EPFOଙ୍କ ବଢ଼ ନିଷ୍ପତ୍ତି, କର୍ମଚାରୀଙ୍କ PF ଆକାଉଣ୍ଟକୁ ଜୁଲାଇରେ ମିଳିବ ୨୦୨୦-୨୧ ବର୍ଷର ସୁଧ

Published By : Prameya-News7 Bureau | June 02, 2021 IST

ନୂଆଦିଲ୍ଲୀ ୨।୬: ଏମ୍ପ୍ଲଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ (ଇପିଏଫଓ)ଙ୍କ ପକ୍ଷରୁ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ମିଳିବ ଖୁସିଖବର। କର୍ମଚାରୀଙ୍କୁ  ସେମାନଙ୍କ ପିଏଫ ଆକାଉଣ୍ଟରେ ୨୦୨୦-୨୧ ଆର୍ଥିକ ବର୍ଷ ନିମନ୍ତେ ୮.୫ ପ୍ରତିଶତ ସୁଧା ପ୍ରଦାନ କରାଯିବ। ସାରା ଦେଶରେ ୬ କୋଟିରୁ ଅଧିକ ଭବିଷ୍ୟନିଧି ଜମାକାରୀ ଏଥିରୁ ଲାଭବାନ ହେବେ ବୋଲି ଆଶା କରାଯାଉଛି। ହୁଏତ ଆକାଉଣ୍ଟରେ ଆଗାମୀ ମାସବେଳକୁ ସୁଧକଷା ହୋଇପାରେ ବୋଲି ଆକଳନ କରାଯାଉଛି।

{"id":460373,"width":838,"height":471,"sizeSlug":"large","linkDestination":"none"}

ଗତବର୍ଷ ମଧ୍ୟ ପିଏଫ ଆକାଉଣ୍ଟରେ ସୁଧକଷା ହୋଇଥିଲା। ତେବେ ଏଥି ଲାଗି କର୍ମଚାରୀଙ୍କ ଅନେକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥିଲା।  ତେବେ ଚଳିତବର୍ଷ ଜୁଲାଇ ଶେଷ ହେବା ପୂର୍ବରୁ କର୍ମଚାରୀଙ୍କୁ ସେମାନଙ୍କ ପିଏଫ ଆକାଉଣ୍ଟରେ ସୁଧ ଦେଇ ଦିଆଯିବ। ସୁଧ ବାବଦ ଅର୍ଥ ସିଧା କର୍ମଚାରୀଙ୍କ ପିଏଫ ଆକାଉଣ୍ଟରେ ଜମା ହେବ।

{"id":460374,"width":837,"height":478,"sizeSlug":"large","linkDestination":"none"}

କେନ୍ଦ୍ରସରକାର ଇପିଏଫଓ ସୁଧହାରରେ କୌଣସି ପରିବର୍ତ୍ତନ କରିନଥିଲେ। ଏଣୁ ଜାରି ଆର୍ଥିକ ବର୍ଷରେ ସୁଧହାର ୮.୫ ପ୍ରତିଶତ ସ୍ଥିର ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ କର୍ମଚାରୀଙ୍କୁ ସେମାନଙ୍କ ଆକାଉଣ୍ଟରେ ସୁଧ ପ୍ରଦାନରେ ୧୦ ମାସ ବିଳମ୍ବ ହୋଇଥିଲା। ତେବେ ଚଳିତବର୍ଷ ଜୁଲାଇ ସୁଧା ପ୍ରଦାନ ଲାଗି ସଙ୍ଗଠନଙ୍କୁ  କେନ୍ଦ୍ର ଶ୍ରମମନ୍ତ୍ରାଳୟଙ୍କ ମଞ୍ଜୁରି ମିଳି ଯାଇଛି। ଗତବର୍ଷ କରୋନା ଭାଇରସ ମହାମାରୀ ଲାଗି ଇପିଏଫଓ କର୍ମଚାରୀଙ୍କୁ ସେମାନଙ୍କ ଆକାଉଣ୍ଟରୁ ନନ୍ ରିଫଣ୍ଡେବଲ ଆଡଭାନ୍ସ ଉଠାଣର ଅନୁମତି ପ୍ରଦାନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.