅଲିମ୍ପିକରେ ଉନ୍ନତ ଧରଣର ପ୍ରଦର୍ଶନ ଜାରି ରଖିଛନ୍ତି ଭାରତୀୟ । ହକିରେ ଉଭୟ ପୁରୁଷ ଏବଂ ମହିଳା ଟିମ ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ପୂର୍ବରୁ ଭାରତ୍ତୋଳକ ମୀରାବାଈ ଚାନୁ ରୌପ୍ୟ ଜିତିଥିବା ବେଳେ ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ଜିତିଛନ୍ତି ଭେଟେରାନ୍‌ ପି.ଭି ସିନ୍ଧୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.