Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||

ମିଳିନି ପରିବେଶ ମଞ୍ଜୁରୀ, ବନ୍ଦ ହୋଇପାରେ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ, କାର୍ଯ୍ୟକ୍ଷମ ଦାବିରେ ରାସ୍ତାକୁ ଓହ୍ଲାଇବାକୁ ଭାରତୀୟ ମଜଦୂର ସଂଘର ଚେତାବନୀ

19/12/2020 at 10:58 PM

ଅନୁଗୁଳ ୧୯।୧୨: ପରିବେଶ ମଞ୍ଜୁରୀ ମିଳିନଥିବା କାରଣ ଦର୍ଶାଇ ବନ୍ଦ ହୋଇପାରେ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ। ଫଳରେ ଶହ ଶହ ସଂଖ୍ୟାରେ ଲୋକ ରୋଜଗାର ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ତୁରନ୍ତ ପରିବେଶ ମଞ୍ଜୁରୀ ଦେବା ସହ ପ୍ଲାଣ୍ଟ କାର୍ଯ୍ୟକ୍ଷମ କରିବା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ଅର୍ଥନୈତିକ ଅବରୋଧ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭାରତୀୟ ମଜଦୂର ସଙ୍ଘ।

ଡିସେମ୍ବର ୩୧ ପରେ ହୋଇପାରେ ତାଳଚେରର ସର୍ବପୁରାତନ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ। ପରିବେଶ ମଞ୍ଜୁରୀଗତ କାରଣ ଦର୍ଶାଇ ବନ୍ଦ ହେବ ବୋଲି ଆଶଙ୍କା କରିଛନ୍ତି ଭାରତୀୟ ମଜଦୂର ସଙ୍ଘ। ତେଣୁ ଆଜି ଏକ ପ୍ରେସମିଟ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛି ସଂଘ। ଏଥି ସହିତ ଏହି ପ୍ଲାଣ୍ଟ ବନ୍ଦ ହେଲେ ପାଖାପାଖି ୧୮୦୦ ଠିକା ଶ୍ରମିକ ସ୍ଥାୟୀ ଶ୍ରମିକ କାମ ହରାଇବେ। ଆଖପାଖ ଗାଁରେ ପାରିପାର୍ଶ୍ବିକ ଉନ୍ନତି କାମ ଠପ ହୋଇଯିବ। ବ୍ୟାପାର ବାଣିଜ୍ୟ ମଧ୍ୟ ବନ୍ଦ ହୋଇଯିବ ବୋଲି ସଂଘ କହିଛି।

ତେଣୁ ସରକାର ତୁରନ୍ତ ପରିବେଶ ମଞ୍ଜୁରୀ ପ୍ରଦାନ କରି ନୂତନ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ସଂଘ ଦାବି କରିଛି। ନଚେତ୍ ଆଗାମୀ ଜାନୁୟାରୀ ୧ ତାରିଖରୁ ସଂଘ ରାଜରାସ୍ତାକୁ ଓହ୍ଲାଇବ। ଅର୍ଥନୈତିକ ଅବରୋଧ କରିବା ସହ ପ୍ଲାଣ୍ଟ ଗେଟ୍ ଆଗରେ ଧାରଣା ଦେବ ବୋଲି ଚେତାବନୀ ଦେଇଛନ୍ତି।

   Related Posts