ସମୁଦ୍ର ମନ୍ଥନରୁ ବାହାରିଥିଲା ଅମୃତ, ଦେବତାଙ୍କ ସହ ଅ।ଉ କିଏ ପିଇଥିଲେ ଅମୃତ ? ଜାଣନ୍ତୁ...

Published By : Prameya-News7 Bureau | June 05, 2019 IST

ଭୁବନେଶ୍ବର (ସମରେନ୍ଦ୍ର ବଳିଆରସିଂହ)  ୫|୬: ମଣିଷ ଜନ୍ମ ହେଲା ପରେ ଅ।ଗ ବାପା, ମା’ । ହେଲେ ତା’ ପରେ କିଏ ? କା’ ମାନେ କାଉ । ମା’ର ଗେଲବସର ଡାକ ସାଂଗରେ ସେ ଶୁଣେ କାଉ ର କା’ କା’ ଡାକ । ମା’ ପିଲାକୁ ଶୁଣାନ୍ତି ଗୀତ… ‘ଡାମରା କାଉରେ ଡାମରା କାଉ, ଉଚ୍ଚ ପରବତେ ବୋବାଉଥାଉ’ । ପୁଣି ଗାଅ।ନ୍ତି, ‘କା କା କା ରାବଇ କାଉ, ଉଠ ଉଠ ମଠ ନ କର ଅ।ଉ’ । ତେଣୁ କାଉ ହେଉଚି କର୍ମଠ ଭାବର ପ୍ରତୀକ, ଅ।ଳସ୍ୟ ବିହୀନ ଜୀବ । ତେଣୁ ମା’ ପରେ କା’ ବା କାଉ ସହ ପରିଚିତ ହୁଅନ୍ତି ପିଲାଏ । କାଉ ହଉଚି ଶୁଭ ।

{"id":119919,"width":575,"height":431}

ଅ।ମ ପରିବେଶକୁ ସଫା ରଖୁଥିବା ଏଇ ପକ୍ଷୀଟି ଭାରି ଉପକାରୀ ଅ।ମ ମଣିଷମାନଙ୍କ ପାଇଁ । ପାହାନ୍ତା ପାହାନ୍ତାରୁ ସିଏ କା’ କା’ ଡାକି ଅ।ମକୁ ନିଦରୁ ଉଠାଏ, ତା’ ସାଂଗରେ ଘର ଅ।ଖପାଖରେ ପଡ଼ିଥିବା ମଇଳା ମଇଳି ସବୁ ଖାଇକି ସଫା କରେ । ରୂପଟି କଳା, କିନ୍ତୁ ତା’ କାମଟି ଭାରି ନିରୋଳା…ଏକଦମ ପ୍ରଶଂସାଯୋଗ୍ୟ । କାଉ କେବଳ ମଇଳା ଖାଏନି, ମଇଳାକୁ ନେଇ ଡଷ୍ଟବିନରେ ବି ପକାଏ । ମଇଳା ପକାଇବା ପାଇଁ ମଣିଷ ଡଷ୍ଟବିନ୍ ରଖିଥାଏ, କିନ୍ତୁ ସବୁ ମଣିଷ ସେଥିରେ ମଇଳା ପକାନ୍ତିନାହିଁ । ଡଷ୍ଟବିନ୍ ଥିବ, କିନ୍ତୁ ବାହାରେ ଅଳିଅ। ପକେଇଦେଇ ପଳେଇଯାଉଥିବେ । ତେବେ କାଉ ଡଷ୍ଟବିନ୍ ବାହାରେ ପଡ଼ିଥିବା ମଇଳାକୁ ଡଷ୍ଟବିନ୍ ଭିତରେ ପକାଇଦିଏ । କାଉର ବଡ଼ପଣକୁ ଅ।ପଣ ପ୍ରଶଂସା କରିବେନି ତ କ’ଣ କରିବେ?

{"id":119921}

ମଣିଷପଣିଅ।ରେ ମଣିଷ ଠୁଁ ବି ବଳିଯାଇଚି କାଉ । ତେଣୁ ମଣିଷ ଭଳି କାଉକୁ ମଧ୍ୟ କୁହାଯାଇପାରେ ଗୋଟେ ସାମାଜିକ ପ୍ରାଣୀ । ସାଧାରଣତଃ ଶୁଅ। ଭଳି କାଉକୁ ମଣିଷ ଘରେ ପୋଷେନି, ପଂଜୁରୀରେ ରଖେନି । ଅବଶ୍ୟ କେତେକ ସ୍ଥାନରେ କାଉ ପୋଷା ଚଢେଇ ଭଳି ମଣିଷ ପାଖରେ ରହିଛନ୍ତି । କାଉ ପ୍ରତି ପିଲାଟି ଦିନରୁ ମଣିଷର ଅ।କର୍ଷଣ । ଛୋଟବେଳୁ ତା’ ସାଂଗରେ ଖେଳିବାକୁ ସେ ଭଲ ପାଏ, ତାକୁ ଖାଇବାକୁ ଦିଏ ।

{"id":119923,"width":575,"height":431}

ଅମୃତ ପାନ :

