ଡିସେମ୍ବର ମାସରେ ୬ କୋଟି ଲୋକଙ୍କୁ ମିଳିବ ଫାଇଦା, ଏହି ଘୋଷଣା କଲା EPFO

Published By : Prameya-News7 Bureau | December 13, 2020 IST

ନୂଆଦିଲ୍ଲୀ ୧୩/୧୨ : କର୍ମଚାରୀ ଭବିଷ୍ୟ ନିଧି ସଂସ୍ଥା (EPFO) ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ପ୍ରାୟ ୬ କୋଟି ଅଂଶୀଦାରଙ୍କ କର୍ମଚାରୀ ଭବିଷ୍ୟ ନିଧି (ଇପିଏଫ) ଆକାଉଣ୍ଟରେ ୮.୫ ପ୍ରତିଶତ ସୁଧ ଜମା କରିବ । ଇପିଏଫଓର ଏହି ନିଷ୍ପତ୍ତି ସାରା ଦେଶର କର୍ମଚାରୀଙ୍କ ପାଇଁ ଅତ୍ୟନ୍ତ ଖୁସି ଖବର ।

{"id":376855,"width":575,"height":436,"sizeSlug":"large","linkDestination":"none"}

ଏହା ପୂର୍ବରୁ EPFO ସେପ୍ଟେମ୍ବରରେ ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ବାରଙ୍କ ଅଧ୍ୟକ୍ଷତାରେ ଇପିଏଫଓ ଦୁଇଟି କିସ୍ତିରେ ଏହି ସୁଧ ଦେବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ କିସ୍ତିରେ ୮.୧୫ ପ୍ରତିଶତ ଏବଂ ଦ୍ୱିତୀୟ କିସ୍ତିରେ ୦.୩୫ ପ୍ରତିଶତ ସୁଧ ଦେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।

{"id":376856,"sizeSlug":"large","linkDestination":"none"}

ସୂଚନାନୁସାରେ, ଶ୍ରମ ମନ୍ତ୍ରଣାଳୟ ଚଳିତ ମାସ ଆରମ୍ଭରେ ୨୦୧୯-୨୦ ପାଇଁ EPF ଉପରେ ୮.୫ ପ୍ରତିଶତ ସୁଧ ହାର ଦେବାକୁ ଅର୍ଥ ମନ୍ତ୍ରଣାଳୟକୁ ଏକ ପ୍ରସ୍ତାବ ଦେଇଛି । ଅର୍ଥ ମନ୍ତ୍ରଣାଳୟ ଏହି ପ୍ରସ୍ତାବକୁ କିଛି ଦିନ ମଧ୍ୟରେ ଅନୁମୋଦନ ଦେଇପାରେ ବୋଲି ସୂଚନା ମିଳିଛି । ଏହି ମାସରେ, ପୂର୍ଣ୍ଣ ସୁଧ ପ୍ରଦାନ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।  ଗତ ବର୍ଷର ସୁଧ ହାର ଉପରେ କିଛି ସ୍ପଷ୍ଟୀକରଣ ଦେବାକୁ ଅର୍ଥ ମନ୍ତ୍ରଣାଳୟ କହିଥିଲା ଯାହାର  ସମସ୍ତ ଦସ୍ତାବିଜ ଦିଆଯାଇଥିଲା । ସେପ୍ଟେମ୍ବରରେ CBT ଦ୍ବାରା ଆୟୋଜିତ ହୋଇଥିବା ଭର୍ଚୁଆଲ୍ ବୈଠକରେ EPFO ଗତ ଆର୍ଥିକ ବର୍ଷରେ 8.5 ପ୍ରତିଶତ ସୁଧ ଦେବା ଉପରେ ମୋହର ଲଗାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.