୨୮କୋଟିର ଚିଟ୍‌ଫଣ୍ଡ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ

Published By : Prameya-News7 Bureau | November 29, 2019 IST

ହାଇଦ୍ରାବାଦ ୨୯।୧୧: ୨୮ କୋଟି ଚିଟ୍ ଫଣ୍ଡ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ। ଆନ୍ଧ୍ର ପ୍ରଦେଶ ତିରୁପତିର କାଲରାଜୁ ମଲ୍ଲିକାର୍ଜୁନ ରାଜୁକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ।

ସୂଚନାଯୋଗ୍ୟ ଯେ, ଶସ୍ତ୍ର ଏଣ୍ଟରପ୍ରାଇଜର୍ସ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା ୨୦୦୯-୧୦ରେ ଅଭିଯୋଗ ହୋଇଥିଲା । ଅଧିକ ସୁଧ ଦେବାକୁ କହି ଏହି ସଂସ୍ଥା ଲୋକଙ୍କଠାରୁ ଜମା ସଂଗ୍ରହ କରିଥିଲା। ତେବେ ପରେ ଲୋକଙ୍କୁ ଚୂନ ଲଗାଇଥିବା ନେଇ ଜାଣି ପାରିଥିଲେ ଜମାକାରୀ। ଏନେଇ ମଲ୍ଲିକାର୍ଜୁନଙ୍କ ନାଁରେ ଆଇପିସି ଧାନା ୪୬୭, ୪୬୮, ୪୭୧, ୪୨୦, ୪୦୬, ଏବଂ ୧୨୦ ବି ଧାରାରେ ମାମଲା ରୁଜୁ ହୋଇଥିଲା । କ୍ରାଇମବ୍ରାଞ୍ଚ ଇଓଡବ୍ଲୁର ଏକ ଟିମ୍ ଆଜି କାଲରାଜୁ ମଲ୍ଲିକାର୍ଜୁନ ରାଜୁକୁ ଆନ୍ଧ୍ର ପ୍ରଦେଶରୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.