ସମୁଦ୍ର ମନ୍ଥନ ପରେ ଅମୃତ ପାନ କରିଥିଲେ ଦେବତା । ଅସୁରମାନେ ସେଇ ଅମୃତରୁ ବଂଚିତ ହୋଇଥିଲେ।  ତେବେ ଦେବତାମାନଙ୍କ ସହ ଅ।ଉ ଜଣକ ଭାଗରେ ବି ଅମୃତ ପଡ଼ିଥିଲା । ଅ।ଉ ଜଣେ ବି ପାନ କରିଥିଲା ଅମୃତ । ସେ ଥିଲା କାଉ । ସମୁଦ୍ର ମନ୍ଥନ ବେଳେ ବାହାରିଥିବା ଅମୃତର କିଛି ବୁନ୍ଦା କାଉ ଭାଗରେ ମଧ୍ୟ ପଡ଼ିଥିଲା । ଅସୁର କି ମଣିଷ ପାଇନଥିଲେ ଅମୃତ, ଦେବତା ପାଇଥିଲେ ଅ।ଉ ତାଂକ ସାଂଗରେ କେବଳ କାଉ ।

{"id":119924,"width":579,"height":359}

କାଉ ହଉଚି ସ୍ବର୍ଗର ସବୁଠାରୁ ନିକଟତମ ପକ୍ଷୀ । ସେଥିପାଇଁ କାଉକୁ ଅମର ବୋଲି କୁହାଯାଏ । ତେବେ ଏ ଅମରର ଅର୍ଥ ହେଲା, କାଉ ବହୁବର୍ଷ ବଂଚିଥାଏ । ହିନ୍ଦୁ ଧର୍ମରେ କାଉର ବିଶେଷ ମହତ୍ତ୍ବ ରହିଚି । ଅ।ମ ପୂର୍ବପୁରୁଷ କାଉ ରୂପରେ ଅ।ମ ନିକଟକୁ ଅ।ସିଥାନ୍ତି ବୋଲି ବିଶ୍ବାସ ରହିଚି । ତେଣୁ କାଉକୁ ଖାଇବାକୁ ଦେବା ଗୋଟେ ପୁଣ୍ୟ କାର୍ଯ୍ୟ । ଗ୍ରହଶାନ୍ତି କିମ୍ବା ରିଷ୍ଟ ଖଂଡ଼ନ ପାଇଁ ମଧ୍ୟ କାଉକୁ ଖୁଅ।ଇବାକୁ ପରାମର୍ଶ ଦିଅ।ଯାଇଥାଏ । ବିଶେଷକରି ଶନିଦେବ ସନ୍ତୁଷ୍ଟ ହୁଅନ୍ତି ଯଦି କାଉକୁ ଖାଇବାକୁ ଦିଅ।ଯାଇଥାଏ । କାଉ ହେଉଛି ଶନିଦେବଙ୍କ ବାହନ ।

{"id":119925}

ଜ୍ୟୋତିଷ ବା ଭବିଷ୍ୟଦ୍ରଷ୍ଟା :

ଘର ଉପରେ କାଉ ବୋବାଇଲେ ଘରକୁ କୁଣିଅ। ଅ।ସିବେ ବୋଲି କୁହାଯାଏ । ଅନେକ ସମୟରେ ଏହା ବି ସତ ହୁଏ । ତେଣୁ କାଉକୁ ଜ୍ୟୋତିଷ ବା ଭବିଷ୍ୟଦ୍ରଷ୍ଟା ବୋଲି ବି କୁହାଯାଇପାରିବ । କା କା ଡାକି ଭଲ, ମନ୍ଦର ଖବର ଦିଏ କାଉ । ଯଦି କୌଣସି ଅନିଷ୍ଟ ବା ଅମଂଗଳ ଘଟିବାକୁ ଥିବ, କାଉ କା’ କା’ ରାବି ଚେତେଇଦିଏ । ତଥାପି ଯଦି ମଣିଷ କାଉ କଥା ନ ମାନି ଗନ୍ତବ୍ୟପଥରେ ଯାଏ, ତା’ହେଲେ କାଉ କିଛି ବାଟ ସାଂଗରେ ଅ।ସି ଗସ୍ତ ବନ୍ଦ କରିବାକୁ ସତର୍କ କରାଏ । ଏଭଳି ଅନୁଭୂତି ଅନେକଙ୍କର ମଧ୍ୟ ଥିବ । ତେଣୁ କାଉ ଭଲ, ମନ୍ଦ କଥା ଜାଣିପାରେ । ଭୂମିକଂପ, ଝଡ଼ତୋଫାନର ପୂର୍ବାଭାସ ମଧ୍ୟ କାଉ ପାଇଥାଏ । ଅ।ପଣ ଜାଣିଥିବେ, ‘କାକତାଳିକ’ ବୋଲି ଗୋଟେ ଶବ୍ଦ ଅ।ମେ ବ୍ୟବହାର କରୁ । ଏହାର ଅର୍ଥ, ସଂଯୋଗକ୍ରମେ କିଛି ଘଟିବା । ତେଣୁ କାଉ ବା କାକ ଶବ୍ଦରୁ କାକତାଳିକ ଶବ୍ଦଟି ଅ।ସିଛି ।

{"id":119926,"width":568,"height":840}

‘ପଞ୍ଚତଂତ୍ର’ କାହାଣୀ :

