Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବଦଳିଲା EPFOଙ୍କ ଲାଇଫ ସାର୍ଟିଫିକେଟ୍ ନିୟମ, ଉପକୃତ ହେବେ ୬୪ ଲକ୍ଷ Pensioner

12/03/2020 at 12:19 PM

ନୂଆଦିଲ୍ଲୀ ୧୨।୩ : କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫଓ)ଙ୍କ ୬୪ ଲକ୍ଷ ପେନସନରଙ୍କ ଲାଗି ଉପହାର। ଏବେ ପେନସନ୍ ଭୋଗୀମାନେ ବର୍ଷର ଯେ କୌଣସି ସମୟରେ ସେମାନଙ୍କର ଲାଇଫ ସାର୍ଟିଫିକେଟ୍ ଜମା କରିପାରିବେ। ସେମାନେ ଯେବେ ଏହି ସାର୍ଟିଫିକେଟ୍ ଦେବେ ସେବେ ଠାରୁ ୧ ବର୍ଷ ନିମନ୍ତେ ଏହା ବୈଧ ମାନ୍ୟ ହେବ।

ପୂର୍ବରୁ ନଭେମ୍ବର ମାସରେ ଲାଇଫ ସାର୍ଟିଫିକେଟ୍ ଦେବାର ନିୟମ ଥିଲା। ଯଦି ଏହି ସମୟ ମଧ୍ୟରେ କେହି ପେନସନର ସାର୍ଟିଫିକେଟ୍ ଜମା କରିପାରୁନଥିଲେ ତେବେ ଜାନୁୟାରୀ ମାସର ପେନସନ ଆପେଆପେ ବନ୍ଦ ହୋଇଯାଉଥିଲା। ହେଲେ ଏବେ ଇପିଏଫଓଙ୍କ ନିୟମ ପେନସନରଙ୍କ ଏହି ସାର୍ଟିଫିକେଟ୍ ସମସ୍ୟାର ସମାଧାନ କରିଦେଇଛି।

ଏ ନେଇ ଇପିଏଫଓ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ଦେଇଥିବା ମ୍ୟାସେଜ୍‌ରେ ପେନସନ ଭୋଗୀ ତାଙ୍କ ସୁବିଧା ଅନୁସାରେ ବର୍ଷର ଯେ କୌଣସି ସମୟରେ ଏବେ ଲାଇଫ ସାର୍ଟିଫିକେଟ୍ ଅନ-ଲାଇନରେ ଡିଜିଟାଲ ଦାଖଲ କରିପାରିବେ ବୋଲି ଉଲ୍ଲେଖ କରିଛନ୍ତି। ଇପିଏଫଓଙ୍କ ଏହି ନିଷ୍ପତ୍ତି ପରେ ଏବେ ପେନସନଧାରୀଙ୍କୁ ଆଉ ପେନସନ୍ ଲାଗି  ବ୍ୟାଙ୍କମ୍ୟାନେଜର ଅଥବା ଗେଜେଟେଡ ଅଫିସରଙ୍କ ସହାୟତା ନେବାକୁ ପଡିବନି। ପେନସନ ଡିସବର୍ସିଂ ବ୍ୟାଙ୍କ, ଉମଙ୍ଗ ଆପ୍ ଅଥବା ଜନସେବା କେନ୍ଦ୍ରକୁ ଯାଇ ନିଜର ଲାଇଫ ସାର୍ଟିପିକେଟ୍ କରିପାରିବେ।

ଡିଜିଟଲ ଲାଇଫ ସାର୍ଟିଫିକେଟ୍ କରିବା ଲାଗି ବାୟୋମେଟ୍ରିକ ଭେରିଫିକେସନ ଜରୁରି। ଏଥିଲାଗି ପେନସନରଙ୍କୁ ଆଧାରକାର୍ଡ ନମ୍ବର, ପେନସନ ପେମେଣ୍ଟ ଅର୍ଡର, ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ଓ ପଞ୍ଜିକୃତ ମୋବାଇଲ ନମ୍ବର ଦେବାକୁ ପଡିବ। ଏପରି ଲାଇଫ ସାର୍ଟିଫିକେଟ୍ ସମ୍ବଦ୍ଧିତ ସମସ୍ତ ସୂଚନା ଭାରତ ସରକାରଙ୍କ ୱେବ୍‌ସାଇଟ୍ ଜୀବନ ପ୍ରମାଣ ଡଟ୍ ଜିଓଭି ଡଟ୍ ଇନରେ ଉପଲବ୍ଧ ହେଉଛି।

   Related Posts