ଜଳବାୟୁ ପରିବର୍ତ୍ତନକୁ ସାମ୍ନା କରିବା ପାଇଁ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ କରିବା ନେଇ ବିଶେଷଜ୍ଞଙ୍କ ଚେତାବନୀ

Published By : Prameya-News7 Bureau | April 04, 2019 IST

ଭୁବନେଶ୍ବର ୪|୪ : ଜଳବାୟୁ ପରିବର୍ତନ ଯୋଗୁଁ ଭବିଷ୍ୟତରେ ପୃଥିବୀ ଉପରେ ଏହାର ଅନେକ ପ୍ରଭାବ ପଡ଼ିବ । ତେଣୁ ଏହାକୁ ଗୁରୁତ୍ୱର ସହ ନେବା ଉଚିତ୍ ଏବଂ କର୍ତୃପକ୍ଷମାନେ ଏଭଳି ସମସ୍ୟାକୁ ସାମ୍ନା କରିବା ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଚିତ୍ ବୋଲଗ୍ଧି ବିଶେଷଜ୍ଞମାନେ କହିଛନ୍ତି ।

ଜଳବାୟୁ ପରିବର୍ତନ ଯୋଗୁଁ ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡୁଛି ଏବଂ ଏଥିପାଇଁ ଆମକୁ କିଛି କରିବାକୁ ପଡ଼ିବ ବୋଲଗ୍ଧି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ରେ ଅନୁଷ୍ଠିତ ଏକ ସମ୍ମିଳନୀରେ କହିଛନ୍ତି ଆଇଆଇଟି, ଭୁବନେଶ୍ୱରର ଏମିରିଟସ ପ୍ରଫେସର ଉମାଚରଣ ମହାନ୍ତି ।

ବୁଧବାର ଦିନ ଇଣ୍ଡିଆନ୍ ମେଟେରୋଲେଗ୍ଧାଜିକାଲଗ୍ଧ୍ ସୋସାଇଟି, ଭୁବନେଶ୍ୱର ଚାପ୍ଟର ଏବଂ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟ) ପରିଚାଳିତ

ପରିବେଶ ଓ ଜଳବାୟୁ କେନ୍ଦ୍ରର (ସିଇସି) ମିଳିତ ଆନୁକୂଲଗ୍ଧ୍ୟରେ “ଦ ସନ୍, ଦ ଆର୍ଥ ଆଣ୍ଡ ଦ ୱେଦର”ଶୀର୍ଷକ କର୍ମଶାଳାରେ ବକ୍ତବ୍ୟ ରଖି ପ୍ରଫେସର ମହାନ୍ତି କହିଛନ୍ତି ବାତ୍ୟା, ବନ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟ ୧୯୮୦ ରୁ ୨୦୦୦ ମଧ୍ୟରେ ଅନେକ ମାତ୍ରାରେ ବଢ଼ିଛି । ପରିବେଶ ଉପରେ ଜଳବାୟୁ

ପରିବର୍ତନର ପ୍ରଭାବ ଯୋଗୁଁ ଏପରି ଘଟୁଛି । କେନ୍ଦ୍ରୀୟ ପାଣିପାଗ ବିଭାଗର ପୂର୍ବତନ ଡାଇରେକ୍ଟର ଜେନେରାଲଗ୍ଧ୍ ଡ. ଅଜୀତ ତ୍ୟାଗୀ ଏହି ସମ୍ମିଳନୀରେ ନିଜ ବକ୍ତବ୍ୟ ଦେବା ଅବସରରେ କହିଥିଲେଗ୍ଧ ଯେ ମନୁଷ୍ୟକୃତ କାର୍ଯ୍ୟକଳାପ କାରଣରୁ ତାପମାତ୍ରା ବଢ଼ିବାରେ ଲଗ୍ଧାଗିଛି । ତେବେ ଯଦି ଏହାକୁ ଆଗକୁ ବଢ଼ିବାକୁ ସୁଯୋଗ ଦିଆଯାଏ ତେବେ ଆମେ ହଇରାଣରେ ହିଁ ପଡ଼ିବା ।