ଗପରେ ଅଛି, ମାଠିଅ।ରେ ଗୋଡ଼ି ପକେଇ କାଉ ପାଣି ପିଇଥିଲା । ସତରେ କ’ଣ କାଉ ଏତେ ଚାଲାଖ ? ପିଲାଟିଏ ଟିକିଏ ବଡ଼ ହବା ମାତ୍ରେ ତାକୁ ତା’ ବାପା, ମା’ କାଉର ଗପ କୁହନ୍ତି…ତୃଷାର୍ତ୍ତ କାଉ । ପ୍ରବଳ ଖରା, କାଉକୁ ପ୍ରବଳ ଶୋଷ…ଅ।କାଶରେ ଉଡ଼ୁଥିବାବେଳେ ତାର ନଜର ପଡ଼ିଲା ଗୋଟେ ମାଠିଅ। ଉପରେ । ମାଠିଅ।ରେ ଅଳ୍ପ ପାଣି ଥିଲା, କିନ୍ତୁ ପାଣି ଯାଏଁ ଥଂଟ ପାଉନଥିଲା । ସେଠୁ କ’ଣ କରିବ? ତା’ ମୁଂଡକୁ ବୁଦ୍ଧି ଅ।ସିଲା । ଏଠୁ ସେଠୁ ଗୋଡ଼ି ସବୁ ଥଂଟରେ ଅ।ଣିକି ସେ ମାଠିଅ। ଭିତରେ ପୂରେଇଲା । ଧୀରେ ଧୀରେ ତଳେ ଥିବା ପାଣି ଉପରକୁ ଅ।ସିଲା ଅ।ଉ କାଉଟି ଅ।ନନ୍ଦରେ ପାଣି ପିଇ ଉଡ଼ିଗଲା । ପ୍ରସିଦ୍ଧ ଭାରତୀୟ ବିଦ୍ବାନ ତଥା ଲେଖକ ବିଷ୍ଣୁ ଶର୍ମାଙ୍କ ରଚିତ ‘ପଞ୍ଚତଂତ୍ର’ର ଏଇ କାହାଣୀ ଏବେ ସାରା ପୃଥିବୀରେ ବେଶ୍ ଲୋକପ୍ରିୟ । ବିଶ୍ବର ବିଭିନ୍ନ ଭାଷାରେ ଏହା ଅନୁଦିତ ହେଇଛି ଏବଂ ଏଇ ତୃଷାର୍ତ୍ତ କାଉ ଗପଟି ଚର୍ଚ୍ଚିତ ହୋଇଛି ।

{"id":119944}

ମଜାର କଥା ହେଲା, ତୃଷାର୍ତ୍ତ କାଉର ଏଇ କାହାଣୀକୁ ନେଇ ଅନେକ ଏକ୍ସପେରିମେଂଟ୍ କରାଯାଇଚି । କାରଣ ମଣିଷ ମନରେ ପ୍ରଶ୍ନ ଅ।ସିଲା, ସତରେ କ’ଣ କାଉ ଏଭଳି କରିପାରେ? ତେଣୁ ଅ।ରଂଭ ହେଲା ଏକ୍ସପେରିମେଂଟ୍ ।  ଦୁଇଟି ଲମ୍ବା କାଚ ପାତ୍ର ଅଣାଯାଇ ଗୋଟାକରେ ବାଲି ଅ।ଉ ଗୋଟାକରେ ପାଣି ରଖାଗଲା । ଭିତରେ ଗୋଟେ ଗୋଟେ ପଥର ବି ପକାଗଲା । କିଛି ସମୟର ଅପେକ୍ଷା ପରେ କାଉ ଅ।ସିଲା । ସେ ଦି’ଟା ଯାକ ପାତ୍ରକୁ ଦେଖିଲା, ତେବେ ପାଣି ଥିବା କାଚପାତ୍ରରେ ଗୋଡ଼ିଗୁଡ଼ାକୁ ପକେଇଲା । ପାଣି ଯେମିତି ଟିକେ ଉପରକୁ ଉଠିଲା, ସେ ପାଣି ପିଇଲା । ଭାରି ସରସା ବୁଦ୍ଧି । ତେଣୁ ପଞ୍ଚତଂତ୍ରରେ କୁହାଯାଇଥିବା ଗପ ସତ ବୋଲି ପ୍ରମାଣିତ ହେଲା ।

{"id":119927,"width":575,"height":714}

ଗବେଷଣାର ପକ୍ଷୀ :

କାଉକୁ ନେଇ ଅ।ହୁରି ଅନେକ ଏକ୍ସପେରିମେଂଟ୍ ମଧ୍ୟ ହେଇଚି, ବିଭିନ୍ନ ଦେଶର ବିଶ୍ବବିଦ୍ୟାଳୟରେ କାଉ ସମ୍ବନ୍ଧରେ ଉପାଦେୟ ଗବେଷଣା ମଧ୍ୟ କରାଯାଇଚି । ଯୁଗ ବଦଳିବା ସାଂଗରେ କାଉ ବି ବଦଳୁଚି…ଅଧିକରୁ ଅଧିକ ଚାଲାଖ ହଉଚି । ଅ।ଉ ଏକ ଏକ୍ସପେରିମେଂଟରେ ଦେଖିବାକୁ ମିଳିଲା ଯେ, କାଉ ଷ୍ଟ୍ର’ଟେ କୋଉଠୁ ଯୋଗାଡ଼ କରି ଅ।ଣି ସେଥିରେ ପାଣି ପିଉଚି । ଗୋଡ଼ି ଗୋଟେଇକି ପରିଶ୍ରମ କରିବା ଲୋଡ଼ାପଡ଼ିଲାନି । ମଣିଷ ଠୁଁ ଦେଖିଚି ଏଭଳି କରିବାର, ତେଣୁ ସେ ଶିଖିଗଲା କାଇଦା, ଅଳ୍ପ ପରିଶ୍ରମରେ ଅଧିକ ଲାଭ । ପୁଣି କରାଗଲା ଏକ୍ସପେରିମେଂଟ । କାଉକୁ ଦିଅ।ଗଲା ପାଣିଭର୍ତି ଗୋଟେ ବୋତଲ । ବୋତଲର ଠିପି ବନ୍ଦ ଥିଲା, ତେବେ କାଉ ଜାଣିଛି ଯେ, ବୋତଲର ଠିପି ଫିଟେଇଲେ ଯାଇ ପାଣିପିଇହବ । ମଣିଷ ଏମିତି କରିବାର ସେ ଦେଖିଛି । ତେଣୁ ସେ ଠିପିକୁ ଖୋଲିବା ପାଇଁ ଚେଷ୍ଟା କଲା । ଅବଶ୍ୟ ପାରିଲାନି, କିନ୍ତୁ ଚେଷ୍ଟା କଲା । ବାରମ୍ବାର ଚେଷ୍ଟା କରିବା ପରେ ଏଭଳି ଏକ୍ସପେରିମେଂଟ୍ କରୁଥିବା ଲୋକମାନେ ବୋତଲର ଠିପି ଖୋଲିକି ତାକୁ ପାଣି ପିଇବାକୁ ଦେଇଥିଲେ ।

