ବିପର୍ଯ୍ୟୟ ପ୍ରଶମନ ଦିବସରେ କୁନି ପରିବେଶବିତ୍ ଲିସି ପ୍ରିୟା, କଣ କହିଲେ ଜାଣନ୍ତୁ…
29/10/2019 at 3:13 PM

ପାରଳାଖେମୁଣ୍ଡି୨୯|୧୦: ପରିବେଶ ସୁରକ୍ଷା ହେଲେ ହିଁ ହେଉଥିବା ଜଳବାୟୁ ପରିବର୍ତନକୁ ରୋକା ଯାଇପାରିବ ଏବଂ ସାରା ପୃଥିବୀ ସୁରକ୍ଷିତ ରହିପାରିବ । ତେଣୁ ଏଦିଗରେ ସମସ୍ତେ ସଚେତନ ହୋଇ ଆଗେଇ ଆସିବ ଉଚିତ ବୋଲି ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସରେ ଅତିଥିଭାବେ ଯୋଗଦେଇ ଜଳବାୟୁ ପରିବର୍ତନ କର୍ମୀ ଭାବେ ଦେଶ ବିଦେଶରେ ନାଁ କମାଇଥିବା ୮ବର୍ଷର କୁନି ଝିଅ ଲିସି ପ୍ରିୟା କଙ୍ଗୁଜମ ଆହ୍ବାନ ଜଣାଇଛନ୍ତି ।

ପାରଳା ସ୍ବାଭିମାନ ମଞ୍ଚ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏଭଳି ଆହ୍ବାନ ଜଣାଇବା ସହ ସରକାରଙ୍କ ଉପରେ ଭରଷା କରି ରହିଲେ କିଛି ହେବ ନାହିଁ, ନିଜର ସୁରକ୍ଷା ପାଇଁ ନିଜେହିଁ ଆଗେଇ ଆସିବା ଆବଶ୍ୟକ ବୋଲି କହିଛନ୍ତି ।

ଏହା ନହେଲେ ଆଉ କିଛି ବର୍ଷ ମଧ୍ୟରେ ପୃଥିବୀ ସଂପୁର୍ଣ୍ଣ ଧ୍ବସଂ ହୋଇଯିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି । ଜଳବାୟୁ ପରିବର୍ତନ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଏକ ଶୋଭାଯାତ୍ରା ସହ ସାଧାରଣସଭାରେ ଲିସି ପ୍ରିୟା ସାମିଲ ହୋଇ ଦେଶର ଭବିଷ୍ୟତ ଛାତ୍ର ଛାତ୍ରୀ ମାନଙ୍କୁ ଏଭଳି ଆହ୍ବାନ ଜଣାଇଥିଲେ ।
