Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଜାମ୍ମୁ-କାଶ୍ମୀର ସ୍ଥିତି ଦେଖିଲେ ୧୬ଦେଶର ରାଷ୍ଟ୍ରଦୂତ, ସେନା ସହ ସିଭିଲ ସୋସାଇଟିକୁ ଭେଟିଲେ

9/01/2020 at 6:42 PM

ଶ୍ରୀନଗର ୦୯।୦୧: ଜାମ୍ମୁ କାଶ୍ମୀରରେ କେମିତି ରହିଛି ସ୍ଥିତି । ଏହା ପରଖିବାକୁ ସେଠାରେ ପହଞ୍ଚିଛନ୍ତି ଆମେରିକା ସମେତ ୧୬ଟି ଦେଶର ରାଷ୍ଟ୍ରଦୂତ । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ସେଠାର ରାଜନୈତିକ ସ୍ଥିତି ପରଖିବା ପାଇଁ ଏହି ରାଷ୍ଟ୍ରଦୂତ ମାନେ ଶ୍ରୀନଗରରେ ପହଞ୍ଚିଛନ୍ତି । ଭାରତୀୟ ସେନା ପକ୍ଷରୁ ସେମାନଙ୍କୁ ସୁରକ୍ଷା ସ୍ଥିତି ସଂପର୍କରେ ତଥ୍ୟ ଦିଆଯାଇଛି । ସେମାନେ ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଏବଂ ସିଭିଲ ସୋସାଇଟିକୁ ମଧ୍ୟ ଭେଟିଛନ୍ତି ।

ଜାମ୍ମୁ କାଶ୍ମୀରରେ ୧୬ ଦେଶର ରାଷ୍ଟ୍ରଦୂତ। ଶ୍ରୀନଗର ବିମାନବନ୍ଦରରେ ସେମାନଙ୍କୁ ସ୍ବାଗତ କରାଯାଉଛିଆମେରିକା, ଆର୍ଜେଣ୍ଟିନା, ଦକ୍ଷିଣ କୋରିଆ, ଉଜବେକିସ୍ଥାନ, ଭିଏତନାମ, ବାଂଲାଦେଶ, ନରୱେ, ମାଲଡିଭ୍‌ସ ଏବଂ ମରକ୍କୋ ଭଳି ୧୬ଟି ଦେଶର ରାଷ୍ଟ୍ରଦୂତ ଏକାଠି ଆସିଛନ୍ତି।

ଦିଲ୍ଲୀରେ ରହୁଥିବା ଏହି ରାଷ୍ଟ୍ରଦୂତ ମାନେ ଶ୍ରୀନଗରରେ ପହଞ୍ଚିବା ପରେ ସେମାନଙ୍କୁ ଜାମ୍ମୁ କାଶ୍ମୀରର ଅଧିକାରୀମାନେ ସ୍ବାଗତ କରିଥିଲେ । ସେନାର ହେଡକ୍ବାର୍ଟରରେ ପହଞ୍ଚିଥିଲେ ଏହି ରାଷ୍ଟ୍ରଦୂତମାନେ। ଏଠାରେ ଭାରତୀୟ ସେନା ପକ୍ଷରୁ ଏମାନଙ୍କୁ ସେଠାକାର ସ୍ଥିତି ସଂପର୍କରେ ସୂଚନା ଦିଆଯାଇଛି ।

 ଏହି ରାଷ୍ଟ୍ରଦୂତ ମାନେ ୨ ଦିନ ଧରି ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳ ବୁଲିବେ । ବ୍ରାଜିଲର ରାଷ୍ଟ୍ରଦୂତ ମଧ୍ୟ ଏହି ଗସ୍ତରେ ଯିବାର ଥିଲେ ମଧ୍ୟ ଶେଷ ମୁହୁର୍ତ୍ତରେ ଓହରି ଯାଇଛନ୍ତି । ସେହିପରି ଇଉରୋପୀୟ ୟୁନିୟନର ରାଷ୍ଟ୍ରଦୂତ ମାନେ ଅଲଗା ଗସ୍ତରେ ଯାଇ ସ୍ଥିତି ପରଖିବାକୁ ଚାହିଁଥିଲେ ମଧ୍ୟ କମ୍‌ ସମୟରେ ଏଥିପାଇଁ ପ୍ରସ୍ତୁତି ସମ୍ଭବ ହୋଇନଥିଲା  । ଆମେରିକାର ରାଷ୍ଟ୍ରଦୂତ କେନେଥ୍ ଆଇ ଜଷ୍ଟର ଆଜିର ପ୍ରତିନିଧି ଦଳରେ ଯାଇଛନ୍ତି ।

ଗୋଟିଏ ପଟେ କାଶ୍ମୀର ସ୍ଥିତିକୁ ନେଇ ପାକିସ୍ତାନ ଭାରତ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ଅପ ପ୍ରଚାର ଚଳାଇଛି । ଏଭଳି ସ୍ଥିତିରେ ଏହି ରାଷ୍ଟ୍ରଦୂତମାନେ କାଶ୍ମୀରର ପ୍ରକୃତ ସ୍ଥିତି ଜାଣିବେ। ପାକିସ୍ତାନର ଅପପ୍ରଚାରର ପର୍ଦ୍ଦାଫାଶ ହେବ। ଏହାପୂର୍ବରୁ ଗତ ଅକ୍ଟୋବର ମାସରେ ଇଉରୋପୀୟ ସଂସଦର ୨୭ ଜଣିଆ ପ୍ରତିନିଧି ଦଳ କାଶ୍ମୀର ଗସ୍ତରେ ଯାଇଥିଲେ ।

ସେପଟେ ସିଆଚେନରେସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ । ଚାରିପଟେ ବରଫପାତ ଆଉ ସିଆଚେନ ହେଲିପ୍ୟାଡରେ ଓହ୍ଲାଇଥିଲା ନରୱାଣେଙ୍କ ହେଲିକପ୍ଟର। ସେନା ମୁଖ୍ୟ ହେବାପରେ ଏହା ତାଙ୍କର ପ୍ରଥମ ସିଆଚେନ୍‌ ଗସ୍ତ । ଯବାନଙ୍କୁ ପଚାରିଥିଲେ ହାଓ ଇଜ୍‌ ଦ ଜୋସ। ଆଉ ସେମାନଙ୍କ ସହିତ ଭୋଜନ କରିବା ସହ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସିଆଚେନ୍‌ ବିଶ୍ବର ସବୁଠୁ ଉଚ୍ଚ ଯୁଦ୍ଧ ଘାଟୀ । ସେଠାରେ ଭାରତୀୟ ସେନା ଅତି କଠିନ ପରିସ୍ଥିତିରେ ଦେଶର ସୀମାକୁ ସୁରକ୍ଷିତ ରଖିଛନ୍ତି ।

   Related Posts