{"id":119928,"width":575,"height":267}

କାଉ ହଉଚି ପୃଥିବୀରେ ଥିବା ଲକ୍ଷ ଲକ୍ଷ ପକ୍ଷୀମାନଙ୍କ ମଧ୍ୟରେ ଅତ୍ୟନ୍ତ ଚାଲାଖ ପକ୍ଷୀ । ତା’ ଚାଲାଖି ଦେଖିଛନ୍ତି ଲକ୍ଷ ଲକ୍ଷ, କୋଟି କୋଟି ଲୋକ । କାଉ ସମ୍ବନ୍ଧରେ ବିବିସି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଗୋଟେ ଭିଡିଓ ଭାରି ଲୋକପ୍ରିୟ ହୋଇଥିଲା, ସାଉଁଟିଥିଲା ଅନେକ ପ୍ରଶଂସା ।  ଗୋଟେ ପାତ୍ର ସାଂଗରେ ଅ।ଉ ଗୋଟେ ପାତ୍ର ଲାଗିକି ରଖାଯାଇଥିଲା, ଉଭୟ ପାତ୍ରକୁ ପାଇପ୍ ମାଧ୍ୟମରେ ସଂଯୋଗ କରାଯାଇଥିଲା । ଗୋଟିଏ ପାତ୍ରର ସବା ତଳ ଭାଗରେ ଗୋଟେ ଛୋଟ କାଠି ରଖାଯାଇଥିଲା ଏବଂ ପାତ୍ରର ମୁହଁ ଖୋଲାଥିଲା । ତେବେ ଏଇ କାଠିଟା ପାଇବାକୁ ହେଲେ ଅନ୍ୟ ପାତ୍ର ଉପରୁ କିଛି ଗୋଡ଼ି ଗଳେଇବାକୁ ପଡ଼ିବ । ସେଇ ଗୋଡ଼ି ଗଳିଅ।ସିକି କାଠି ସହ ଧକ୍କା ହେଲେ କାଠିଟା ବାହାରିଅ।ସିବ । ଏ ଦୁଇ ପାତ୍ର ଠାରୁ କିଛି ଦୂରରେ ଅ।ଉ ଗୋଟେ ପାତ୍ରରେ ରଖାଯାଇଥିଲା ଛୋଟ ମାଂସ ଖଣ୍ଡେ । ତେବେ ମାଂସ ପାଇବାକୁ ହେଲେ କାଠିର ସାହାଯ୍ୟ ନବାକୁ ପଡ଼ିବ । ବଡ଼ ଗୋଲକଧନ୍ଦା ଥିଲା ଇଏ । ତେବେ କାଉ ଏ ଗୋଲକଧନ୍ଦାରେ ଉତ୍ତୀଣ୍ଣ ହେଲା ।

{"id":119929,"width":570,"height":729}

ହୁଏତ ମଣିଷ ଭାବୁଥିବ, କାଉ ପାରିବନି । କିନ୍ତୁ କାଉ ବେଶ୍ ପାରିଲା । ସେ ଗୋଟେ ପାତ୍ର ଉପରେ ଗୋଡ଼ି ଅ।ଣିକି ଗଡ଼େଇଲା । ଗୋଡ଼ିଗୁଡ଼ାକ ବି ଅ।ଉ ଗୋଟେ ବାକ୍ସ ଭିତରେ ରଖାଯାଇଥିଲା । କାଉ ସେଗୁଡ଼ିକୁ କାଢିବା ପାଇଁ ବେଶ୍ କସରତ କଲା । ତା’ ପରେ ବୁଦ୍ଧି ଖଟେଇଲା । ମାଂସକୁ ଅ।ଣିବା ପାଇଁ କାଠିଟା ଲୋଡ଼ା, ସେ ପ୍ରଥମରୁ ଦେଖିସାରିଥିଲା । ତେଣୁ ଗୋଡ଼ି ପକେଇ କାଠି ଅ।ଣିଲା ଏବଂ ସେଇ କାଠି ସହାୟତାରେ ମାଂସ ଖଣ୍ଡକ ଅକ୍ତିଅ।ର କଲା । ବିବିସି ଅ।ର୍ଥ ଦ୍ବାରା Inside the Animal Mind  ଶୀର୍ଷକ ଏଇ ଡକୁମେଂଟାରୀ ଗୋଟେ ସମୟରେ ଚହଳ ପକାଇଥିଲା ।

{"id":119945,"width":574,"height":827}

ମଣିଷ ଭଳି ମୁଣ୍ଡ :

