ଇପିଏଫ୍‌ ସୁଧହାର ୮.୬୫ ପ୍ରତିଶତକୁ ବୃଦ୍ଧି- ୬ କୋଟି କର୍ମଚାରୀ ହେବେ ଉପକୃତ

Published By : Prameya-News7 Bureau | September 24, 2019 IST

ନୂଆଦିଲ୍ଲୀ - କେନ୍ଦ୍ରସରକାର ଇପିଏଫ୍‌ ଉପରେ ସୁଧହାର ବୃଦ୍ଧି କରିଛନ୍ତି। ଏବେ ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ ଏହା ୮.୬୫ ପ୍ରତିଶତରେ ପହଞ୍ଚିଛି । ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଇପିଏଫ୍‌ ସୁଧହାର ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହାକୁ ଅର୍ଥ ମନ୍ତ୍ରାଳୟ ମଞ୍ଜୁରୀ ପ୍ରଦାନ କିଛନ୍ତି ।
ଗତ ଆର୍ଥିକ ବର୍ଷରେ ଏହା ୮.୫୫ ପ୍ରତିଶତ ଥିଲା । ଏହାକୁ ୦.୧୦ ପ୍ରତିଶତ ବୃଦ୍ଧି କରାଯାଇଛି ।
କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ୱର ଏ ସମ୍ପର୍କରେ ସୂଚନା ଦେବା ସହ କର୍ମଚାରୀଙ୍କ ଇଫିଏଫ୍‌ ଖାତାରେ ୫୪ ହଜାର କୋଟି ଟଙ୍କାର ସୁଧ ଜମା କରାଯିବ ବୋଲି ସୂଚନା ଦେଇଛନ୍ତି । ଅର୍ଥମନ୍ତ୍ରାଳୟର ମଞ୍ଜୁରୀ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.