ବାତ୍ୟା ‘ତିତଲି’କୁ ନେଇ ଆତଙ୍କିତ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଉପକୂଳବାସୀ
10/10/2018 at 11:25 AM

କେନ୍ଦ୍ରାପଡା ୧୦|୧୦: ୧୯୯୯ ମହାବାତ୍ୟାର ତାଣ୍ଡବ ଏବେବି ମନରୁ ଲିଭିନଥିବାବେଳେ ପୁଣି ଏକ ବାତ୍ୟାକୁ ନେଇ ଆତଙ୍କିତ କେନ୍ଦ୍ରାପଡ଼ା ଜିଲ୍ଲାବାସୀ । କେନ୍ଦ୍ରାପଡ଼ା ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାରେ ସବୁ ସ୍କୁଲ କଲେଜକୁ ଛୁଟି ଘୋଷଣା କରାଯାଇଛି । ସକାଳୁ ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ଉପକୂବଳବାସୀ ବାତ୍ୟା ‘ତିତଲି’କୁ ନେଇ ଏବେ ଲୋକେ ଆତଙ୍କିତ । ବାତ୍ୟାକୁ ଆଖିଆଗରେ ରଖି ଉପକୂଳ ଅଞ୍ଚଳବାସୀ ଘରେ ଶୁଖିଲା ଖାଦ୍ୟ ମହଜୁଦ ରଖିଛନ୍ତି । ତେବେ ବାତ୍ୟାକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିବା ସହ ସଜାଗ ରହିଛି ।
Related Posts
ଲିଭିବାର ନାଁ ଧରୁନି ଶିମିଳିପାଳ ନିଆଁ, ଆଜିବି ଜଳୁଛି ଜଙ୍ଗଲ
6 March 2021