ସାରୁଅ ଜମି କେଳେଙ୍କାରୀ ମାମଲା , କ୍ରାଇମବ୍ରାଞ୍ଚ EOWରେ ହାଜର ହେବେ ନିହାର ଭୂୟାଁ

Published By : Prameya-News7 Bureau | November 07, 2020 IST

ଭୁବନେଶ୍ବର ୦୭।୧୧: ସାରୁଅ ଜମି କେଳେଙ୍କାରୀ ମାମଲା । ଦିନ ଗଡିବା ସହ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ କ୍ରାଇମବ୍ରାଞ୍ଚ EOWରେ ହାଜର ହେବେ ଓଡିଶା ଇନ୍‌ଫ୍ରାଟେକ୍‌ର ଅନ୍ୟତମ ନିର୍ଦ୍ଦେଶକ ନିହାର ରଞ୍ଜନ ଭୂୟାଁ । ଜମି କେଳେଙ୍କାରୀରେ ନିହାରଙ୍କ ସମ୍ପୃକ୍ତି ଥିବା କ୍ରାଇମବ୍ରାଞ୍ଚର ତଦନ୍ତରୁ ଜଣାପଡ଼ିଛି। ତଦନ୍ତକାରୀ ଟିମ୍ ନିହାରଙ୍କୁ ଜମି କେଳେଙ୍କାରୀ ଘଟଣା ଉପରେ କରିବ ଜେରା । ଏନେଇ ହାଜର ହେବା ପାଇଁ ନୋଟିସ୍‌ କରିଛି EOW ।

ସେହିପରି ଖୋର୍ଦ୍ଧା ସାରୁଅ ଜମି ଜାଲିଆତି ଘଟଣାରେ ଗିରଫ ହୋଇଥିବା ଓଡ଼ିଶା ଇନଫ୍ରାଟେକ୍‌ ମୁଖ୍ୟ ତଥା ଓଟିଭି ସିଏଫ୍‌ଓ ମନୋରଞ୍ଜନ ଷଡ଼ଙ୍ଗୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥି ସହ ତାଙ୍କ ବିରୋଧରେ ହୋଇଥିବା ମାମଲା ଲଢ଼ିବାକୁ ଓଟିଭି ପକ୍ଷରୁ ଦିଆଯାଇଥିବା ଓକିଲଙ୍କୁ ମଧ୍ୟ ବଦଳାଇଛନ୍ତି ମନୋରଞ୍ଜନ । ସେପଟେ ଓଟିଭିର ଜମି ଜାଲିଆତିକୁ ନେଇ ବୈଜୟନ୍ତ ପଣ୍ଡା ଓ ଜଗି ମଙ୍ଗତ ପଣ୍ଡାଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଛି ଦଳିତ ମହାସଂଘ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.