ନୂଆଦିଲଗ୍ଧ୍ଲୀସ୍ଥିତ ଇଂଟିଗ୍ରେଟେଡ୍ ରିସର୍ଚ୍ଚ ଆଣ୍ଡ ଆକ୍ସନ୍ ଫର୍ ଡେଭଲଗ୍ଧପ୍ମେଂଟର ଉପ ନିର୍ଦ୍ଦେଶକ ଶ୍ରୀ ରୋହିତ ମାଲଗ୍ଧହୋତ୍ରା ଏବଂ ସୋଆ ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ଏହି ସମ୍ମିଳନୀରେ ନିଜର ବକ୍ତବ୍ୟ ରଖିଥିଲେଗ୍ଧ । ଜଳବାୟୁ ପରିବର୍ତନ ସାରା ପୃଥିବୀ ପାଇଁ ଏକ ବଡ଼ ଆହ୍ୱାନ  । ଏଥିପାଇଁ ଆମକୁ ଯଥାଶୀଘ୍ର ଏକାଠି ହୋଇ କାମ କରିବା ଉଚିତ୍ । ଏହି ସମସ୍ୟାକୁ ସାମ୍ନା କରିବା ପାଇଁ ପ୍ରଶାସନ କାର୍ଯ୍ୟପନ୍ଥା ଗ୍ରହଣ କରିବା ଉଚିତ୍ ବୋଲଗ୍ଧି ଶ୍ରୀ ମାଲଗ୍ଧ୍ହୋତ୍ରା କହି ଜଳବାୟୁ ପରିବର୍ତନ ଯୋଗୁ ପରିସ୍ଥିତ ଜଟିଳ ହେଉଛି ବୋଲଗ୍ଧି ସେ ବକ୍ତବ୍ୟ ରଖିଥିଲେଗ୍ଧ ।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଖରାଦିନେ ରୋଦ୍ରତାପ ପ୍ରଚଣ୍ଡ ମାତ୍ରାରେ ବଢ଼ୁଛି  । ତେଣୁ ଆଇଆର୍ଏଡି ଏନେଇ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ଏବଂ ଭୁବନେଶ୍ୱର ମହାନଗର ନିଗମ ସହ ମିଳିତ ଭାବରେ ଏକ ହିଟ୍ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିବା ନେଇ ଆଲେଗ୍ଧାଚନା କରିଛି ବୋଲଗ୍ଧି ଶ୍ରୀ ମାଲଗ୍ଧ୍ହୋତ୍ରା କହିଛନ୍ତି । ୬ଟି ବିଶ୍ୱବିଦ୍ୟାଳୟରେ ଆଇଆର୍ଏଡି ପକ୍ଷରୁ ଜଳବାୟୁ ପରିବର୍ତନ ନେଇ କାର୍ଯ୍ୟକ୍ରମ ପରିଚାଳନା କରାଯାଇଛି । ତେବେ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଅଧିକ ସଂଖ୍ୟକ ଆପ୍ଲିକେସନ୍ ଓରିଏଂଟେଡ୍ ପାଠ୍ୟକ୍ରମ ଆରମ୍ଭ କରିବା ଉଚିତ୍ ବୋଲଗ୍ଧି ସେ କହିଥିଲେଗ୍ଧ ।

ସେହିପରି ଡ. ତ୍ୟାଗୀ କହିଥିଲେଗ୍ଧ ଯେ ସରକାର ଗବେଷଣା ପ୍ରତିଷ୍ଠାନ ଏବଂ ସିଭିଲଗ୍ଧ୍ ସୋସାଇଟିଗୁଡ଼ିକ ମଧ୍ୟ ଜଳବାୟୁ ପରିବର୍ତନ ଭଳି ସମସ୍ୟାର ସମାଧାନ କରିବା ପାଇଁ ଏକାଠି ହୋଇ କାର୍ଯ୍ୟ କରିବା ଉଚିତ୍ । ସୋଆ ପକ୍ଷରୁ ଗତ ଫେବୃଆରୀ ମାସରେ ତିନି ଦିନିଆ ଇଂଟରନ୍ୟାସ୍ନାଲଗ୍ଧ୍ କନ୍ଫରେନ୍ସ ଅନ୍ ଥଣ୍ଡରଷ୍ଟର୍ମ ଆଣ୍ଡ ଲଗ୍ଧାଇଟ୍ନିଂ ଇନ୍ ଟ୍ରପିକ୍ସ  ଆୟୋଜନ କରାଯାଇଥିବା ଓ ଏଥିରେ ଓଜ୍ଡମା ଓ ଅନ୍ୟ ଚାରୋଟି ସଂସ୍ଥା ସହଯୋଗ କରିଥିବାରୁ  ଡକ୍ଟର ତ୍ୟାଗୀ ପ୍ରଶଂସା କରିଥିଲେଗ୍ଧ ।

ସୋଆରେ ଇଞ୍ଜିନିୟରିଂ, ମେଡିକାଲଗ୍ଧ୍ ସାଇନ୍ସ ଏବଂ କୃଷି ବିଭାଗ ପାଠ୍ୟକ୍ରମ ଥିବାରୁ ଏଠାରେ ଜଳବାୟୁ ପରିବର୍ତନ ବିଷୟରେ ଗବେଷଣା କରାଯାଇପାରିବ ବୋଲଗ୍ଧି ପ୍ରକାଶ କରି ଆଗାମୀ ୧୫ ରୁ ୨୦ ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତନ ଯୋଗୁଁ କିଭଳି ପ୍ରଭାବ ପଡିବ ତାହା ଗବେଷକମାନେ ବର୍ତମାନ ଚିନ୍ତା କରିବା ଉଚିତ୍ ବୋଲଗ୍ଧି ସେ କହିଥିଲେଗ୍ଧ ।

ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଥିଲେଗ୍ଧ ଭାରତରେ ପ୍ରତିବର୍ଷ ୨୫୦୦ରୁ ଅଧିକ ଲେଗ୍ଧାକ ବଜ୍ରପାତ ଓ ଝଡତୋଫାନରେ ମୃତ୍ୟୁ ବରଣ କରୁଥିବା ବେଳେ ଓଡ଼ିଶାରେ ପାଖାପାଖି ୪୦୦ ଲେଗ୍ଧାକଙ୍କ ମୃତ୍ୟୁ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.