ଗମ୍ଭୀର ହେଉଛି ବାର୍ଡ଼ ଫ୍ଲୁ : ପକ୍ଷୀଙ୍କ ମୃତ୍ୟୁ ରିପୋର୍ଟ ଦେବାକୁ ସବୁ ରାଜ୍ୟଙ୍କୁ ପରିବେଶ ମନ୍ତ୍ରାଳୟର ଚିଠି

Published By : Prameya-News7 Bureau | January 06, 2021 IST

ନୂଆଦିଲ୍ଲୀ ୦୬/୦୧ : କରୋନା ମହାମାରୀ ସଙ୍କଟ ମଧ୍ୟରେ ପୁଣି ବାର୍ଡ଼ଫ୍ଲୁ ସଙ୍କଟ ଦେଖାଦେଇଛି। କେନ୍ଦ୍ର ପରିବେଶ ମନ୍ତ୍ରାଳୟ (MoEF&CC) ମଙ୍ଗଳବାର ଦିନ ସବୁ ରାଜ୍ୟ ମୁଖ୍ୟ ସଚିବ ଓ ମୁଖ୍ୟ ବନ୍ୟଜୀବ ୱାଡେର୍ନଙ୍କୁ ଚିଠି ଲେଖି ସ୍ୱାଇନ୍ ଫ୍ଲୁ (H5N1) ପାଇଁ ରାଜ୍ୟ ସ୍ତରୀୟ ମନିଟରିଂ କମିଟି ଗଠନ କରିବାକୁ କହିଛନ୍ତି। ପଶୁପାଳନ ବିଭାଗ ଦ୍ୱାରା କୌଶଳ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିବାକୁ  ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ଏବଂ କର୍ମଚାରୀ ଓ ଅଧିକାରୀମାନଙ୍କୁ ନିୟୋଜିତ କରିବାକୁ ପରାମର୍ଶ ଦିଆଯାଇଛି। ପ୍ରବାସୀ ପକ୍ଷୀମାନଙ୍କର ମୃତ୍ୟୁ ସେମାନଙ୍କ ସଂଖ୍ୟା ଏବଂ କାରଣ (ବାର୍ଡ ଫ୍ଲୁ) ପରିବେଶ ମନ୍ତ୍ରଣାଳୟକୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ନମୁନା ଓ ଟେଷ୍ଟିଙ୍ଗ ରିପୋର୍ଟ ସଂଗ୍ରହ କରି ଡିସପାଚ ପାଇଁ ସ୍ଥାନୀୟ ପଶୁ ଚିକିତ୍ସା ବିଭାଗ ସହ ସମ୍ପର୍କ କରିବାକୁ ମନ୍ତ୍ରାଳୟ କହିଛି।

ପରିବେଶ ମନ୍ତ୍ରାଳୟ ସବୁ ରାଜ୍ୟରେ ପ୍ରବାସୀ ପକ୍ଷୀମାନଙ୍କ ଉପରେ ନଜର ରଖିବାକୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବାସୀ ପକ୍ଷୀମାନଙ୍କର ନମୁନା ସଂଗ୍ରହରେ ରାଜ୍ୟ ପଶୁ ଚିକିତ୍ସା ବିଭାଗ ସହିତ ସହଯୋଗ କରିବେ। ପରୀକ୍ଷଣ ପାଇଁ ମୃତ ପକ୍ଷୀଙ୍କ ନମୁନା ସାବଧାନତାର ସହ ସଂଗ୍ରହ କରାଯିବ। ସଂରକ୍ଷଣ ଅଞ୍ଚଳ ସମେତ ପ୍ରବାସୀ ପକ୍ଷୀ ଆସୁଥିବା ସ୍ଥାନରେ ମଧ୍ୟ ନିରୀକ୍ଷଣ କରାଯିବ।

{"id":387750,"sizeSlug":"large","linkDestination":"none"}

ହିମାଚଳ ପ୍ରଦେଶ, କେରଳ, ରାଜସ୍ଥାନରେ ବାର୍ଡ଼ଫ୍ଲୁ ଯୋଗୁଁ ହଜାର ହଜାର ପକ୍ଷୀଙ୍କ ମୃତ୍ୟୁ ହୋଇଛି। ହିମାଚଳ ପ୍ରଦେଶରେ ଏହି ସମୟରେ ବହୁ ସଂଖ୍ୟାରେ ପ୍ରବାସୀ ପକ୍ଷୀ ଆସିଥାନ୍ତି। ପ୍ରବାସୀ ପକ୍ଷୀ ବିଶେଷକରି କାଙ୍ଗଡା ଏବଂ ତାର ଆଖପାଖ ଅଞ୍ଚଳକୁ ଆସିଥାନ୍ତି। ସୋମବାର ସୁଦ୍ଧା ୨୩୦୦ ପକ୍ଷୀଙ୍କ ମୃତ୍ୟୁ ବାର୍ଡ଼ ଫ୍ଲୁ ଯୋଗୁଁ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ରାଜ୍ୟ ସରକାର ଅନେକ ସ୍ଥାନରେ ପକ୍ଷୀମାନଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କେରଳରେ ଗତ ୨-୩ ଦିନରେ ୧୨ ହଜାରରୁ ଅଧିକ ବତକ ମରିଛନ୍ତି। କେରଳର କୋଟ୍ଟାୟମ ଓ ଅଲପ୍ପୁଝାରେ ହିଁ ୧୨ ହଜାର ବତକ ମରିଛନ୍ତି। କେରଳରେ ପ୍ରତିବର୍ଷ ବାର୍ଡ଼ ଫ୍ଲୁ ଦେଖାଦେଇଥାଏ।

ରାଜସ୍ଥାନରେ ପାଖାପାଖି ୫୦୦ ପକ୍ଷୀଙ୍କ ମୃତ୍ୟୁ ହୋଇଛି। ମଧ୍ୟ ପ୍ରଦେଶରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ସରକାର କହିଛନ୍ତି ଯେ ବାର୍ଡ଼ ଫ୍ଲୁ ଯୋଗୁଁ ଏଚ୫ଏନ୮ ଏବଂ ଅନ୍ୟ ପ୍ରକାର ଭାଇରସ ଇନଫ୍ଲୁଏଞ୍ଜାର ବିପଦ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.