ନ୍ୟୁଜଲାଂଡର ବୈଜ୍ଞାନିକମାନେ କରିଥିବା ଗବେଷଣା ଅନୁଯାୟୀ, କାଉମାନେ ପଦାର୍ଥ ବିଜ୍ଞାନର ସାଧାରଣ ନିୟମ ବାବଦରେ ଜାଣିଛନ୍ତି । ମଣିଷ ଭଳି ବୁଦ୍ଧି ସେମାନଂକର । ଦ୍ବିତୀୟ ଗୁରୁତ୍ବପୂଣ୍ଣ କଥାଟି ହେଲା, କାଉମାନଙ୍କ ମସ୍ତିଷ୍କ ବା ବ୍ରେନ୍ ଅନ୍ୟ ପକ୍ଷୀମାନଙ୍କ ଠାରୁ ଭିନ୍ନ । ତେଣୁ କାଉକୁ କହିହବ Smart Bird । ଖାଲି Smart Bird ନୁହେଁ… Very Smart Bird..। ବିଭିନ୍ନ ସମୟରେ କ୍ୟାମେରା ଧରିଚି କାଉର ଚାଲାଖି । ଗୋଟେ ଦୃଶ୍ୟରେ କୁନି କୁନି କୁକୁରମାନେ କିଛି ଖାଉଛନ୍ତି । କାଉର ନଜର ପଡ଼ିଗଲା । ତେଣୁ ସେ ସେମାନଂକ ଲାଂଜକୁ ଟିକେ ଖୁମ୍ପିଦେଲା । ପରୋକ୍ଷରେ ଧମକ ଦେଲା, ବାଟ ଛାଡ଼, ତମେମାନେ ଏକା ଏକା କ’ଣ ସବୁ ଖାଇଦବ, ମତେ ଦବନି, ମୁଁ ବି ଖାଇବି । ଲାଂଜଖୁମ୍ପା ପରେ ​‌ଛୋଟ ଛୋଟ କୁକୁରମାନେ ଟିକେ ପାଖେଇଗଲେ । ହାଃ ହାଃ, ମିଳିଗଲା କାଉକୁ ଖାଦ୍ୟ ।

{"id":119930}

କାଉ ଓ କୁକୁର । ଏମାନଂକୁ ମଧ୍ୟରୁ କିଏ ଅଧିକ ବୁଦ୍ଧିଅ।? ଜାଣିବା ପାଇଁ କରାଯାଇଥିଲା ଗୋଟେ ଏକ୍ସପେରିମେଂଟ୍ । ଅଣ୍ଡାକୃତି ଗୋଟେ ଛୋଟ ବଲଟେ ସେମାନଂକ ପାଖରେ ଗଡ଼ାଇଦିଅ।ଗଲା । କାଉ ଥଣ୍ଟ ଦଉ ଦଉ ଜାଣିଲା ଯେ, ସେଇଟା ଅଣ୍ଡା ନୁହଁ, ତେବେ କୁକୁର ଜାଣିପାରିଲାନି । ସେ ସେଇଟାକୁ ଖାଇବାକୁ ଚେଷ୍ଟା କଲା । କାଉ କିନ୍ତୁ ସେଇଟା ଥଣ୍ଟରେ ଗଡ଼େଇ ଗଡ଼େଇ ଖେଳିଲା ।

{"id":119931,"width":572,"height":321}

ଏକତାର ପକ୍ଷୀ :

କାଉର ଦୃଷ୍ଟିଶକ୍ତି ଭାରି ପ୍ରଖର । ବହୁ ଉଚ୍ଚରୁ ଦେଖିଦବ ତଳେ କ’ଣ ପଡ଼ିଚି । ସେଇଭଳି ଗୋଟେ ଦୃଶ୍ୟରେ ଦେଖିବାକୁ ମିଳିଥିଲା: ତଳେ କିଛି ଖାଦ୍ୟ ପଡ଼ିଚି, ଗୁଂଡ଼ୁଚିମୂଷା ଖାଉଛନ୍ତି । ଗୋଟେ କାଉ ଏହା ଦେଖି ତଳକୁ ଅ।ସିଲା, ତା’ପରେ ଅନ୍ୟକାଉମାନଂକୁ ଡାକିଅ।ଣିଲା । ଗୁଣ୍ଡୁଚିମୂଷାମାନଂକୁ ନ ଘଉଡ଼ାଇ ସମସ୍ତେ ମିଳିମିଶିକି ଖାଇଲେ । ଅ।ପଣମାନେ ଜାଣିଥିବେ, କାଉମାନେ ଏକାଠି ରହିବାକୁ ଭଲ ପାଅ।ନ୍ତି । ଏକତା ପାଇଁ କାଉମାନଙ୍କର ଭାରି ନାଁ । ମଣିଷ ଭଳି ଏମାନେ ସ୍ବାର୍ଥପର ନୁହଁନ୍ତି । ଖାଦ୍ୟ ପାଇଁ ସେମାନେ ଝଗଡ଼ା କରିବେନି, ଭିଡ଼ାଟଣା ହେବେନି । ଯାହା ଖାଇବେ, ଭାଗ ବାଂଟିକି ଖାଇବେ..ସମସ୍ତଙ୍କୁ ଡକାଡକି କରିକି ଖାଇବେ ।

{"id":119942}

କଉତୁକିଅ। :

