କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ୍‌ ନିୟମରେ ପରିବର୍ତ୍ତନ, ୬ କୋଟି କର୍ମଚାରୀଙ୍କୁ କରିବାକୁ ପଡ଼ିବ ଏହି କାମ, ନଚେତ୍‌...

Published By : Prameya-News7 Bureau | June 08, 2021 IST

ନୂଆଦିଲ୍ଲୀ, ୦୮/୦୬: କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ବା ଇପିଏଫ୍‌ଓ ନିୟମରେ ପରିବର୍ତ୍ତନ ହୋଇଛି । ଏହି ନିୟମ ଦେଶରେ କାର୍ଯ୍ୟରତ କର୍ମଚାରୀ ଯଥା ଯେଉଁମାନେ ଇପିଏଫ୍‌ଓ ଅଧିନରେ ଯାଉଛନ୍ତି ସେମାନଙ୍କ ପାଇଁ ଲାଗୁ ହେବ । ସଂଗଠନର ନିୟମ ଅନୁସାରେ ପ୍ରୋଭିଡେଣ୍ଟ ଫଣ୍ଡ୍‌ର ୟୁନିଭର୍ସାଲ୍‌ ଆକାଉଣ୍ଟ୍‌ ନମ୍ବରରେ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ କରାଯାଇଛି ।

wp:html /wp:html

ଏନେଇ ସଂଗଠନ ଟ୍ୱିଟ୍‌ ଯୋଗେ ସୂଚନା ଦେଇଛି । ଟ୍ୱିଟ୍‌ ଅନୁସାରେ ସଂସ୍ଥା ଜଣେ କର୍ମଚାରୀର ଆକାଉଣ୍ଟ୍‌ରେ ଡିପୋଜିଟ୍‌ କରିବାବାକୁ ଥିବା ଟଙ୍କା ସେତେବେଳେ ଜମା କରିପାରିବେ ଯେତେବେଳେ ଆଧାର କର୍ଡ ତାଙ୍କ ଆକାଉଣ୍ଟ୍‌ରେ ଲିଙ୍କ୍‌ ହୋଇଥିବ । ଯେଉଁ କର୍ମଚାରୀଙ୍କର ଆଧାର କାର୍ଡ ସଂଯୋଗ ହୋଇନଥିବ ସେମାନଙ୍କ ଆକାଉଣ୍ଟ୍‌ରେ ଅଲଗା ଜମା ହୋଇପାରିବ ନାହିଁ । ପୂର୍ବରୁ ଏନେଇ ସଂଗଠନ ପକ୍ଷରୁ ନୋଟିସ୍ ମଧ୍ୟ ଜାରି ହୋଇଛି ।

ଏହି ସଂଗଠନ ସହ ଏବେ ନୂଆ ୧୨.୨୪ ଲକ୍ଷ କର୍ମଚାରୀ ଯୋଡ଼ି ହୋଇଛନ୍ତି । ଫେବୃଆରୀ ମାସରେ ପାଖାପାଖି ୧୧.୧୭ ଲକ୍ଷ ନୂଆ କର୍ମଚାରୀଙ୍କୁ ଏଥିରେ ସଂଯୁକ୍ତ କରାଯାଇଛି । ପୂର୍ବ ବର୍ଷ ଅପେକ୍ଷା ଏଥର ଅଧିକ କର୍ମଚାରୀ ଇଏସ୍‌ଆଇ ଅନ୍ତର୍ଭୁକ୍ତ ହୋଇଛନ୍ତି । ୨୦୧୯-୨୦ ବର୍ଷ ଅପେକ୍ଷା ଏ ବର୍ଷ ୧.୧୫ କୋଟି କର୍ମଚାରୀ ଏଥିରେ ଯୋଡ଼ି ହୋଇଥିବା ସଂଗଠନ କହିଛି ।        

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.