Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଖୋଲିବ ଗୋଲଡେନ୍ ବାବାଙ୍କ ଗୁମର ; ଇଓଡବ୍ଲୁକୁ ମାମଲା ହସ୍ତାନ୍ତର କଲା କମିଶନରେଟ୍ ପୋଲିସ

4/01/2019 at 3:18 PM

ଭୁବନେଶ୍ବର ୪|୧: ଗୋଲ୍‌ଡେନ ବାବାଙ୍କୁ ରିମାଣ୍ଡରେ ଆଣିଛି କମିଶନରେଟ୍ ପୋଲିସ । ଗୋଲଡେନ୍ ବାବାଙ୍କ ଗୁମର ଖୋଲିବ ଇଓଡବ୍ଲୁ । ଗୋଲ୍‌ଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେଉରାଙ୍କ ସମ୍ପତ୍ତି ଆକଳନ କରିବା ପାଇଁ ଇଓଡବ୍ଲୁକୁ ମାମଲା ହସ୍ତାନ୍ତର କରିଛି କମିଶନରେଟ୍ ପୋଲିସ । କମ୍ ଦିନରେ ସେ ଏତେ ସମ୍ପତ୍ତିର ମାଲିକ କେମିତି ହେଲା ଏବଂ କେଉଁମାନେ ତାଙ୍କ ସହ ସଂପୃକ୍ତ ଅଛନ୍ତି ସେ ନେଇ ଅଧିକ ଖୋଳତାଡ କରିବ ଇଓଡବ୍ଲୁ ।

ଗତ ଡିସେମ୍ବର ୩୧ତାରିଖରେ ୧୨ କୋଟି ଟଙ୍କାର ଜାଲ୍ ଚେକ୍‌ ବ୍ୟାଙ୍କରେ ଜମା କରୁଥିବା ବେଳେ ଦିଲ୍ଲୀରୁ ଗୋଲ୍‌ଡେନ ବାବାଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ତେବେ ସନ୍ଦେହରେ ବ୍ୟାଙ୍କ ଚନ୍ଦ୍ରଶେଖରପୁର ଥାନା ପୋଲିସକୁ ଖବର ଦେଇଥିଲା । ଗିରଫ କରିବା ପରେ ସେ କୋଟି କୋଟି ଟଙ୍କା କାରବାର କରିଥିବା ସୁରାକ ପାଇଥିଲା କମିଶନରେଟ୍ ପୋଲିସ । ବିଭିନ୍ନ କମ୍ପାନୀରେ କୋଟି କୋଟି ଟଙ୍କାର ଅର୍ଥ ଲଗାଣ ପାଇଁ ମଧ୍ୟ ସେ ଚୁକ୍ତି କରିଥିବା ଜଣାପଡିଛି । ତେବେ ତାଙ୍କ ପାଖକୁ ଏତେ ଟଙ୍କା କେଉଁଠୁ ଆସିଲା କେଉଁଠି କେଉଁଠି ସେ ଅର୍ଥ ଲଗାଣ କରିଛନ୍ତି ସେ ନେଇ ତଦନ୍ତ ଜାରି ରହିଛି ।

   Related Posts