କାଉ କେବଳ ଚାଲାଖ ନୁହଁ, ସେ ଭାରି କଉତୁକିଅ।। ମଣିଷ ଲଗେଇଥିବା ସିସିଟିଭି କ୍ୟାମେରା ସାଂଗରେ ସେ କଉତୁକ କରୁଛି । ତାକୁ ଭାରି ମଜା ଲାଗୁଚି । କାଉ ବରଫକୁ ଭାରି ଭଲ ପାଏ । ବରଫପାତକୁ ସେ ବେଶ୍ ଉପଭୋଗ କରୁଛି । ବରଫ ପଡ଼ିଥିବା କାର ଉପରେ ଚଢିକି ଖସୁଛି । ଭାରି ମଜା ଲାଗୁଚି ତାକୁ । କାଉ ବି ଜାଣିଛି, ଜୀବନରେ ସବୁ ରସ ଦରକାର । ତେଣୁ ମଜା, କଉତୁକ କରିବା ଅ।ଉ ପ୍ରକୃତିକୁ ଉପଭୋଗ କଲେ ଜୀବନ ଅ।ନନ୍ଦମୟ ହେବ । ଏଭଳି କିଛି ଦୃଶ୍ୟ ମଧ୍ୟ ଭାଇରାଲ ହେଇଚି ସାମାଜିକ ଗଣମାଧ୍ୟମରେ ।

{"id":119940}

ସେଇଭଳି ଅ।ଉ ଏକ ଭାଇରାଲ ଦୃଶ୍ୟ ଥିଲା, ଛୋଟ ଝିଅଟେ କାଉକୁ ଖାଇବାକୁ ଦଉଛି । ସେ କାଉ ବି ଛୋଟ କାଉଟେ । ଉଭୟଂକ ଭିତରେ ବଂଧୁତା ହେଇଗଲା । ଛୋଟ କାଉଟି କୁନି ଝିଅ ହାତରୁ ଖାଇବା ଜିନିଷ ନଉଥିଲା ଥଣ୍ଟରେ । ନେଲାବେଳେ ତା’ ହାତକୁ କାଉ କାମୁଡ଼ୁନଥିଲା, ଧୀରେକି ନଉଥିଲା । କୁନି ଝିଅ ବି ଜମାରୁ ଡରୁନଥିଲା ।  

{"id":119941,"width":576,"height":346}

କାଉର ଉପହାର :

ମଣିଷକୁ ବି କାଉ ଉପହାର ଦେଇପାରେ । ଅ।ଶ୍ବର୍ଯ୍ୟ ଲାଗୁଥିଲେ ବି ସତ । ଓ୍ବାସିଙ୍ଗଟନର ସିଏଟଲରେ ଘଟିଥିଲା ଏଭଳି ଚମକପ୍ରଦ ଘଟଣା । କାଉକୁ ଖାଇବାକୁ ଦଉଥିବା ଗୋଟେ ଛୋଟ ଝିଅ ପାଇଁ କାଉ ଅ।ଣିଥିଲା ଉପହାର । ଦଶ ବର୍ଷର ଛୋଟ ଝିଅ, ନାଁ ତାର ଗାବି ମାନ । ସବୁଦିନ ସେ କାଉମାନଙ୍କୁ ଖାଇବାକୁ ଦିଏ । ତାଂକ ଘର ବଗିଚାରେ କାଉମାନେ ଯେତେବେଳେ ପହଂଚିଯାଅ।ନ୍ତି, ସେ ଭାରି ଖୁସିହେଇଯାଇ ସେମାନଙ୍କୁ ଖାଇବାକୁ ଦେଇଥାଏ । କେବଳ ଗାବି ନୁହଁ, ତା’ ଭାଇ ମଧ୍ୟ ଏଥିରେ ତାକୁ ସହଯୋଗ କରେ । ମା’ ଲିସା ବି ଏମାନଙ୍କର ଏଭଳି କାଉପ୍ରେମ ପାଇଁ ଖୁସି ହୁଅନ୍ତି । ଗାବିକୁ ୪ ବର୍ଷ ହୋଇଥିବାବେଳେ ସେ କାଉମାନଙ୍କୁ ଭାରି ଭଲ ପାଇଲା । ସ୍କୁଲ ଯିବା ପାଇଁ ବସରେ ବସିବା ପାଇଁ ବସଷ୍ଟପ୍ ପର୍ଯ୍ୟନ୍ତ ଗଲାବେଳକୁ ସେ କାଉମାନଙ୍କୁ ଖାଇବାକୁ ଦେଲା । ମା’ ଦେଇଥିବା ଲଂଚ ପ୍ୟାକେଟ୍‌ରୁ ଟିକିଏ ଟିକିଏ ଖାଦ୍ୟ ଛିଂଡ଼େଇ ସେମାନଂକୁ ସେ ଦିଏ ।

{"id":119933}

ଦିନେ ଦିନେ ଏଭଳି ହୁଏ, ପୂରା ଲଂଚ୍ କାଉମାନଙ୍କୁ ଖୁଅ।ଇବାରେ ସରିଯାଏ । ଦିନକୁ ଦିନ ଏ କାଉମାନେ ଗାବି ଓ ତାଂକ ପରିବାର ସଦସ୍ୟଙ୍କର ଅ।ପଣାର ହେବାରେ ଲାଗିଲେ । ସେମାନେ ତାଂକ ଘରକୁ ଅ।ସିଲେ । ଏଥର ବଗିଚାରେ କାଉମାନଙ୍କୁ ଖୁଅ।ଇବା ବ୍ୟବସ୍ଥା କଲେ ଗାବି ଓ ତାଂକ ପରିବାର । ଏହାପରେ ଦେଖିବାକୁ ମିଳିଲା ଅଦଭୁତ ଦୃଶ୍ୟ । କାଉମାନେ ତାଂକ ପାଇଁ ଉପହାର ଅ।ଣିଲେ । ସେମାନେ ବା କେମିତି ନିମକହାରାମ ହେଇଯିବେ? ଦାନର ପ୍ରତିଦାନ ଦେବେନି କେମିତି? ସାମାନ୍ୟ କାଉ, କିନ୍ତୁ ବିଚାର ମଣିଷ ଭଳି ।

