ଆଜି ଗଛ ନଲଗାଇଲେ କାଲିକି ବିଗିଡ଼ିଯିବ ପରିବେଶ : ପାଣି କମିବ,ପ୍ରଦୂଷଣ ବଢ଼ିବ

Published By : Prameya-News7 Bureau | January 27, 2020 IST

ବ୍ରହ୍ମପୁର ୨୭/୧: ବ୍ୟାପକ ପରିମାଣରେ ଗଛ ନଷ୍ଟ ଯୋଗୁଁ ପରିବେଶର ସନ୍ତୁଳନ ମଧ୍ୟ ବିଗିଡ଼ିବାରେ ଲାଗିଛି । ଏହାଛଡ଼ା ଜଳବାୟୁ ପରିବର୍ତ୍ତନ ମଧ୍ୟ ଏହାର ଏକ ମୁଖ୍ୟ କାରଣ ବୋଲି କୁହାଯାଉଛି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ମଣିଷ ସମାଜ ଯଦି ଏଥି ପ୍ରତି ସଚେତନ ନହୁଅନ୍ତି ତାହାଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ । ପରିବେଶ ସନ୍ତୁଳନ ରକ୍ଷା ଦିଗରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଏଥି ପ୍ରତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରାଯାଇଥିଲା । ….

{"id":216715,"sizeSlug":"large"}

ବ୍ୟାପକ ପରିମାଣରେ ଗଛ ନଷ୍ଟ ହେଉଛି । ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଜଳବାୟୁରେ ପ୍ରଦୂଷଣର ମାତ୍ରା ମଧ୍ୟବୃଦ୍ଧି ପାଉଛି । ଯାହା ଆଗାମୀ ଭବିଷ୍ୟତ ପାଇଁ ସତର୍କ ଘଣ୍ଟି ନିଶ୍ଚୟ । ବର୍ତ୍ତମାନ ସମୟରେ ମଣିଷ ସମାଜ ଏଥି ପ୍ରତି ଗୁରୁତ୍ବ ନଦେଲେ ଆଗକୁ ଯେ, ଭୟଙ୍କର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ସେଥିରେ ସଂଦେହ ନାହିଁ । ତେଣୁ ପରିବେଶ ସନ୍ତୁଳନ ଦିଗରେ ସମସ୍ତେ ଧ୍ୟାନ ଦେବା ନିତ୍ୟାନ୍ତ ଜରୁରୀ ହୋଇପଡ଼ିଛି । ହେଲେ ଏଥି ପ୍ରତି ଅନେକ ହୁଏତ ସଚେତନ ହୋଇପାରୁନଥିବା ଅନୁଭବ ହେଉଛି । ଏଭଳି ପିରିସ୍ଥିତିରେ ପରିବେଶ ସନ୍ତୁଳନ ଦିଗରେ ସଚେତନତା କାର୍ଯ୍ୟକ୍ରମ କରିଛି ବ୍ରହ୍ମପୁର ମହାନଗର ନିଗମ ।

{"id":216716,"sizeSlug":"large"}

ବିଏମସିର ଏହି ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଲଡର୍ସ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କୁ ବ୍ୟାପକ ପରିମାଣରେ ବୃକ୍ଷରୋପଣ ପାଇଁ ଆହ୍ବାନ କରିଛି ବିଏମସି । ଘର, ଆପାର୍ଟମେଣ୍ଟ ଆଦି ନିର୍ମାଣ ବେଳେ କିଭଳି ପରିବେଶ ସନ୍ତୁଳନ ନେଇ ପଦକ୍ଷେପ ନିଆଯାଇପାରିବ ସେଥି ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ସେହିଭଳି ଲୋକମାନେ ବିଦ୍ୟୁତ୍‌ ବ୍ୟବହାର ପରିମାଣ କମାଇବା ପାଇଁ ଧ୍ୟାନଦେବା, ଅଯଥା ପାଣି ନଷ୍ଟ ନକରିବା ଆଦି ଉପରେ ସଚେତନ ହେବା ନିହାତି ଜରୁରୀ ହୋଇପଡ଼ିଛି ।

{"id":216717,"sizeSlug":"large"}

ପ୍ରବଳ ରୌଦ୍ରତାପ, ଅଦିନିଆ ବର୍ଷା, ବାରମ୍ବାର ଝଡ଼ବାତ୍ୟାର ପ୍ରଭାବରେ ଅସ୍ତବ୍ୟସ୍ତ ହେବା ପରେ ବି ଆମେ ଯଦି ପରିବେଶ ସୁରକ୍ଷା ପ୍ରତି ସଚେତନ ନହେବା ତାହେଲେ ତା’ର ପରିଣାମ ଆମକୁ ହିଁ ଭୋଗ କରିବାକୁ ପଡ଼ିବ । ଏଥିରେ କୌଣସି ସଂଦେହ ନାହିଁ ।

{"id":216718,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.