EPFO ୬ କୋଟି ଖାତାଧାରୀଙ୍କୁ ଦେଲା ଚେତାବନୀ, ଏହି କଥା ପ୍ରତି ଦିଅନ୍ତୁ ଧ୍ୟାନ ନହେଲେ ଆକାଉଣ୍ଟରୁ ଗାୟବ ହୋଇଯିବ ସବୁ ଟଙ୍କା
28/10/2019 at 2:27 PM

ନୂଆଦିଲ୍ଲୀ୨୮/୧୦: ପିଏଫ୍ରେ ଅନ୍ତର୍ଭୁକ୍ତ ୬ କୋଟି ଖାତାଧାରୀଙ୍କୁ ଇପିଏଫଓ(Employees’ Provident Fund Organisation) ଚେତାବନୀ ଦେଇଛି। EPFO ସୂଚନା ଦେଇଛି ଯେ ଖାତାଧାରୀଙ୍କ ପାଖକୁ ଆସୁଥିବା ଫ୍ରଡ୍ କଲ ପ୍ରତି ସାବଧାନ ରୁହନ୍ତୁ। EPFOର କର୍ମଚାରୀ କହି ଖାତାଧାରୀଙ୍କୁ ପ୍ରଡ୍ କଲ କରି ଖାତା ଡିଟେଲ୍ସ ମାଗୁଛନ୍ତି। ଖାତାଧାରୀ ନିଜର ସବୁ ଗୁପ୍ତ ତଥ୍ୟ ଦେଇବାର କିଛି ଘଣ୍ଟା ମଧ୍ୟରେ ଆକାଉଣ୍ଟରୁ ସବୁ ଟଙ୍କା ଗାୟବ ହୋଇଯାଉଛି। ଯଦି ଆପଣଙ୍କୁ କିଏ ଫୋନ କରି ପିଏଫର ଡିଟେଲ୍ସ ମାଗନ୍ତି ତେବେ ଗୁପ୍ତ ତଥ୍ୟ ଦିଅନ୍ତୁ ନାହିଁ।
EPFO ଟ୍ବିଇଟ କରି ସବୁ ଖାତାଧାରୀଙ୍କୁ ସତର୍କ କରାଯାଇଛନ୍ତି। EPFO କୌଣସି ଖାତାଧାରୀଙ୍କୁ ବ୍ୟକ୍ତିଗତ ତଥ୍ୟ ମାଗେ ନାହିଁ ।ଏହାସହ ବ୍ୟାଙ୍କରେ ଟଙ୍କା ଜମା ରଖିବା ପାଇଁ ମଧ୍ୟ EPFO ପରାମର୍ଶ ଦେଇ ନଥାଏ। ତେଣୁ ପ୍ରଡ୍ କଲ ପ୍ରତି ସାବଧାନ ରହିବା ପାଇଁ EPFO ଟ୍ବିଇଟ୍ କରି ସୂଚନା ଦେଇଛି।

କୌଣସି ବ୍ୟକ୍ତି ଆପଣଙ୍କୁ ଆଧାର ନମ୍ବର, ପ୍ୟାନ, ୟୁଏଏନ ଓ ବ୍ୟାଙ୍କ ଡିଟେଲ୍ସ ଦିଅନ୍ତୁ ନାହିଁ। ଏପରି ଫ୍ରଡ୍ କଲ କରି ଡାଟା ଲିକେଜ ହେବା ପରେ ପିଏଫ ଖାତାଧାରୀଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ହେଉଥିବା କଥା EPFO କହିଛି।