{"id":119934}

ଅନେକ କ୍ଷେତ୍ରରେ ମଣିଷ ବି କୃତଘ୍ନ ହେଇଯାଉଛି । ତେବେ କାଉ ହେଇନି । କୃତଜ୍ଞତାର ପ୍ରତିଦାନ ସ୍ବରୂପ ସେଇ କାଉମାନେ ଗାବି ପାଇଁ ଅ।ଣିଲେ ଛୋଟ ଛୋଟ ଉପହାର । ବୋତାମ, କାନଫୁଲ, ଚାବିରିଙ୍ଗ, କ୍ଲିପ୍, ସୁନ୍ଦର ସୁନ୍ଦର ପଥର, ନଟ୍-ବୋଲ୍ଟ,, ଛୋଟ ବଲ, ହେଅ।ର କ୍ଲିପ୍ ଅ।ଦି ଅନେକ ସୁନ୍ଦର ଜିନିଷ ଅ।ଦି ଉପହାର ମିଳିଲା ଗାବିଙ୍କୁ । କାଉମାନେ ଯୋଉଠୁ ଯାହା ସୁନ୍ଦର ସୁନ୍ଦର ଜିନିଷ ପାଇଲେ, କୁନି ଝିଅ ପାଇଁ ଅ।ଣିକି ଅ।ସିଲେ । ଗାବି ଏସବୁକୁ ଡାଇନିଙ୍ଗ ରୁମ୍ ଟେବୁଲ ଉପରେ ଗୋଟେ କଂଟେନର ଭିତରେ ସଜାଡ଼ିକି ରଖିଲା । ଏ ଘଟଣା ବାହାରକୁ ପ୍ରଘଟ ହେବା ପରେ ମିଡିଅ।ବାଲାଙ୍କର ତାଂକ ଘରକୁ ସୁଅ ଛୁଟିଲା । ଗଣମାଧ୍ୟମରେ ଏହା ବଡ଼ ଖବର ପାଲଟିଲା ।

{"id":119935}

ଗାବି ଓ ତାଂକ ପରିବାର ଲୋକଂକ ସାକ୍ଷାତକାର ବିଭିନ୍ନ ଟିଭି ଚ୍ୟାନେଲରେ ପ୍ରସାରିତ ହେଲା, ଖବରକାଗଜ ଓ ପତ୍ରିକାରେ ପ୍ରକାଶିତ ହେଲା ସାକ୍ଷାତକାର । ସାମ୍ବାଦିକଙ୍କ ଅ।ଗରେ ଗାବି ବଖାଣିଲେ, କାଉ ସହ ତାଂକର ବଂଧୁତା । ତେବେ କାଉ ଠାରୁ ପାଇଥିବା ଉପହାରଗୁଡ଼ିକୁ ସେ କାହାକୁ ଛୁଅଁ।ଇଦେଲେନି । ସେଗୁଡ଼ିକ ତାଂକ ପାଇଁ ଭାରି ମୂଲ୍ୟବାନ । ବାଃ, କି ନିରୋଳା ବଂଧୁତା କାଉ ଅ।ଉ ମଣିଷ ଭିତରେ । ଅ।ମେ ଭାବପ୍ରବଣ ହେଇଯାଉଚୁ । ଛୋଟ ଝିଅଟିଏ…ସବୁଦିନ କାଉମାନଙ୍କୁ ଖାଇବାକୁ ଦିଏ । କାଉମାନେ ହେଇଯାଅ।ନ୍ତି ତା’ର ବେଷ୍ଟ ଫ୍ରେଂଡ଼ । ତେବେ ସେଇ ଖାଇବା ବଦଳରେ କାଉମାନେ ଦେଉଛନ୍ତି ଏ ଝିଅକୁ ଉପହାର । ଗପ ଭଳି ଲାଗୁଚି, କିନ୍ତୁ ଏକଥା ସତ ।

{"id":119937}

କଥାକୁହା କାଉ :

