Corona ରେ ୧୨.୯୧ଲକ୍ଷ କର୍ମଚାରୀଙ୍କ କ୍ଲେମ୍ ସେଟେଲ କଲେ EPFO, ଦିଆଗଲା ୪୬୮୪.୫୨ କୋଟି ଟଙ୍କା

Published By : Prameya-News7 Bureau | April 28, 2020 IST

ନୂଆଦିଲ୍ଲୀ ୨୮।୪:  କରୋନା ସଂକ୍ରମଣ ଯୋଗୁ କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ( ଇପିଏଫଓ)  ୧୨ଲକ୍ଷ ୯୧ ହଜାର କର୍ମଚାରୀଙ୍କ କ୍ଲେମ ସେଟେଲ କରିଥିବା ବେଳେ ଏଥିଲାଗି ୪ହଜାର୬୮୪କୋଟି ୫୨ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଦେଶରେ କରୋନା ସଂକ୍ରମଣ ଓ ତଦଜନିତ ଲକଡାଉନ୍‌ ସମୟରେ କର୍ମଚାରୀଙ୍କ ଲାଗି ଇପିଏଫଓ ସହାୟତାର ହାତ ବଢାଇଥିଲେ। ଯେଉଁ କର୍ମଚାରୀ ଚାହିଁବେ ତାଙ୍କ ଭବିଷ୍ୟନିଧି ପାଣ୍ଠିରୁ ଅର୍ଥ ଉଠାଣ କରିପାରିବେ ବୋଲି ଘୋଷଣା କରିଥିଲେ।

{"id":261618,"sizeSlug":"large"}

ଇପିଏଫଓଙ୍କ ଘୋଷଣା ଅନୁସାରେ ୧୨.୯୧ଲକ୍ଷ କର୍ମଚାରୀ ସେମାନଙ୍କ ଦାବି ଉପସ୍ଥାପନା କରିଥିବା ବେଳେ ତାହା ସେଟେଲ କରାଯାଇଛି। ଏଥିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପିଏମଜିକେୱାଇ) ପ୍ୟାକେଜରେ ୭ଲକ୍ଷ ୪୦ ହଜାର ଲୋକଙ୍କୁ କୋଭିଡ ପ୍ୟାକେଜ ବାବଦକୁ ୨,୩୬୭.୬୫କୋଟି ଟଙ୍କା ପ୍ରଦାନ କରାଯାଇଥିବା କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରାଳୟ ମଙ୍ଗଳବାର ସୂଚିତ କରିଛନ୍ତି। ଏଥିରେଏପ୍ରିଲ ୨୭ ତାରିଖ ସୁଦ୍ଧା ୭୯ହଜାର ୭୪୩ ଜଣ ଭବିଷ୍ୟନିଧି ସଦସ୍ୟଙ୍କୁ ୮୭୫.୫୨କୋଟି ଟଙ୍କା ପ୍ରଦାନ କରାଯାଇଥିଲା।

{"id":261619,"sizeSlug":"large"}

କରୋନା ସଂକ୍ରମଣ ଯୋଗୁ ଇପିଏଫଓ ଗତ ମାର୍ଚ୍ଚ ୨୮ ତାରିଖରେ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରିଥିଲେ। ଏଥିରେ ଭବିଷ୍ୟନିଧି ଉଠାଣ କୋହଳ କରିଥିବା ବେଳେ ଅନଲାଇନରେ କ୍ଲେମ ସେଟେଲ କରାଯିବା ବୋଲି କୁହାଯାଇଥିଲା। କର୍ମଚାରୀଙ୍କୁ ସେମାନଙ୍କ ଭବିଷ୍ୟନିଧି ଜମାର ୭୫ ପ୍ରତିଶତ ଅଥବା ୩ମାସର ଡିୟରନେସ୍ ଆଲାଉନ୍ସ ଉଠାଇବାର ବିକଳ୍ପ ପ୍ରଦାନ କରାଯାଇଥିଲା। ଯାହାର ସୁଫଳ ଏବେ କରୋନା ଲକଡାଉନରେ କର୍ମଚାରୀଙ୍କୁ ମିଳିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.