ବିଶିଷ୍ଟ ପରିବେଶବିତ୍ ତଥା ବନ୍ୟପ୍ରାଣୀ ବିଶେଷଜ୍ଞ ନଦିୟାଚାନ୍ଦ କାନୁନଗୋଙ୍କ ପରଲୋକ

Published By : Prameya-News7 Bureau | November 14, 2019 IST

ଭୁବନେଶ୍ବର ୧୪।୧୧: ବିଶିଷ୍ଟ ପରିବେଶବିତ୍ ତଥା ବନ୍ୟପ୍ରାଣୀ ବିଶେଷଜ୍ଞ ନଦିୟାଚାନ୍ଦ କାନୁନଗୋଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ  ୮୨ ବର୍ଷ ହୋଇଥିଲା । କିଡନୀ ଜନିତ ସମସ୍ୟା ଯୋଗୁଁ ଦୁଇ ଦିନ ତଳେ ଆଇସିୟୁରେ ଭର୍ତ୍ତି ହୋଇଥିଲେ ନଦିୟାଚାନ୍ଦ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆଜି ସକାଳ ୮ଟାରେ ତାଙ୍କର ମୃତ୍ୟୁ ଘଟିଛି । 

ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରି ୧୯୯୬ମସିହାରେ ଚାକିରୀରୁ ଅବସର ନେଇଥିଲେ ନଦିୟାଚାନ୍ଦ । ସ୍ତମ୍ଭକାର ହିସାବରେ ପରିବେଶ, ବନ୍ୟପ୍ରାଣୀ ଓ ଜଙ୍ଗଲ ସଂରକ୍ଷଣ ଦିଗରେ ବିଭିନ୍ନ ଖବରକାଗଜରେ ତାଙ୍କର ସ୍ତମ୍ଭ ପ୍ରକାଶ ପାଉଥିଲା । ଟେଲିଭିଜନ ବିତର୍କରେ ମଧ୍ୟ ନିୟମିତ ଭାବେ ତାଙ୍କୁ ଦେଖିବାକୁ ମିଳୁଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.