ମଣିଷ ଓ କାଉ ମଧ୍ୟରେ ଥିବା ବଂଧୁତ୍ବର ଅ।ଉ ଗୋଟିଏ ହୃଦୟସ୍ପର୍ଶୀ ଦୃଶ୍ୟ ମଧ୍ୟ ଭାଇରାଲ ହୋଇଥିଲା । ଚାରିଟି କାଉ ମଣିଷମାନଙ୍କ ସହ ଅଂତରଂଗ ବଂଧୁଭାବରେ ଯୋଡ଼ିହେଇଯାଇଥିଲେ । ଛୋଟ ଥିବାବେଳେ ସେଇ କାଉମାନେ କୌଣସି ବଡ଼ ପକ୍ଷୀ ଦ୍ବାରା ଅ।କ୍ରମଣର ଶିକାର ହେଇ ଜଣକ ବଗିଚାରେ ପଡ଼ିଯାଇଥିଲେ । ପରିବାର ଲୋକେ ଏମାନଙ୍କୁ ସେବା ସୁଶ୍ରୁଷା କରି ସୁସ୍ଥ କରାଇଥିଲେ । ତା’ ପରେ ସେମାନେ ପରିବାର ଲୋକଂକ କଥା କହିବା ଶୈଳୀ ଶୁଣି ସବୁ ବୁଝିଯାଉଥିଲେ । ଶୁଅ। ଭଳି ସେ କାଉମାନେ ମଧ୍ୟ କହିପାରୁଥିଲେ । ସେମାନେ ‘ହାଲୋ’ କହିବା ଶିଖିଯାଇଥିଲେ । କେବଳ ହାଲୋ ନୁହଁ, ଅ।ଉ କିଛି ଶବ୍ଦ ବି ସେମାନେ ଉଚ୍ଚାରଣ କରୁଥିଲେ, ଯାହା ସେମାନେ ଶିଖିଥିଲେ ମଣିଷ ଠାରୁ ।  ପ୍ରତିବର୍ଷ ଶୀତଋତୁରେ କାଉମାନେ ଦକ୍ଷିଣ ଦିଗକୁ ଚାଲିଯାଅ।ନ୍ତି, କିନ୍ତୁ ବସନ୍ତ ଋତୁ ଅ।ସିଗଲେ ସେଇ ପରିବାର ପା​‌ଖକୁ ପୁଣି ଫେରନ୍ତି, ହାଲୋ କୁହନ୍ତି । ଇଂଲଂଡର ମିଲବ୍ରୁକ୍ ଅଂଚଳରେ ଦେଖିବାକୁ ମିଳିଥିଲା ଏଭଳି ଅଦଭୁତ ଘଟଣା ।

{"id":119938}

କଥାକୁହା କାଉ । ଅ।ପଣ ଶୁଣିଲେ ଅ।ଶ୍ଚର୍ଯ୍ୟ ହେଇଯିବେ । କାଉ କହୁଚି ‘ଅ।ସୋ ଅ।ସୋ’, ‘ରାମୁ’ ବୋଲି ମଧ୍ୟ କହୁଚି । ଶୁଅ। ଠାରୁ କୌଣସି ଗୁଣରେ କମ୍ ନୁହେଁ  କାଉ । କାଉର ନାଁ ହଉଚି କାମିନୀ, ବାଂଲାଦେଶର ରାଜସାହି ପାବା ଅଂଚଳରେ ଦେଖିବାକୁ ମିଳିଥିଲା ସେଇ ବିରଳ କାଉ, କଥାକୁହା କାଉ । ସେଠିକାର ଗୋଟେ ପରିବାର ପାଇଁ କାଉ ଥିଲା ଜଣେ ସଦସ୍ୟ ଭଳି । ଚଉଦ ବର୍ଷ ତଳେ ଗୋଟେ ଝଡ଼ ରାତିରେ ସେମାନଙ୍କୁ ମିଳିଥିଲା ଗୋଟେ କାଉ, ତା’ ପରେ ସେ ରହିଲା ସେମାନଂକ ପାଖରେ । ମଣିଷର ଭାଷା ଶିଖି ମଣିଷ ସାଂଗରେ ରହିଲା । ଦିନେ ଘର ଭିତରେ ଉଡୁ ଉଡ଼ୁ ତା’ ଡେଣା ଫ୍ୟାନରେ ବାଜିଯାଇ ଜଖମ ହେଇଯାଇଥିଲା । ସେଇଦିନ ଠାରୁ ସେ ଅ।ଉ ଉଡ଼ିପାରିଲାନି । ପରିବାର ସଦସ୍ୟଙ୍କ ହାତରେ, କାନ୍ଧରେ ସେ ବସିଲା । ଘରେ ଥିବା ଗାଈ, ବାଛୁରୀ, ଛେଳି, ମେଣ୍ଢା ବି ତା’ର ସାଂଗ, ପ୍ରିୟ ପରିଜନ । ଭାବିଲେ ଭାରି ଅ।ଶ୍ଚର୍ଯ୍ୟ ଲାଗୁଚି । ତେବେ ଦୁଃଖର କଥା, କାମିନୀ ଏବେ ଅ।ଉ ନାହିଁ, ସେ ଅ।ରପାରିକୁ ଚାଲିଗଲାଣି ।

{"id":119939}

ଦିନକୁ ଦିନ ଅ।ମେ ମଣିଷମାନେ ଭାରି ସ୍ବାର୍ଥପର ହେଇପଡ଼ୁଚୁ, ବିକାଶ ନାଁରେ ବିନାଶ କରି କରି ଚାଲିଚୁ, ପରିବେଶକୁ ନଷ୍ଟ କରି କରି ଚାଲିଚୁ; ଅ।ମେ ହେଇଛୁ ପରିବେଶର ଏକ ନମ୍ବର ଶତ୍ରୁ । ତେଣୁ କାଉ ଭଳି ଜୀବଟି ଏବେ ସଂକଟରେ । ଏ​ବେ ସହରୀ ଚଳଣିରେ କାଉର ଦେଖାଦର୍ଶନ ନାହିଁ । ଗାଁରୁ ବି କାଉ ହଜିଗଲେଣି । ତେଣୁ ଏଭଳି ସମୟ ନ ଅ।ସୁ, ଶାଗୁଣା ଭଳି କାଉ ବିଲୁପ୍ତ ନ ହେଇଯାଉ । ବିଶ୍ବ ପରିବେଶ ଦିବସରେ ଏତିକି ଚିନ୍ତନ ହେଉ । ଗଛ ଲଗାଯାଉ ଏବଂ କାଉ ଭଳି ପକ୍ଷୀ ଯେମିତି ଅ।ମ ସହ ରୁହନ୍ତୁ, ସେଥିପାଇଁ ଉଦ୍ୟମ କରାଯାଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.